ରେଙ୍ଗାଲିକେମ୍ପ : କେନ୍ଦ୍ର ସରକାରଙ୍କ ପ୍ରଚଳିତ କୃଷି ଆଇନକୁ ପ୍ରତ୍ୟାହାର ଦାବି ସହ ଚାଷୀ ଓ ଶ୍ରମିକ ବିରୋଧୀ ନୀତି ବିରୁଦ୍ଧରେ ଆଜି ହୋଇଥିବା ଭାରତ ବନ୍ଦକୁ ସମର୍ଥନ ଜଣାଇଛି ଅତାବିରା ଜୟକିଷାନ୍ ସଂଘ। ସଂଘର ସଭାପତି ଭଞ୍ଜନ ବାରିକଙ୍କ ସଭାପତିତ୍ବରେ ଭାରତ ବନ୍ଦକୁ ନେଇ ଏକ ସାଧାରଣ ବୈଠକ ହୋଇଥିଲା। ଏହି ବୈଠକର ନିଷ୍ପତ୍ତି ଅନୁସାରେ ସଂଘ ତରଫରୁ ଏକ ବିଶାଳ ବାଇକ୍ ଶୋଭାଯାତ୍ରା କରି ଏହାକୁ ପୂର୍ଣ୍ଣ ସମର୍ଥନ ଜଣାଇଛନ୍ତି। ଏହି ବାଇକ୍ ଶୋଭାଯାତ୍ରା ଅତାବିରା ଟେଲିଫୋନ ଏକ୍ସଚେଞ୍ଜ ଛକରୁ ବାହାରି ବରଗଡ଼ ଗାନ୍ଧୀ ଛକ ପର୍ୟ୍ୟନ୍ତ ଯାଇଥିଲା। ଏଥିରେ ସଂଘର ସମ୍ପାଦକ ଜିତୁ ବେହେରା, ପାଣ୍ଡବ ପ୍ରଧାନ, ନିର୍ମଳ ପ୍ରଧାନ, ମାଧବ ସାହୁ, ସତ୍ୟବାନ୍ ବେହେରା, ତ୍ରିଲୋଚନ ବଢ଼େଇ, ପ୍ରେରଣା ସାହୁ, ଗିରି ସାହୁ, ମନୁ ପ୍ରଧାନ ଓ ପୁନ୍ତୁ ଭୋଇ ପ୍ରମୁଖ ଶତାଧିକ ସଭ୍ୟ ଓ ଯୁବକମାନେ ସାମିଲ ହୋଇ ଶୋଭାଯାତ୍ରାକୁ ସଫଳ କରିଥିଲେ।
Popular Categories



