www.samajalive.in
Sunday, December 14, 2025
16.1 C
Bhubaneswar

ସେନା ମୁଖ୍ୟାଳୟରୁ କ୍ଷେତ୍ରକୁ ଯିବେ ୨୦୬ ଅଧିକାରୀ

ନୂଆଦିଲ୍ଲୀ: ସେନା ପୁନର୍ବିନ୍ୟାସ ପ୍ରୟାସ ସ୍ବରୂପ ମୁଖ୍ୟାଳୟରୁ ୨୦୬ ଅଧିକାରୀଙ୍କୁ ଭିନ୍ନ ଭିନ୍ନ କ୍ଷେତ୍ରକୁ ପଠାଯାଉଛି। ଜୁଲାଇରେ ଏ ସମ୍ପର୍କିତ ପ୍ରସ୍ତାବକୁ ପ୍ରତିରକ୍ଷା ମନ୍ତ୍ରଣାଳୟ ଅନୁମୋଦନ କରିଥିଲା। ସାମ୍ପ୍ରତିକ ଓ ଭବିଷ୍ୟତର ଆହ୍ବାନକୁ ମୁକାବିଲା କରିବା ଉଦ୍ଦେଶ୍ୟରେ ସେନା ମୁଖ୍ୟାଳୟର ପୁନର୍ବିନ୍ୟାସ କରିବା ଓ ଭିନ୍ନ ଭିନ୍ନ କ୍ଷେତ୍ରକୁ ଶକ୍ତିଶାଳୀ କରିବା ପାଇଁ ଯୋଜନା ପ୍ରସ୍ତୁତ ହୋଇଛି। ଏହାକୁ କାର୍ଯ୍ୟକାରୀ କରିବା ଲକ୍ଷ୍ୟରେ ଅଧିକାରୀମାନଙ୍କୁ ମୁଖ୍ୟାଳୟରୁ ବିଭିନ୍ନ କ୍ଷେତ୍ରକୁ ପଠାଯାଉଛି ବୋଲି କହିଛନ୍ତି ସେନାଧ୍ୟକ୍ଷ ​ଜେନେରାଲ ବିପିନ ରାୱତ। ସେମାନେ ସମ୍ପୃକ୍ତ କ୍ଷେତ୍ରରେ ସେନାର କାର୍ଯ୍ୟଦକ୍ଷତା ବୃଦ୍ଧି ପାଇଁ ପଦକ୍ଷେପ ନେବେ। ଅପରପକ୍ଷରେ ସେଠାରେ ଥିବା ବରିଷ୍ଠ ତଥା ଅଭିଜ୍ଞ ଅଧିକାରୀଙ୍କୁ ମୁଖ୍ୟାଳୟକୁ ଫେରାଇ ଅଣାଯିବ। ସେମାନେ ଏଠାରେ ନିଜ ଜ୍ଞାନ ଓ ଅଭିଜ୍ଞତା ପ୍ରଦର୍ଶନ କରିବା ସୁଯୋଗ ପାଇବେ ବୋଲି ଜେନେରାଲ ରାୱତ କହିଛନ୍ତି। ଏହିକ୍ରମରେ ବିଭିନ୍ନ ଜୋନ୍‌ର ସେନା ମୁଖ୍ୟାଳୟଗୁଡ଼ିକର ପୁନର୍ଗଠନ କରାଯିବ। ସେନା ସ୍ଥାଣୁ ପାଲଟିଯାଉଥିବା ଓ ଏହାର କାର୍ଯ୍ୟଦକ୍ଷତା ହ୍ରାସ ପାଉଥିବା ନେଇ ଯେଉଁ ସମାଲୋଚନା କରାଯାଉଛି ତାହାର ପ୍ରତିକାର ସ୍ବରୂପ ଏହି ​‌େ​‌ଯାଜନା କାର୍ଯ୍ୟକାରୀ ହେଉଛି ବୋଲି ରାୱତ କହିଛନ୍ତି।

Hot this week

କୁଲଡିହା ଅଭୟାରଣ୍ୟରୁ ଗାଁକୁ ପଶିଆସିଲେ ହାତୀ ପଲ, ସିସିଟିଭିରେ ଦୃଶ୍ୟ କଏଦ, ଲୋକେ ଭୟଭୀତ

ସମାଜ ନ୍ୟୁଜ ଡେସ୍କ- ବାଲେଶ୍ୱର ଜିଲା ନୀଳଗିରିର କୁଲଡିହା ଅଭୟାରଣ୍ୟରେ ଥିବା...

ମାଲକାନଗିରି ଜିଲ୍ଲାରେ ଆଉ ୩୬ ଘଣ୍ଟା ପାଇଁ ଇଣ୍ଟରନେଟ୍ କଟକଣା ବୃଦ୍ଧି

ଭୁବନେଶ୍ୱର -  ମାଲକାନଗିରି ଜିଲ୍ଲାରେ ଆଉ ୩୬ ଘଣ୍ଟା ପାଇଁ ଇଣ୍ଟରନେଟ୍...

ଯାତ୍ରା ଅଭିନେତ୍ରୀ ସୋନାଲିଙ୍କ ସାଂଘାତିକ ଅଭିଯୋଗ, ଗିରଫ ହେଲେ ଶ୍ରୀକ୍ଷେତ୍ର ସାମନ୍ତସିଂହାର

ସମାଜ ନ୍ୟୁଜ ଡେସ୍କ- ଯାତ୍ରା ଅଭିନେତ୍ରୀ ସୋନାଲି-ଶ୍ରୀକ୍ଷେତ୍ର କଳିରେ ଏକ ପ୍ରକାର...

ପୁଲିସ୍‌ ଏସ୍‌ଆଇପରୀକ୍ଷା ଦୁର୍ନୀତି ମାମଲା- ୧୧୩ ମୋବାଇଲ୍‌ ଯାଞ୍ଚ୍‌ ପାଇଁ ସିବିଆଇର ଆବେଦନ

ଭୁବନେଶ୍ୱର - ପୁଲିସ ସବ୍ ଇନ୍ସପେକ୍ଟର ପରୀକ୍ଷା ଜାଲିଆତି ଘଟଣାରେ ନୂଆ...

ମୃତ ସାମ୍ବାଦିକ ରମାକାନ୍ତ ମହାନନ୍ଦଙ୍କ ପରିବାରକୁ ଶନିବାର ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିରୁ ୪ ଲକ୍ଷ ଟଙ୍କାର ଅନୁକମ୍ପା

ଭୁବନେଶ୍ୱର-  ରେଢ଼ାଖୋଲର ମୃତ ସାମ୍ବାଦିକ ରମାକାନ୍ତ ମହାନନ୍ଦଙ୍କ ପରିବାରକୁ ଶନିବାର ମୁଖ୍ୟମନ୍ତ୍ରୀ...

Related Articles

Popular Categories