www.samajalive.in
Saturday, December 6, 2025
23.1 C
Bhubaneswar

ବାଙ୍କୀ: ୩୮ ନମ୍ବର ଜିଲ୍ଲାପରିଷଦ ଜୋନରେ ବିଜେଡିର ପ୍ରଚାର କାର୍ଯ୍ୟ

ବାଙ୍କୀ: ବାଙ୍କୀ ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ୩୮ ନମ୍ବର ଜୋନରେ ବିଜୁ ଜନତା ଦଳର ଜିଲ୍ଲାପରିଷଦ ପ୍ରାର୍ଥୀ ଆଶିଷ ସାହୁ ବିଭିନ୍ନ ଗ୍ରାମରେ ଘରକୁ ଘର ବୁଲି ଭୋଟରମାନଙ୍କୁ ନିଜ ସପକ୍ଷରେ ମତଦାନ କରିବା ପାଇଁ ପ୍ରଚାର କାର୍ଯ୍ୟ ତ୍ୱରାନ୍ୱିତ କରିଛନ୍ତି। ସୂଚନା ଅନୁଯାୟୀ, ଗୁରୁବାର ଦୋଲଣାପୁର ପଞ୍ଚାୟତର ବିଭିନ୍ନ ଗ୍ରାମକୁ ଯାଇ ପ୍ରଚାର କାର୍ଯ୍ୟ ତ୍ୱରାନ୍ୱିତ କରିଥିବା ସମୟରେ ତାଙ୍କ ସହିତ ସରପଞ୍ଚ ପାର୍ଥିନୀ ସବିତା ସାହୁ ଏବଂ ସମିତିସଭ୍ୟ ପ୍ରାର୍ଥୀ ପ୍ରଣବ ପଟେଲ ନିଜ ସପକ୍ଷରେ ମତଦାତାଙ୍କୁ ଘର ଘର ବୁଲି ଭୋଟ ଭିକ୍ଷା କରିଥିବା ଜଣାପଡିଛି। ସେହିପରି ବୁଧବାର ଦିନ କୁଶପଙ୍ଗୀ ପଞ୍ଚାୟତରେ ଜିଲ୍ଲାପରିଷଦ ପ୍ରାର୍ଥୀ ଆଶିଷ ସାହୁ ଏବଂ କୁଶପଙ୍ଗୀ ପଞ୍ଚାୟତର ସରପଞ୍ଚ ପ୍ରାର୍ଥୀ ନରେଶ ଚନ୍ଦ୍ର ବେଉରା ଓ ସମିତିସଭ୍ୟ ପ୍ରାର୍ଥିନୀ ଗୀତାଞ୍ଜଳୀ ବେଉରା ଘର ଘର ବୁଲି ଭୋଟ୍‍ ଭିକ୍ଷା କରିଛନ୍ତି। ପୂର୍ବରୁ ତାଳବସ୍ତ, ବାଆଁରା ଏବଂ ପାଥପୁର ପଞ୍ଚାୟତରେ ଜିଲ୍ଲାପରିଷଦ ସଦସ୍ୟ ନିଜ ସରପଞ୍ଚ ଓ ସମିତିସଭ୍ୟ ପ୍ରାର୍ଥୀମାନଙ୍କ ସହିତ ପଞ୍ଚାୟତର ବିଭିନ୍ନ ଗ୍ରାମ ବୁଲି ସପକ୍ଷରେ ଭୋଟ ମାଗିଥିବା ଜଣାପଡିଛି।

ସୂଚନା ଅନୁଯାୟୀ, ୩୮ ନମ୍ବର ଜିଲ୍ଲାପରିଷଦ ଜୋନରେ ୩୮ ହଜାର ୭୮୫ ଜଣ ମତଦାତା ଭୋଟ ଦେଇ ନିଜର ନିର୍ଣ୍ଣାୟକ ପ୍ରାର୍ଥୀ ନିର୍ବାଚିତ କରିବେ ବୋଲି ଜଣାପଡିଛି। ମତଦାନ ଦିନ ଯେତେ ପାଖେଇ ଆସୁଛି କ୍ରମଶଃ ଗ୍ରାମାଞ୍ଚଳରେ ଏଥି ନେଇ ଉଷ୍ମତା ବଢୁଥିବା ଲକ୍ଷ କରାଯାଇଛି।

Hot this week

ଏହି ଗୁଣ ଥିବା ମହିଳାଙ୍କୁ ମିଳେ ଲକ୍ଷ୍ମୀଙ୍କ ଆଶୀର୍ବାଦ: ଘର ହୁଏ ସ୍ୱର୍ଗ

ଚାଣକ୍ୟ ନୀତି: ନୀତି, ଜ୍ଞାନ ଓ ଜୀବନ ପ୍ରବନ୍ଧର ମହାନ ପଣ୍ଡିତ...

ଦୁଇ ବାଇକ୍‌ ଆରୋହୀଙ୍କ ମୁଣ୍ଡରେ ଚଢିଗଲା ଟ୍ରଲର

ବଣାଇ: ୧୪୩ ନମ୍ବର ଜାତୀୟ ରାଜପଥର ଗମଲେଇ ଛକ ନିକଟରେ ମର୍ମନ୍ତୁଦ...

ବିଜେପିରେ ମିଶିବେ ବିଜେଡିର ଦୁଇ ନେତା !

ଭୁବନେଶ୍ଵର: ବିଜେଡିର ଦୁଇ ନେତା ବିଜେପିରେ ମିଶିବାକୁ ଯାଉଛନ୍ତି। ପୂର୍ବତନ ମନ୍ତ୍ରୀ...

ଅତିରିକ୍ତ ସୁରକ୍ଷା ଜମା ଆଦାୟ ନେଇ ବିଦ୍ୟୁତ ଉପଭୋକ୍ତା ମହାସଂଘ କ୍ଷୋଭ

ଭୁବନେଶ୍ୱର: ବିଦ୍ୟୁତ ଗ୍ରାହକଙ୍କ ଠାରୁ ଅତିରିକ୍ତ ସୁରକ୍ଷା ଜମା ଆଦାୟ ନେଇ...

ଶିଶୁଙ୍କ ସୁନ୍ଦରତା ସହିପାରିଲାନି : ଏମିତି କରିଲା ନିଜ ପିଲାଙ୍କୁ ହତ୍ୟା

ସମାଜ ଡିଜିଟାଲ ଡେସ୍କ: ସେ ବୋଧହୁଏ ଦେଶର ପ୍ରଥମ ମହିଳା ସିରିଏଲ୍...

Related Articles

Popular Categories