www.samajalive.in
Saturday, December 6, 2025
15.1 C
Bhubaneswar

ପୁଣି ଆସିଲା ବାର୍ଡ଼ଫ୍ଲୁ : ବିଦ୍ୟାଳୟରେ ପିଲାଙ୍କୁ ଅଣ୍ଡା ମନା

ପୁରୀ : ରାଜ୍ୟରେ ପୁଣି ବାର୍ଡଫ୍ଲୁ ଚିହ୍ନଟ ହୋଇଛି। ପୁରୀର କୃଷ୍ଣପ୍ରସାଦ ବ୍ଲକରେ କିଛି ଦିନ ହେବ କୁକୁଡ଼ା ମଡ଼କ ଦେଖାଯିବା ପରେ କୁକୁଡ଼ାମାନଙ୍କ ନମୂନାର ପରୀକ୍ଷଣ କରାଯାଇଥିଲା। ପରୀକ୍ଷାରୁ କୁକୁଡ଼ାମାନଙ୍କୁ ବାର୍ଡଫ୍ଲୁ ହୋଇଥିବା ଜଣାପଡ଼ିଛି। ସୂଚନା ଅନୁସାରେ, ଏହାକୁ ଦୃଷ୍ଟିରେ ରଖି ପୁରୀ ଜିଲା ପ୍ରଶାସନ ପକ୍ଷରୁ ଶୁକ୍ରବାରଠାରୁ ଏକ କୁକୁଡ଼ା ମରା ଅଭିଯାନ ଆରମ୍ଭ ହେବ। ଏନେଇ ଏକ ୮ ଜଣିଆ ଟିମ୍ ଗଠନ କରାଯାଇଛି। ବାର୍ଡଫ୍ଲୁକୁ ଦୃଷ୍ଟିରେ ରଖି ୧୦ ଦିନ ପାଇଁ ଅଣ୍ଡାକୁ ମଧ୍ୟ ନିଷେଧ କରି ଦିଆଯାଇଛି। ଜିଲା ପ୍ରଶାସନ ପକ୍ଷରୁ ଅଙ୍ଗନବାଡ଼ି କେନ୍ଦ୍ର ଓ ବିଦ୍ୟାଳୟର ମଧ୍ୟାହ୍ନ ଭୋଜନରେ ପିଲାମାନଙ୍କୁ ଅଣ୍ଡା ନଦେବା ପାଇଁ ନିର୍ଦ୍ଦେଶ ଦିଆଯାଇଛି।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories