www.samajalive.in
Friday, December 5, 2025
26.1 C
Bhubaneswar

ଅଧିକାରୀଙ୍କୁ ରାଜ୍ୟପାଳଙ୍କ ପୁଅଙ୍କ ଆକ୍ରମଣ ପ୍ରସଙ୍ଗ: ବିଜେଡି କହିଲା ସରକାରଙ୍କ ନୀରବତା ସନ୍ଦେହଜନକ, ରାଜଭବନ ଅଭିମୁଖେ କଂଗ୍ରେସର ବିକ୍ଷୋଭ

ସମାଜ ଡିଜିଟାଲ ଡେସ୍କ: ରଥଯାତ୍ରା ସମୟରେ ରାଷ୍ଟ୍ରପତିଙ୍କ ଗସ୍ତ ସମୟରେ ପୁରୀରେ ଜଣେ କର୍ତ୍ତବ୍ୟରତ ସରକାରୀ ଅଧିକାରୀ ବୈକୁଣ୍ଠନାଥ ପ୍ରଧାନଙ୍କୁ ରାଜ୍ୟପାଳ ରଘୁବର ଦାସଙ୍କ ପୁଅ ଲଳିତ କୁମାର ଓ ତାଙ୍କର ୫ ସହଯୋଗୀ ଆକ୍ରମଣ କରିଥିଲେ। ଏହି ଘଟଣା ଦୃଢ଼ ନିନ୍ଦା କରିଛନ୍ତି ବିଜେଡି ଏବଂ କଂଗ୍ରେସ। ବିଜେଡି ପକ୍ଷରୁ ବରିଷ୍ଠ ନେତା ପ୍ରତାପ ଦେବ ଶନିବାର ଏକ ଖବରଦାତା ସମ୍ମିଳନୀ କରି ଘଟଣାକୁ ନିନ୍ଦା କରିବା ସହିତ ଏ ନେଇ ଅଭିଯୋଗ ହୋଇଥିଲେ ବି ସରକାର ନୀରବ ରହିବା ସନ୍ଦେହଜନକ ବୋଲି କହିଛନ୍ତି। ଅନ୍ୟପଟେ କଂଗ୍ରେସ ଏହି ପ୍ରସଙ୍ଗ ବିରୋଧରେ ରାସ୍ତାକୁ ଓହ୍ଲାଇଛି। ପୀଡ଼ିତଙ୍କୁ ନ୍ୟାୟ ଦେବା ସହିତ ଦୋଷୀଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଦାବିରେ ଛାତ୍ର ଏବଂ ଯୁବ କଂଗ୍ରେସ ପକ୍ଷରୁ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି।

ଖବରଦାତା ସମ୍ମିଳନୀରେ ପ୍ରତାପ ଦେବ କହିଛନ୍ତି, ଗତ ୭ ତାରିଖ ରାତିରୁ ଏହି ଘଟଣା ଘଟିଲାଣି। ପୀଡ଼ିତ ଅଧିକାରୀ ଏ ସମ୍ପର୍କରେ ଅଭିଯୋଗ କରିଛନ୍ତି। କିନ୍ତୁ ଏଯାଏ କାର୍ଯ୍ୟାନୁଷ୍ଠାନ ନିଆଯାଇ ନାହିଁ। ରାଜ୍ୟପାଳଙ୍କ ପୁଅ ଲଳିତ କୁମାରଙ୍କ ଏପରି ଦାଦାଗିରିକୁ ସେ ନିନ୍ଦା କରିବା ସହିତ ସରକାର ଉଚିତ ପଦକ୍ଷେପ ନେଇ ପୀଡ଼ିତଙ୍କୁ ନ୍ୟାୟ ଦେବାକୁ ଦାବି କରିଛନ୍ତି। ରାଜ୍ୟ ସରକାରଙ୍କ ପଦକ୍ଷେପକୁ ଓଡ଼ିଶାବାସୀ ଅପେକ୍ଷା କରିଛନ୍ତି ବୋଲି ପ୍ରତାପ କହିଛନ୍ତି।

- Advertisement -

ସେହିପରି ଶତାଧିକ କଂଗ୍ରେସ କର୍ମକର୍ତ୍ତା ରାଜଭବନ ଅଭିମୁଖେ ବିକ୍ଷୋଭ ଶୋଭାଯାତ୍ରା କରି ଘଟଣାର ପ୍ରତିବାଦ କରିଛନ୍ତି। ତୁରନ୍ତ ଅଭିଯୁକ୍ତମାନଙ୍କୁ ଗିରଫ କରିବା ସହିତ ପୀଡ଼ିତଙ୍କୁ ନ୍ୟାୟ ଦେବାକୁ କଂଗ୍ରେସ ଦାବି କରିଛି।

 

 

Hot this week

ସାରଥିଙ୍କ ବିରୋଧରେ ଚାର୍ଜଫ୍ରେମ

କଟକ :ସାରଥିଙ୍କ ବିରୋଧରେ ଚାର୍ଜଫ୍ରେମ । ଜାତିଆଣ ଆକ୍ଷେପ ଓ ଧର୍ମୀୟ...

ଜାତିସଂଘରେ ଭାରତର ସ୍ଥାୟୀ ସଦସ୍ୟତାକୁ ପୁଟିନଙ୍କ ସମର୍ଥନ

ସମାଜଲାଇଭ ଡେସ୍କ: ଭାରତ-ରୁଷ ମଧ୍ୟରେ ଶୁକ୍ରବାର ଶିଖର ସମ୍ମିଳନୀ ଶେଷ ହୋଇଛି।...

ପୁଟିନଙ୍କ ସହ ସାନ୍ଧ୍ୟ ଭୋଜନ: ରାହୁଲ, ଖଡଗେ ନୁହଁନ୍ତି, ଥରୁରଙ୍କୁ ମିଳିଲା ନିମନ୍ତ୍ରଣ

ସମାଜଲାଇଭ ଡେସ୍କ: ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ଭାରତ ଗସ୍ତର ଶୁକ୍ରବାର...

ମାସ୍କାସାରୁ ଜଙ୍ଗଲରେ ପୁଲିସ-ମାଓବାଦୀ ଗୁଳିବିନିମୟ

ସମାଜଲାଇଭ ଡେସ୍କ: କନ୍ଧମାଳ ଜିଲା ବାଲିଗୁଡ଼ା ଥାନା ଅନ୍ତର୍ଗତ ମାସ୍କାସାରୁ ଜଙ୍ଗଲରେ...

ବାରବାଟୀରେ ଟିକେଟ ବ୍ଲାକ !

କଟକ :ବାରବାଟୀ ମ୍ୟାଚ ଲାଗି ଅଫଲାଇନ ଟିକେଟ ବିକ୍ରି । ସୋସିଆଲ...

Related Articles

Popular Categories