ମୁମ୍ବଇ: ବିଗତ ଦିନର ପ୍ରସିଦ୍ଧ ବଳିଉଡ ଅଭିନେତା ବିଶାଲ ଆନନ୍ଦ (ଭୀଷ୍ମ କୋହଲି)ଙ୍କର ରବିବାର ମୃତ୍ୟୁ ହୋଇଯାଇଛି। ତାଙ୍କୁ ୮୨ବର୍ଷ ହୋଇଥିଲା। ସେ କିଛି କାଳ ଧରି ଅସୁସ୍ଥ ଥିଲେ। ୧୯୭୬ର ଲୋକପ୍ରିୟ ଚଳଚ୍ଚିତ୍ର ‘ଚଲ୍ତେ ଚଲ୍ତେ’ରେ ଅଭିନୟ ମାଧ୍ୟମରେ ସେ ପ୍ରସିଦ୍ଧି ଲାଭ କରିଥିଲେ। ‘ଚଲ୍ତେ ଚଲ୍ତେ…ମେରେ ୟେ ଗୀତ୍ ୟାଦ୍ ରଖ୍ନା’, ‘ପ୍ୟାର୍ ମେଁ କଭି କଭି’ ଆଦି ସଙ୍ଗୀତ ତାଙ୍କୁ ଦର୍ଶକଙ୍କ ନିକଟତର କରିଥିଲା। ହିନ୍ଦୁସ୍ତାନ କି କସମ୍, ଟ୍ୟାକ୍ସି ଡ୍ରାଇଭର ଭଳି ଚର୍ଚ୍ଚିତ ଚଳଚ୍ଚିତ୍ରରେ ସେ ଅଭିନୟ କରି ତାରକା ପାଲଟି ଯାଇଥିଲେ।
Popular Categories



