ବିଟି କଏନ୍ ଦୁର୍ନୀତି ମାମଲାରେ ରାଜ୍ କୁନ୍ଦ୍ରାଙ୍କୁ ଜେରା
ମୁମ୍ମଇ : ବହୁଚର୍ଚ୍ଚିତ ଆଇପିଏଲ୍ ବେଟିଂ ମାମଲା ପରେ ଏବେ ବିଟି କଏନ୍ ଦୁର୍ନୀତି ମାମଲାରେ ବଲିଉଡ୍ ଅଭିନେତ୍ରୀ ଶିଳ୍ପା ସେଟ୍ଟିଙ୍କ ସ୍ୱାମୀ ତଥା ପ୍ରମୁଖ ବ୍ୟବସାୟୀ ରାଜ୍ କୁନ୍ଦ୍ରା ଛନ୍ଦି ହୋଇପଡିଛନ୍ତି। ୨୦୦୦ କୋଟି ଟଙ୍କାର ବିଟିକଏନ୍ ଦୁର୍ନୀତି ମାମଲାରେ ପ୍ରବର୍ତ୍ତନ ନିର୍ଦେଶାଳୟ (ଇଡି) ମଙ୍ଗଳବାର ତାଙ୍କୁ ଜେରା କରିଛି। ଏ ନେଇ ଇଡିଙ୍କ କାର୍ଯ୍ୟାଳୟରେ ହାଜର ହେବା ନିମନ୍ତେ ତାଙ୍କୁ ପ୍ରଥମେ ସମନ କରାଯାଇଥିଲା। ସେଠାରେ ପହଞ୍ଚିବା ପରେ କୁନ୍ଦ୍ରାଙ୍କୁ ଇଡି ଅଧିକାରୀମାନେ ବିଟି କଏନ୍ ଦୁର୍ନୀତିରେ ତାଙ୍କ ସମ୍ପୃକ୍ତି ସମ୍ବନ୍ଧରେ ପ୍ରଶ୍ନ କରିଥିଲେ। କ୍ରିପ୍ଟୋକରେନ୍ସି (ବିଟିକଏନ୍) କାରବାରରେ ସଂକଟ ଥିବା ନେଇ ଏହାର ବ୍ୟବହାରକାରୀମାନଙ୍କୁ ୨୦୧୭ ଡିସେମ୍ବରରେ ଭାରତୀୟ ରିଜର୍ଭ ବ୍ୟାଙ୍କ ପକ୍ଷରୁ ସତର୍କ କରାଯାଇଥିଲା। ୮୦୦୦ରୁ ଊର୍ଦ୍ଧ୍ବ ଲୋକଙ୍କୁ ଠକିବା ଅଭିଯୋଗରେ ବିଟିକଏନ୍ ଉଦ୍ୟୋଗପତି ଅମିତ୍ ଭରଦ୍ୱାଜ୍ଙ୍କୁ ଏପ୍ରିଲରେ ପୁଲିସ ଗିରଫ କରିଥିଲା। ଏହି ମାମଲାରେ ୨୦୧୭ ଏପ୍ରିଲରେ କୁନ୍ଦ୍ରାଙ୍କ ବିରୋଧରେ ଥାନେ ଥାନାରେ ଏଫ୍ଆଇଆର୍ ରୁଜୁ ହୋଇଥିଲା। ଏକ ବୟନଶିଳ୍ପ କାରଖାନା ମାଲିକଙ୍କୁ ଠିକିଥିବା ନେଇ କୁନ୍ଦ୍ର ଏବଂ ତାଙ୍କ ପତ୍ନୀ ଶିଳ୍ପାଙ୍କ ବିରୋଧରେ ଅଭିଯୋଗ ରହିଥିଲା।