www.samajalive.in
Sunday, December 7, 2025
26.1 C
Bhubaneswar

ସିବିଆଇ ଚଢାଉକୁ ବିରୋଧ; ଆଇଏଏସ ବିଷ୍ଣୁପଦ ସେଠୀଙ୍କ ଇସ୍ତଫା

ଭୁବନେଶ୍ଵର: ଘରେ ସିବିଆଇ ଚଢାଉ ପରେ ବରିଷ୍ଠ ଆଇଏଏସ ବିଷ୍ଣୁପଦ ସେଠୀ ଇସ୍ତଫା ଦେଇଥିବା ଚର୍ଚ୍ଚା ହେଉଛି। ଚଢାଉ ପ୍ରତିବାଦରେ ​‌ସେ ମୁଖ୍ୟ ଶାସନ ସଚିବଙ୍କୁ ଇସ୍ତଫା ପତ୍ର ପଠାଇଥିବା ଜଣାପଡ଼ିଛି। ବିଷ୍ଣୁପଦ ସେଠୀଙ୍କ ଏକ ହାତଲେଖା ଚିଠି ଗଣମାଧ୍ୟମ ହାତରେ ଲାଗିଛି। ପତ୍ରରେ ସେ ସିବିଆଇ ଚଢାଉ ନେଇ ପ୍ରଶ୍ନ ଉଠାଇଛନ୍ତି। ସେ ଲେଖିଛନ୍ତି, ମୋ ଘରେ ଜୋରଜବରଦସ୍ତ ଚଢାଉ ଚାଲିଛି। ଏତଲା ନ ଥାଇ ବିନା କାରଣରେ ଚଢାଉ କରାଯାଉଛି। ୩୦ ବର୍ଷ ହେଲା ସ୍ବଚ୍ଛତାର ସହ କାମ କରୁଛି। ମତେ ହାରାସ୍ କରାଯାଉଛି। ଏହା ଏକ ଷଡ଼ଯନ୍ତ୍ର ଭଳି ଲାଗୁଛି। ପରିବାରକୁ ଧମକ ଦିଆଯାଉଥିବା ସହ ଆମେ ନିଃସହାୟ ବୋଲି କହିଛନ୍ତି ବିଷ୍ଣୁପଦ ସେଠୀ। ବ୍ରିଜ ଆଣ୍ଡ ରୁଫ କମ୍ପାନୀ ସହିତ ମୋର କୌଣସି ସମ୍ପର୍କ ନାହିଁ। ମୁଁ ଚାକିରିରୁ ଇସ୍ତଫା ଦେବାକୁ ପ୍ରସ୍ତୁତ ଅଛି। ମୋର କିଛି ଦୋଷ ନାହିଁ ବୋଲି ବିଷ୍ଣୁପଦ କହିଛନ୍ତି।

ସୂଚନାଯୋଗ୍ୟ, ବ୍ରିଜ୍ ଆଣ୍ଡ ରୁଫ୍ କମ୍ପାନୀର ଲାଞ୍ଚ କାରବାର ମାମଲାକୁ ନେଇ ବରିଷ୍ଠ ଆଇଏଏସ ଅଧିକାରୀ ବିଷ୍ଣୁପଦଙ୍କ ଘରେ ମଙ୍ଗଳବାର ଚଢାଉ କରାଯାଇଛି। ସିବିଆଇର ୮ଜଣିଆ ଟିମ୍ ବିଷ୍ଣୁପଦଙ୍କ ସରକାରୀ କ୍ୱାର୍ଟର୍ସରେ ପହଞ୍ଚି ଚଢ଼ାଉ କରିଥିଲେ। ଘରେ ସିବିଆଇ ପହଞ୍ଚିବା ପରେ ୮ଜଣିଆ ଟିମ୍ ସହିତ ବିଷ୍ଣୁପଦଙ୍କ କଥା କଟାକଟି ହୋଇଥିଲା। ଏପରିକି ସିବିଆଇ ଅଧିକାରୀଙ୍କୁ ବିଷ୍ଣୁପଦ ସେଠୀ ଠିକ୍ ଭାବେ ବ୍ୟବହାର କରିନଥିବା ଅଭିଯୋଗ ହୋଇଛି। ପରବର୍ତ୍ତୀ ସମୟରେ ବିଷ୍ଣୁପଦ ସେଠୀଙ୍କ ସହିତ ସିବିଆଇର ୮ ଜଣିଆ ଟିମ୍ ଆଲୋଚନା କରିଥିଲେ ଏବଂ ଚଢ଼ାଉ ପାଇଁ କ୍ୱାର୍ଟର୍ସରେ ଭିତରକୁ ପ୍ରବେଶ କରିଥିଲେ।

Hot this week

ଟ୍ରକ୍‌-ବାଇକ୍ ଧକ୍କା : ସ୍ଵାମୀ ଆଗରେ ଚାଲିଗଲା ସ୍ତ୍ରୀର ଜୀବନ

ହରଭଙ୍ଗା : ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ପୁରୁଣାକଟକ ଥାନା ଅନ୍ତର୍ଗତ...

ଅପରାହ୍ନ ୧ଟା ମୁଖ୍ୟ ଖବର

() ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ ୨୫ ମୃତ...ମୃତକଙ୍କ ପରିବାରକୁ...

କଣ ରହିଛି ବିଶ୍ଵାସ, କାହିଁକି କାଠକୁ ଛୁଅଁନ୍ତି ଲୋକେ ?

ନୂଆଦିଲ୍ଲୀ : ଦୀର୍ଘ ବର୍ଷ ଧରି ସାରା ବିଶ୍ଵରେ ଅନେକ ଅଜବ...

ଲୋକସଭାରେ ବନ୍ଦେ ମାତରମ୍ ଉପରେ ବିତର୍କ କରିବେ ମୋଦୀ

ସମାଜ ଲାଇଭ ଡ଼େସ୍କ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସନ୍ତାକାଲି ଲୋକସଭାରେ...

ଗୋଆ ଅଗ୍ନିକାଣ୍ଡ : ନାଇଟ୍ କ୍ଲବ୍ ମାଲିକଙ୍କ ବିରୋଧରେ ମାମଲା ରୁଜୁ

ସମାଜ ଲାଇଭ ଡ଼େସ୍କ : ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ...

Related Articles

Popular Categories