www.samajalive.in
Monday, December 15, 2025
26.1 C
Bhubaneswar

କଂସବରଣ, ମଞ୍ଚ ପୂଜା ସହ ଆରମ୍ଭ ହେଲା ବିଶ୍ବନାଥପୁର ଧନୁଯାତ୍ରା

ଲାଞ୍ଜିଗଡ:  କଳାହାଣ୍ଡି ଜିଲ୍ଲା ଲାଞ୍ଜିଗଡ଼ ବ୍ଲକ ମୁଖ୍ୟାଳୟ ବିଶ୍ବନାଥପୁରଠାରେ ହେଉଥିବା ବିରାଟ ଧନୁଯାତ୍ରା ମହୋତ୍ସବକୁ ଚଳିତ ବର୍ଷ ଅଷ୍ଟମ ବର୍ଷ ପୂର୍ତ୍ତି ହୋଇଥିବାବେଳେ ଏହାକୁ ନେଇ ଅଞ୍ଚଳରେ ବେଶ୍ ଉତ୍ସାହ ଉଦ୍ଦୀପନା ଦେଖିବାକୁ ମିଳିଛି। ଆଜି ଧନୁଯାତ୍ରାର ପ୍ରଥମ ତଥା ଉଦଘାଟନୀ ଦିବସରେ କଂସ ବରଣ, ମଞ୍ଚପୂଜା ସହିତ ଆନୁଷ୍ଠାନିକ ଭାବେ ଧନୁଯାତ୍ରା ଉଦଘାଟିତ ହୋଇଯାଇଛି। ଆଜି ଅପରାହ୍ନରେ ଧନୁଯାତ୍ରା ପରିଚାଳନା କମିଟି ତଥା ଗ୍ରାମବାସୀ ପୁରୁଷ-ମହିଳାଙ୍କ ଉପସ୍ଥିତିରେ ମହାରାଜ କଂସ ଭୂମିକାରେ ଅଭିନୟ କରୁଥିବା ସୁନାମଧନ୍ୟ କଳାକାର ଆର୍ତ୍ତତ୍ରାଣ ସୁନାନୀଙ୍କ ସହିତ ଅନ୍ୟ କଳାକାରମାନେ ବିଶ୍ବନାଥପୁରରେ ପହଞ୍ଚିବା ପରେ ସେମାନଙ୍କୁ ଭବ୍ୟ ସ୍ବାଗତ କରାଯିବା ସହିତ କଂସବରଣ କରାଯାଇଥିଲା।

ଏହାପରେ ସନ୍ଧ୍ୟାରେ ଲାଞ୍ଜିଗଡ଼ ବିଧାୟକ ପ୍ରତିନିଧି ପ୍ରଦୀପ କୁମାର ଘଡ଼େଇ, ଧନୁଯାତ୍ରା ପରିଚାଳନା କମିଟିର ସଭାପତି ଅନନ୍ତ ପ୍ରଧାନୀ, କାର୍ଯ୍ୟକାରୀ ସଭାପତି ଅଚ୍ୟୁତାନନ୍ଦ ଘଡ଼େଇ, ଉପସଭାପତି ମୀନକେତନ ଦଳେଇ, ସାଧାରଣ ସଂପାଦକ ମନୋରଞ୍ଜନ ବିଶି, ଯୁଗ୍ମ ସଂପାଦକ ତରୁଣ କୁମାର ଦାସ, କ୍ଷୀରସିନ୍ଧୁ ସାହୁ, କୋଷାଧ୍ୟକ୍ଷ ମନମୋହନ ନାଏକ ଏବଂ କମିଟିର ଅନ୍ୟାନ୍ୟ ସଦସ୍ୟ, ଉପଦେଷ୍ଟାମାନଙ୍କ ଉପସ୍ଥିତିରେ ମଞ୍ଚ ପୂଜା ପରେ ମଞ୍ଚ ଉଦଘାଟନ କାର୍ଯ୍ୟ ସମାହିତ ହୋଇଥିଲା।

- Advertisement -

ଏହାପରେ ପରେ ମଞ୍ଚରେ ମହାରାଜ ଉଗ୍ରସେନଙ୍କ ରାଜ ଦରବାର, ପୁତ୍ରେଷ୍ଟି ଯଜ୍ଞ ଆଦି ଦୃଶ୍ୟ ଅଭିନୀତ ହୋଇଥିଲା। ଭାଗବତ ଓ ହରିବଂଶ ପୁରାଣର ପ୍ରଥମ ଗାଥା ଆଜି ଅଭିନୀତ ହୋଇଥିବାବେଳେ କଳାକାରମାନଙ୍କ ଅଭିନୟ ଅତ୍ୟନ୍ତ ଉଚ୍ଚକୋଟୀର ଥିଲା। ମହାରାଜ ଉଗ୍ରସେନଙ୍କ ଭୂମିକାରେ ନୀଳାମ୍ବର ରାଉତ, ସାତ୍ତ୍ବକୀ ଭୂମିକାରେ ଧନେଶ୍ବର ବାଗ, ଅକ୍ରୁର ଭୂମିକାରେ ତରଣୀସେନ ଭୋଇ, ଗାର୍ଗବ ଋଷି ଭୂମିକାରେ ଦୀପକ ପ୍ରଧାନ ପ୍ରମୁଖ ସାବଲୀଳ ଅଭିନୟ କରିଥିଲେ। ମଞ୍ଚ ପରିଚାଳନା କରିଥିଲେ ସୁଶୀଲ କୁମାର ବାଗ। ଧନୁଯାତ୍ରା ଉଦଘାଟନୀ ଉତ୍ସବରେ ଲାଞ୍ଜିଗଡ଼ ବ୍ଲକ ସମେତ କଳାହାଣ୍ଡି-ରାୟଗଡ଼ା ସୀମାନ୍ତରୁ ଅନେକ ଦର୍ଶକ ବିଳମ୍ବିତ ରାତି ଯାଏଁ ଉପଭୋଗ କରିଥିଲେ।

Hot this week

ନିଆଁରେ ପୋଡି ହୋଇ ବୃଦ୍ଧା ଗୁରୁତର

କଲ୍ୟାଣସିଂହପୁର: ରାୟଗଡା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକ ଧାମୁଣିପଙ୍ଗା ପଞ୍ଚାୟତର କତାଗୁଡା ଗ୍ରାମରେ...

ଫୁଙ୍କନଳୀରେ ପିଟି ପ୍ରେମିକାଙ୍କୁ ହତ୍ୟା

ନୟାଗଡ଼: ନୟାଗଡ଼ ଜିଲା ଶରଣକୁଳ ଥାନା ସାବିଦେଇପୁର ଅଞ୍ଚଳରେ ଏକ ଅଭାବନୀୟ...

ଦନ୍ତା ହାତୀର ମୃତ୍ୟୁ

ଅନୁଗୋଳ: ଅନୁଗୋଳ ବନଖଣ୍ଡ ଅନ୍ତର୍ଗତ ପୋକୁଣ୍ଡା ସେକ୍ସନ୍ ମାଣିକଯୋଡ଼ି ପଞ୍ଚାୟତ ବାଲିଆପଶିଠାରେ...

ରାଜ୍ୟପାଳଙ୍କ ଏଡିସି ଭାବେ ନିଯୁକ୍ତ ହେଲେ ନୌସେନା ଅଧିକାରୀ ଲେଫ୍ଟନାଣ୍ଟ ହର୍ଷିତ ଦେଓ

ଭୁବନେଶ୍ୱର: ନୌସେନା ଅଧିକାରୀ ଲେଫ୍ଟନାଣ୍ଟ ହର୍ଷିତ ଦେଓ ସୋମବାର ଦିନ ଓଡ଼ିଶା...

କୁହୁଡ଼ି ପାଇଁ ମୋଦୀଙ୍କ ବିମାନ ବିଳମ୍ବ

ସମାଜ ଲାଇଭ ଡ଼େସ୍କ : ଘନ କୁହୁଡ଼ି ଜାତୀୟ ଦିଲ୍ଲୀକୁ ଘେରି...

Related Articles

Popular Categories