www.samajalive.in
Sunday, December 7, 2025
14.1 C
Bhubaneswar

ପ୍ରାର୍ଥୀଙ୍କ ପାଇଁ ନିର୍ବାଚନ ସମ୍ବନ୍ଧୀୟ ସଚେତନତା କାର୍ଯ୍ୟକ୍ରମ

ବାଙ୍କୀ: ବାଙ୍କୀ ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ବାଙ୍କୀ-ଡମପଡା ବ୍ଲକ ଏବଂ ବାଙ୍କୀ ବ୍ଲକର ବିଭିନ୍ନ ପଞ୍ଚାୟତରେ ସରପଞ୍ଚ, ସମିତି ସଭ୍ୟ ଏବଂ ଜିଲ୍ଲାପରିଷଦ ଜୋନରେ ନିର୍ବାଚନ ଲଢୁଥିବା ପ୍ରାର୍ଥୀମାନଙ୍କୁ ଗୁରୁବାର ସ୍ୱତନ୍ତ୍ର ଭାବରେ ନିର୍ବାଚନ ସମ୍ବନ୍ଧୀୟ ବିଧି, ଖର୍ଚ୍ଚ ଏବଂ ପ୍ରଚାର କାର୍ଯ୍ୟରେ ବ୍ୟବହାର କରିବାକୁ ଥିବା ଗାଡି ସମ୍ପର୍କରେ ସଚେତନ କରାଯାଇଛି। ଡମପଡା ବ୍ଲକ ସମ୍ମିଳନୀ ପ୍ରକୋଷ୍ଠରେ ଆୟୋଜିତ ସଚେତନତା କାର୍ଯ୍ୟକ୍ରମରେ ଜିଲ୍ଲାପରିଷଦ ଜୋନ୍‍ ୩୭ ଓ ୩୮ର ସମସ୍ତ ଜିଲ୍ଲାପରିଷଦ ପ୍ରାର୍ଥୀ ଏବଂ ୧୭ ଗୋଟି ପଞ୍ଚାୟତରେ ନିର୍ବାଚନ ଲଢୁଥିବା ସରପଞ୍ଚ ଓ ସମିତିସଭ୍ୟ ପ୍ରାର୍ଥୀମାନେ ଉପସ୍ଥିତ ରହି ସଚେତନ ହୋଇଛନ୍ତି। ବାଙ୍କୀ ଉପଜିଲ୍ଲାପାଳ ରଂଜନ କୁମାର ଜେନା ଏବଂ ବାଙ୍କୀ ନିର୍ବାଚନ ମଣ୍ଡଳୀ ପାଇଁ କାର୍ଯ୍ୟ କରୁଥିବା ପର୍ଯ୍ୟବେକ୍ଷକ ଦେବରାଜ ମଣ୍ଡଲ ପଞ୍ଚାୟତ ନିର୍ବାଚନ ପାଇଁ ପ୍ରାର୍ଥୀମାନଙ୍କୁ ସବିଶେଷ ବିବରଣୀ ପ୍ରଦାନ କରିଛନ୍ତି।

ସୂଚନା ଅନୁଯାୟୀ, ଜିଲ୍ଲାପରିଷଦର ସଭ୍ୟମାନେ ନିର୍ବାଚନ ଖର୍ଚ୍ଚ ପାଇଁ ସର୍ବାଧିକ ୫ଲକ୍ଷ, ସମିତି ସଭ୍ୟ ଓ ସରପଞ୍ଚ ପ୍ରାର୍ଥୀମାନେ ସର୍ବାଧିକ ୨ଲକ୍ଷ ଟଙ୍କା ମଧ୍ୟରେ ରଖିବା ପାଇଁ ଓଡିଶା ରାଜ୍ୟ ନିର୍ବାଚନ ଆୟୋଗଙ୍କ ନିର୍ଦ୍ଦେଶ ଥିବା ସମ୍ପର୍କରେ ଆଲୋକପାତ କରିଛନ୍ତି। ସେହିପରି ଏହି କାର୍ଯ୍ୟରେ ବ୍ୟବହାର କରୁଥିବା ଗାଡିର ବୀମା ଏବଂ ଚାଳକଙ୍କ ଲାଇସେନ୍ସ ଥିବା ନିଶ୍ଚିନ୍ତ ବୋଲି ସୂଚନା ଦେଇଛନ୍ତି। ସେହିପରି ପଞ୍ଚାୟତରେ ପ୍ରାର୍ଥୀମାନେ ଭୋଟରମାନଙ୍କୁ ସଚେତନ କରିବା ପାଇଁ ନିର୍ଦ୍ଦିଷ୍ଟ ସମୟ ସୀମାକୁ ଅବଗତ କରାଇଛନ୍ତି। ବିଡିଓ ଶ୍ୟାମଳ କୁମାର ରାୟ, ଗ୍ରାମପଞ୍ଚାୟତ ଅଧିକାରୀ ତ୍ରୀନାଥ ଜେନା ପ୍ରମୁଖ ଉପସ୍ଥିତ ରହି କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ। କୋଭିଡ କଟକଣା ସହିତ ୨ଟି ପର୍ଯ୍ୟାୟରେ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି। ସେହିପରି ଅପରାହ୍ନରେ ବାଙ୍କୀ ବ୍ଲକ ସମ୍ମିଳନୀ ପ୍ରକୋଷ୍ଠରେ ଜିଲ୍ଲାପରିଷଦ ଜୋନ୍‍ ୩୪, ୩୫ ଓ ୩୬ ନମ୍ବରର ସମସ୍ତ ଜିଲ୍ଲା ପରିଷଦ ପ୍ରାର୍ଥୀ ଏବଂ ୨୦ ପଞ୍ଚାୟତର ସମସ୍ତ ସରପଞ୍ଚ ଓ ସମିତିସଭ୍ୟ ପ୍ରାର୍ଥୀମାନେ ଉପସ୍ଥିତ ରହି ଯଥାକ୍ରମେ ନିର୍ବାଚନ ସମ୍ପର୍କିତ ସଚେତନ ହୋଇଛନ୍ତି। ଉପଜିଲ୍ଲାପାଳ ରଂଜନ କୁମାର ଜେନା ଏବଂ ପର୍ଯ୍ୟବେକ୍ଷକ ଦେବରାଜ ମଣ୍ଡଲ ଉପସ୍ଥିତ ପ୍ରାର୍ଥୀମାନଙ୍କୁ ନିର୍ବାଚନ ପରିଚାଳନା ସମ୍ପର୍କରେ ଆଲୋକପାତ କରିଥିଲେ। ବାଙ୍କୀ ବିଡିଓ ପ୍ରଦୀପ କୁମାର ଶତପଥୀ, ଅତିରିକ୍ତ ବିଡିଓ ସୂଚିସ୍ମିତା ନାୟକ, ଆର୍ଥିକ ପଦାଧିକାରୀ ମଧୁସ୍ମିତା ପରିଜା, ସହକାରୀ ନିର୍ବାହୀ ଯନ୍ତ୍ରୀ ବିଜୟଲକ୍ଷ୍ମୀ ପରିଡା, ଗ୍ରାମପଞ୍ଚାୟତ ଅଧିକାରୀ କୁମର ପ୍ରଧାନ ପ୍ରମୁଖ ଉପସ୍ଥିତ ଥିଲେ।

Hot this week

ଏଏନ୍‌ଏମ ପ୍ରଶ୍ନପତ୍ର ପ୍ରଘଟ ପ୍ରସଙ୍ଗରେ ବିଜେଡିର ସମାଲୋଚନା

ଭୁବନେଶ୍ବର : ଏଏନଏମ ପ୍ରଶ୍ନପତ୍ର ପ୍ରଘଟ ଓ ଶେଷ ମୁହୂର୍ତ୍ତରେ ଏହି...

୩୭ ଟ୍ରେନ୍‌ରେ ଲାଗିଲା ଅତିରକ୍ତ ୧୧୬ ବଗି

ନୂଆଦିଲ୍ଲୀ : ଇଣ୍ଡିଗୋ ସମସ୍ୟା ଯୋଗୁଁ ଦେଶବ୍ୟାପୀ ବିମାନସେବା ବର୍ତ୍ତମାନ ଜଟିଳ...

ବହିଷ୍କୃତ ହେବେ ଇଣ୍ଡିଗୋ ସିଇଓ !

ନୂଆଦିଲ୍ଲୀ : ପାଞ୍ଚଦିନ ମଧ୍ୟରେ ଇଣ୍ଡିଗୋ ଏୟାରଲାଇନ୍ସର ଅବସ୍ଥା ଶୋଚନୀୟ ହୋଇପଡିଥିବାବେଳେ...

ସାପ୍ତାହିକ ରାଶିଫଳ: ଏହି ରାଶିର ବ୍ୟକ୍ତି ସାବଧାନ

ମେଷ: ରବିବାର ଓ ସୋମବାର କର୍ମଅନୁରୂପ ଫଳପ୍ରାପ୍ତ ହେବେ। କାର୍ଯ୍ୟକ୍ଷେତ୍ର ବ୍ୟାପକ...

ଜାଡରେ ଥରୁଛି ସାରା ଓଡିଶା

ଭୁବନେଶ୍ୱର: ଉତ୍ତର-ପଶ୍ଚିମ ଶୁଷ୍କ ଥଣ୍ଡା ବାୟୁର ପ୍ରବାହ ଯୋଗୁଁ ରାଜ୍ୟରେ ଶୀତ...

Related Articles

Popular Categories