www.samajalive.in
Wednesday, December 10, 2025
26.1 C
Bhubaneswar

ସରିଲା ରିମାଣ୍ଡ, ଜେଲ ଗଲେ ବହିଷ୍କୃତ ଇନ୍ସପେକ୍ଟର

ସୁନ୍ଦରଗଡ଼: ବୀରମିତ୍ରପୁର ନାବାଳିକା ଗର୍ଭପାତ ଓ ଦୁଷ୍କର୍ମ ମାମଲାରେ ଗିରଫ ହୋଇ କ୍ରାଇମବ୍ରାଞ୍ଚ ରିମାଣ୍ଡରେ ଥିବା ବହିଷ୍କୃତ ଇନ୍ସପେକ୍ଟର ଆନନ୍ଦ ଚନ୍ଦ୍ର ମାଝୀଙ୍କୁ ଆଜି ସୁନ୍ଦରଗଡ଼ ଅତିରିକ୍ତ ଜିଲା ଦୌରା ଜଜ୍‌ ତଥା ପକ୍‌ସୋ ପ୍ରିଜାଇଣ୍ଡିଂ ଅଫିସରଙ୍କ ଅଦାଲତରେ ହାଜର କରାଯାଇଥିଲା । ଜଜ୍‌ ଇନ୍ସପେକ୍ଟରଙ୍କୁ ୧୮ତାରିଖ ଯାଏ ବିଚାର ବିଭାଗୀୟ ହାଜତକୁ ପଠାଇଦେଇଛନ୍ତି । ସୂଚନା ଯୋଗ୍ୟ, ଗିରଫ ହେବା ପରେ କ୍ରାଇମବ୍ରାଞ୍ଚ ପୁଲିସ ଅଦାଲତରେ ତାଙ୍କୁ ହାଜର କରି ୭ଦିନିଆ ରିମାଣ୍ଡ ପାଇଁ ଆବେଦନ କରିଥିଲେ ହେଁ ଅଦାଲତ ୭ଦିନିଆ ରିମାଣ୍ଡ ନ ଦେଇ ଆଜି ମଧ୍ୟାହ୍ନ (୬.୭.୨୦୨୦) ସୁଦ୍ଧା ଅଦାଲତରେ ହାଜର କରିବା ପାଇଁ ନିର୍ଦ୍ଦେଶ ଦେଇଥିଲେ । ରିମାଣ୍ଡର ଜେରା କାଳରେ ଶ୍ରୀ ମାଝୀଙ୍କ ଓକିଲ ପ୍ରଦୀପ ମହାନ୍ତି ମଧ୍ୟ ଉପସ୍ଥିତ ରହିବେ ବୋଲି ଅଦାଲତ ନିର୍ଦ୍ଦେଶ ଦେଇଥିଲେ। ଆଜି ତାଙ୍କୁ ଅଦାଲତରେ ହାଜର କରାଯିବା ସହ ଜେଲ ହାଜତକୁ ପଠାଇ ଦିଆଯାଇଛି । ଅପରପକ୍ଷରେ କ୍ରାଇମବ୍ରାଞ୍ଚ ପକ୍ଷରୁ ବୀରମିତ୍ରପୁର ଥାନାର ଜନୈକା ମହିଳା କନଷ୍ଟେବଳ ଓ ଅନ୍ୟ ଜଣେ ହୋମଗାର୍ଡ଼ଙ୍କ ୧୬୪ ବୟାନ ରେକର୍ଡ଼ କରିବା ପାଇଁ ଅଦାଲତଙ୍କୁ ପ୍ରାର୍ଥନା କରିଥିଲେ । ଅଦାଲତ ଏହାକୁ ମଞ୍ଜୁରି ଦେଇ ଆସନ୍ତାକାଲି ଏହି ଦୁଇଜଣଙ୍କ ବୟାନ ରେକର୍ଡ଼ ରାଉରକେଲା ଏସ.ଡି.ଜେ.ଏମଙ୍କ ଅଦାଲତରେ କରିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି । ତଦନ୍ତ ଦାୟିତ୍ୱରେ ଥିବା କ୍ରାଇମବ୍ରାଞ୍ଚ ଅନ୍ୟ ଅଭିଯୁକ୍ତ (ତଥାକଥିତ ଦୁଇ ପ୍ରେମିକ, ସାବତବାପା ଓ ଅନ୍ୟ ଜଣେ ପୁଲିସ କର୍ମଚାରୀ, ଡାକ୍ତର) ଙ୍କୁ କୁଆଡ଼େ ଜାଣିଶୁଣି ଗିରଫ କରୁନାହିଁ ବୋଲି ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚା ଜୋର ଧରିଥିବା ବେଳେ ଏହାକୁ ନେଇ ବିଭିନ୍ନ ସଂଗଠନ ଓ ରାଜନୈତିକ ଦଳ ପକ୍ଷରୁ ମଧ୍ୟ ଆଗାମୀ ଦିନରେ ଜୋରଦାର ଆନ୍ଦୋଳନ ପାଇଁ ପ୍ରସ୍ତୁତି ଚାଲିଥିବାର ଜଣାପଡ଼ିଛି ।

Hot this week

ଭାରତରେ ନିବେଶ ପାଇଁ ମୋଦୀଙ୍କ ସହ ଆଲୋଚନା କଲେ ମାଇକ୍ରୋସଫ୍ଟ ସିଇଓ

ସମାଜ ଲାଇଭ ଡ଼େସ୍କ : ମାଇକ୍ରୋସଫ୍ଟର ସିଇଓ ସତ୍ୟ ନାଡେଲା କହିଛନ୍ତି...

ଏହି ଦେଶରେ ବ୍ୟାନ୍ ହେଲା ସୋସିଆଲ ମିଡିଆ

ନୂଆଦିଲ୍ଲୀ : ଅଷ୍ଟ୍ରେଲିଆରେ ବ୍ୟାନ୍ ହେଲା ସୋସିଆଲ ମିଡିଆ। ଅଷ୍ଟ୍ରେଲିଆ...

ଭକ୍ତଙ୍କ ନେତୃତ୍ୱକୁ ମୋକିମଙ୍କ ଖୋଲା ଚ୍ୟାଲେଞ୍ଜ: ସୋନିଆଙ୍କୁ ଲେଖିଲେ ଚିଠି

ସମାଜ ଡିଜିଟାଲ ଡେସ୍କ: ପିସିସି ସଭାପତି ଭକ୍ତ ଦାସଙ୍କ ନେତୃତ୍ୱକୁ ନେଇ...

ଭଏସ୍‌ ମେସେଜ ନୁହେଁ , ଡାଇରେକ୍ଟ ଭିଡିଓ କଲ : ଗିରଫ ହେଲେ ରସିକିଆ କଲେଜ ଅଧ୍ୟକ୍ଷ

ବୋଲଗଡ: ଅଧ୍ୟାପିକାଙ୍କୁ ପ୍ରେମ ନିବେଦନ କରି ଫସିଲେ କଲେଜ ଅଧ୍ୟକ୍ଷ ।...

ଟ୍ରିବ୍ୟୁନାଲ ଯିବା ଭୁଲ ଥିଲା, ରାଜନୈତିକ ସମାଧାନ ହେଲେ ମହାନଦୀ ଜଳ ବିବାଦ ତୁଟିବ କହିଲେ ଜୟନାରାୟଣ

ସମାଜ ଡିଜିଟାଲ ଡେସ୍କ: ମହାନଦୀ ଜଳ ବିବାଦ ପ୍ରସଙ୍ଗରେ କମିଟି ସଦସ୍ୟ...

Related Articles

Popular Categories