ବୁର୍ଲା : ସମ୍ବଲପୁର ବିଶ୍ଵବିଦ୍ୟାଳୟର ବ୍ୟବସାୟ ପ୍ରଶାସନ ବିଭାଗରେ “ବ୍ୟବସାୟର ଦାୟିତ୍ଵବୋଧକତା” ଉପରେ ଦ୍ୱି-ଦିବସୀୟ ରାଷ୍ଟ୍ରୀୟ ଆଲୋଚନାଚକ୍ର ଉଦଯାପିତ ହୋଇଯାଇଛି । ପଟ୍ରୋନାସ ବିଶ୍ୱବିଦ୍ୟାଳୟର ପ୍ରଫେସର ଲରେନ୍ସ ଆରୋକ୍ରାସାମି, ଭାରତୀୟ ପ୍ରବନ୍ଧନ ସଂସ୍ଥାନ, ଈନ୍ଦୋରର ପ୍ରଫେସର ସୌମ୍ୟ ରଞ୍ଜନ ଦାଶ ତଥା ଜିଆଇଏମ ଭୁବନେଶ୍ବରର ପ୍ରଫେସର ମୁନମୁନ ମହାନ୍ତି ବିଷୟଜନିତ ବିଭିନ୍ନ ଦିଗରେ ଆଲୋଚନା କରି ଗବେଷକ ଗବେଷିକା ମାନଙ୍କର ମାର୍ଗ ଦର୍ଶନ କରିଥିଲେ। ଦେଶର କୋଣ ଅନୁକୋଣରୁ ଅନେକ ଗବେଷଣାତ୍ମକ ଅନୁସନ୍ଧାନ ପରିବେଶିତ ହୋଇଥିବା ସମୟରେ ପ୍ରଫେସର ଦୁଲୁ ପଟ୍ଟନାୟକ, ଟିଆରଏଲର ଡ ଆର୍ କେ ସିଂହ, ପ୍ରଫେସର ମୁନମୁନ ମହାନ୍ତି, ହାଲର ଡ ରବି ନାରାୟଣ ପାଢି, ଭିସୁଟର ପ୍ରୋଫେସର ଦେବଦତ୍ତ ମିଶ୍ର, ସୁମନ୍ତ କେର୍କେଟ୍ଟା ଓ ଡ ରୋହିତ କୁମାର ମିଶ୍ର ଆଦି ଅଧ୍ୟକ୍ଷତା କରିଥିଲେ। ସମ୍ମିଳନୀ ନିର୍ଦ୍ଦେଶକ ପ୍ରଫେସର ବିଶ୍ୱଜିତ୍ ଶତପଥୀ, ସଂଯୋଜକ ପ୍ରଫେସର ଦେବେନ୍ଦ୍ର କୁମାର ମହାଲିକ, ସମ୍ପାଦକ ଡାଃ ସରୋଜ କୁମାର ସାହୁ, ବିଭାଗ ମୁଖ୍ୟ ତଥା ୱାର୍ଡେନ୍ ପ୍ରଫେସର ତୁଷାରକାନ୍ତି ଦାସ ସଭା ମଞ୍ଚରେ ଉପସ୍ଥିତ ରହି ଉଦଯାପନୀ ସଭା ଆରମ୍ଭ କରିଥିଲେ। ଡ ଅନୁରାଧା ସାମଲ ମଞ୍ଚ ପରିଚାଳନା କରିଥିଲେ। ଡକ୍ଟର ସରୋଜ କୁମାର ସାହୁ ଧନ୍ୟବାଦ ଜ୍ଞାପନ କରିଥିଲେ।
ସମ୍ୱଲପୁର ବିଶ୍ଵବିଦ୍ୟାଳୟର ବ୍ୟବସାୟ ପ୍ରଶାସନ ବିଭାଗର ଦ୍ୱି-ଦିବସୀୟ ରାଷ୍ଟ୍ରୀୟ ଆଲୋଚନାଚକ୍ର ଉଦଯାପିତ
Popular Categories



