ଭାରସାମ୍ୟ ହରାଇ ବାଇକ ଦୁର୍ଘଟଣା ଗ୍ରସ୍ତ, ଜଣେ ମୃତ

ପାଟଣା : ବାରିଆ ଥାନା ଅନ୍ତର୍ଗତ ଭଣ୍ଡା ନିକଟସ୍ଥ ବାଙ୍କସାହି ରାସ୍ତାରେ ଏକ ଅଭାବନୀୟ ଘଟଣା ଘଟିଛି ।  ଆଜି ପାଟଣା ଥାନା ଅନ୍ତର୍ଗତ ଖିଲାରୀ ପାଟ ନୂଆଗାଁ ଗ୍ରାମର ଦୁଇ ଭାଇ ରଞ୍ଜନ କୁମାର ଦେହୁରୀ ଏବଂ ବିଜୟ କୁମାର ଦେହୁରୀ ଯୋଡ଼ାରେ ସିକ୍ୟୁରିଟି କାମ କରୁଥିବାବେଳେ ତାଙ୍କ ଜେଜେ ମା ଏବଂ ଜେଜେ ବାପାଙ୍କ ଦେହ ଖରାପ ଖବର ପାଇ ଘରକୁ ବାଇକ୍ ଯୋଗେ ଫେରୁଥିଲେ। ଭଣ୍ଡା ବାଙ୍କସାହି ରାସ୍ତାରେ ଘରକୁ ଫେରିବାର ବାଟରେ ବାଇକ୍ ଦୁର୍ଘଟଣାରେ ସାନଭାଇ ରଞ୍ଜନଙ୍କର ଘଟଣାସ୍ଥଳରେ ମୃତ୍ୟୁ ଘଟିଥିବାବେଳେ ବଡ ଭାଇ ବିଜୟ ଗୁରୁତର ଆହତ ହୋଇ କେନ୍ଦୁଝର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଚିକିତ୍ସିତ ହେଉଛନ୍ତି। ଘଟଣାସ୍ଥଳରୁ ରଞ୍ଜନଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ନିଆ ଯାଇଥିଲେ ମଧ୍ୟ ଡାକ୍ତର ସେଠାରେ ତାଙ୍କୁ ମୃତ ଘୋଷଣା କରିଥିଲେ।

 

Comments are closed.