www.samajalive.in
Saturday, December 6, 2025
17.1 C
Bhubaneswar

ପୁରୀ ଜିଲ୍ଲାର ବାର୍ଡ଼ ଫ୍ଲୁ ପ୍ରଭାବିତ ଅଞ୍ଚଳ ଗସ୍ତ କଲେ ୧୦ ଜଣିଆ କେନ୍ଦ୍ରୀୟ ପ୍ରତିନିଧି ଦଳ

ଡେସ୍କ: ରାଜ୍ୟରେ ବାର୍ଡ଼ ଫ୍ଲୁ ସଂକ୍ରମଣ ବୃଦ୍ଧି ପାଉଥିବା ବେଳେ ଆଜି ଏକ କେନ୍ଦ୍ରୀୟ ପ୍ରତିନିଧି ଦଳ ପୁରୀ ଜିଲ୍ଲାର ବିଭିନ୍ନ ବାର୍ଡ଼ ଫ୍ଲୁ ସଂକ୍ରମିତ ଅଞ୍ଚଳ ଗସ୍ତ କରୁଛନ୍ତି। ଏହି କେନ୍ଦ୍ରୀୟ ଦଳରେ ୧୦ ଜଣ ସଦସ୍ୟ ଥିବା ବେଳେ ରାଜ୍ୟ ପ୍ରାଣୀ ସମ୍ପଦ ବିଭାଗ ନିର୍ଦ୍ଦେଶକଙ୍କ ସମେତ ପଶୁ ଚିକିତ୍ସା ଓ ପଶୁ ପାଳନ ଅଧିକାରୀ ମଧ୍ୟ କେନ୍ଦ୍ରୀୟ ଟିମ ସହ ଗସ୍ତ କରୁଥିବା ଜଣାପଡିଛି। କେନ୍ଦ୍ରୀୟ ଦଳ ପିପିଲିର ସତ୍ୟବାଦୀ, ନିମାପଡ଼ା, ଆବଲପୁର, ଡେଲାଙ୍ଗ ଓ ମୋଟରି ଅଞ୍ଚଳ ପରିଦର୍ଶନ କରିବାକୁ ଥିବାବେଳେ ପ୍ରଥମେ ନିମାପଡାର ବୁଢ଼ାକେରା ଅଂଚଳ ଗସ୍ତ କରି ବାର୍ଡ଼ ଫ୍ଲୁ ସ୍ଥିତି ସମୀକ୍ଷା କରିଛନ୍ତି।

ସୂଚନାଯୋଗ୍ୟ, କେନ୍ଦ୍ରୀୟ ଦଳର ସଦସ୍ୟ ମାନେ ବାର୍ଡ଼ ଫ୍ଲୁ ଯୋଗୁ କ୍ଷତିଗ୍ରସ୍ତ ଚାଷୀଙ୍କ ସହ ମଧ୍ୟ ଆଲୋଚନା କରୁଥିବା ଜଣାପଡିଛି। ବାର୍ଡ ଫ୍ଲୁ ପ୍ରଭାବିତ ୪ଟି ବ୍ଲକ ଅଂଚଳରେ ପ୍ରାୟ ୪୯ ହଜାରରୁ ଅଧିକ କୁକୁଡ଼ା ମରା ଯାଇଥିବା ଜଣାପଡିଛି।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories