www.samajalive.in
Friday, December 5, 2025
20.1 C
Bhubaneswar

ପୁରୀ ଜିଲ୍ଲାର ବାର୍ଡ଼ ଫ୍ଲୁ ପ୍ରଭାବିତ ଅଞ୍ଚଳ ଗସ୍ତ କଲେ ୧୦ ଜଣିଆ କେନ୍ଦ୍ରୀୟ ପ୍ରତିନିଧି ଦଳ

ଡେସ୍କ: ରାଜ୍ୟରେ ବାର୍ଡ଼ ଫ୍ଲୁ ସଂକ୍ରମଣ ବୃଦ୍ଧି ପାଉଥିବା ବେଳେ ଆଜି ଏକ କେନ୍ଦ୍ରୀୟ ପ୍ରତିନିଧି ଦଳ ପୁରୀ ଜିଲ୍ଲାର ବିଭିନ୍ନ ବାର୍ଡ଼ ଫ୍ଲୁ ସଂକ୍ରମିତ ଅଞ୍ଚଳ ଗସ୍ତ କରୁଛନ୍ତି। ଏହି କେନ୍ଦ୍ରୀୟ ଦଳରେ ୧୦ ଜଣ ସଦସ୍ୟ ଥିବା ବେଳେ ରାଜ୍ୟ ପ୍ରାଣୀ ସମ୍ପଦ ବିଭାଗ ନିର୍ଦ୍ଦେଶକଙ୍କ ସମେତ ପଶୁ ଚିକିତ୍ସା ଓ ପଶୁ ପାଳନ ଅଧିକାରୀ ମଧ୍ୟ କେନ୍ଦ୍ରୀୟ ଟିମ ସହ ଗସ୍ତ କରୁଥିବା ଜଣାପଡିଛି। କେନ୍ଦ୍ରୀୟ ଦଳ ପିପିଲିର ସତ୍ୟବାଦୀ, ନିମାପଡ଼ା, ଆବଲପୁର, ଡେଲାଙ୍ଗ ଓ ମୋଟରି ଅଞ୍ଚଳ ପରିଦର୍ଶନ କରିବାକୁ ଥିବାବେଳେ ପ୍ରଥମେ ନିମାପଡାର ବୁଢ଼ାକେରା ଅଂଚଳ ଗସ୍ତ କରି ବାର୍ଡ଼ ଫ୍ଲୁ ସ୍ଥିତି ସମୀକ୍ଷା କରିଛନ୍ତି।

ସୂଚନାଯୋଗ୍ୟ, କେନ୍ଦ୍ରୀୟ ଦଳର ସଦସ୍ୟ ମାନେ ବାର୍ଡ଼ ଫ୍ଲୁ ଯୋଗୁ କ୍ଷତିଗ୍ରସ୍ତ ଚାଷୀଙ୍କ ସହ ମଧ୍ୟ ଆଲୋଚନା କରୁଥିବା ଜଣାପଡିଛି। ବାର୍ଡ ଫ୍ଲୁ ପ୍ରଭାବିତ ୪ଟି ବ୍ଲକ ଅଂଚଳରେ ପ୍ରାୟ ୪୯ ହଜାରରୁ ଅଧିକ କୁକୁଡ଼ା ମରା ଯାଇଥିବା ଜଣାପଡିଛି।

Hot this week

୧୦ ଗୁଣା ବଢ଼ିଲା ବିମାନ ଟିକେଟ ଦର

ସମାଜଲାଇଭ ଡେସ୍କ: ବିଦେଶ ଯାତ୍ରାଠୁ ମହଙ୍ଗା ହେଲା ଭାରତୀୟ ସହରକୁ ବିମାନ...

ଆଜି ଇଣ୍ଡିଗୋର ୧ ହଜାରରୁ ଊର୍ଦ୍ଧ୍ବ ବିମାନ ରଦ୍ଦ, ତଦନ୍ତ କମିଟି ଗଠନ କଲେ ସରକାର

ସମାଜଲାଇଭ ଡେସ୍କ: ଇଣ୍ଡିଗୋ ବିମାନର ପରିଚାଳନାଗତ ସଙ୍କଟ ଜାରି ରହିଛି। ଇଣ୍ଡିଗୋ...

ସାରଥିଙ୍କ ବିରୋଧରେ ଚାର୍ଜଫ୍ରେମ

କଟକ :ସାରଥିଙ୍କ ବିରୋଧରେ ଚାର୍ଜଫ୍ରେମ । ଜାତିଆଣ ଆକ୍ଷେପ ଓ ଧର୍ମୀୟ...

ଜାତିସଂଘରେ ଭାରତର ସ୍ଥାୟୀ ସଦସ୍ୟତାକୁ ପୁଟିନଙ୍କ ସମର୍ଥନ

ସମାଜଲାଇଭ ଡେସ୍କ: ଭାରତ-ରୁଷ ମଧ୍ୟରେ ଶୁକ୍ରବାର ଶିଖର ସମ୍ମିଳନୀ ଶେଷ ହୋଇଛି।...

ପୁଟିନଙ୍କ ସହ ସାନ୍ଧ୍ୟ ଭୋଜନ: ରାହୁଲ, ଖଡଗେ ନୁହଁନ୍ତି, ଥରୁରଙ୍କୁ ମିଳିଲା ନିମନ୍ତ୍ରଣ

ସମାଜଲାଇଭ ଡେସ୍କ: ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ଭାରତ ଗସ୍ତର ଶୁକ୍ରବାର...

Related Articles

Popular Categories