www.samajalive.in
Saturday, December 6, 2025
16.1 C
Bhubaneswar

ବିକାଶ ଏନକାଉଣ୍ଟରକୁ ନେଇ ରାଜନୀତି: ପ୍ରିୟଙ୍କାଙ୍କ ସ୍ବାଗତ, ପ୍ରଶ୍ନ ଉଠାଇଲେ ଅଖିଳେଶ

ନୂଆଦିଲ୍ଲୀ: ଉତ୍ତରପ୍ରଦେଶର କୁଖ୍ୟାତ ଗ୍ୟାଙ୍ଗଷ୍ଟର ବିକାଶ ଦୁବେକୁ ନାଟକୀୟ ଭାବେ ଏନକାଉଣ୍ଟର କରି ମାରି ଦିଆଯାଇଛି। ବିକାଶକୁ ପୁଲିସ ଏକ ଗାଡ଼ିରେ ନେଇ ଯାଉଥିବାବେଳେ ତାହା ଓଲଟି ପଡ଼ିଥିଲା। ଏହାର ଫାଇଦା ଉଠାଇ ବିକାଶ ପୁଲିସଠାରୁ ବନ୍ଧୁକ ଛଡ଼ାଇ କର୍ମଚାରୀଙ୍କୁ ଗୁଳି କରି ଖସି ପଳାଉଥିବାବେଳେ ତା’କୁ ଏନକାଉଣ୍ଟର କରାଯାଇଥିବା ପୁଲିସ କହିଛି। କିନ୍ତୁ ଏହି ଏନକାଉଣ୍ଟରକୁ ନେଇ ବିଭିନ୍ନ ରାଜନୈତିକ ଦଳ ପ୍ରଶ୍ନ ଉଠାଇଛନ୍ତି। ବିକାଶ ପୁଲିସ ନିକଟରେ ଆତ୍ମସମର୍ପଣ କରିଥିବାବେଳେ ସେ କାହିଁକି ଖସି ପଳାଇବାକୁ ଚାହିଁବ ବୋଲି ପ୍ରଶ୍ନ ଉଠିଛି। ଏ ସମ୍ପର୍କରେ ଉତ୍ତରପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ଅଖିଳେଶ ଯାଦବ ରାଜ୍ୟ ସରକାରଙ୍କୁ ଟାର୍ଗେଟ କରିଛନ୍ତି। ବିକାଶ ସହିତ ସରକାରଙ୍କ ବହୁ ନେତାଙ୍କ ସମ୍ପର୍କ ରହିଥିଲା। ବିକାଶ ଧରାପଡ଼ିବା ପରେ ସରକାର ବିପଦରେ ପଡ଼ିଯାଇଥିଲେ। ତେଣୁ ସରକାରକୁ ବଞ୍ଚାଇବା ଲାଗି ବିକାଶକୁ ଏନକାଉଣ୍ଟର କରାଯାଇଥିବା ସେ ଅଭିଯୋଗ କରିଛନ୍ତି।

ସେହିପରି ବିକାଶର ମୃତ୍ୟୁ ପରେ ଅପରାଧର ଅନ୍ତ ଘଟିଛି ବୋଲି କଂଗ୍ରେସ ସାଧାରଣ ସମ୍ପାଦିକା ପ୍ରିୟଙ୍କା ଗାନ୍ଧୀ ଭଦ୍ରା କହିଛନ୍ତି। ମଧ୍ୟପ୍ରଦେଶ ଗୃହ ମନ୍ତ୍ରୀ ନରୋତ୍ତମ ମିଶ୍ରା କହିଛନ୍ତି, ଆଇନ ତା’ର କାମ କରିଛି। ଏହି ଘଟଣା ସେହିମାନଙ୍କ ଲାଗି ଦୁଃଖ ଏବଂ ନିରାଶାର ବିଷୟ ହେବ ଯେଉଁମାନେ ଗତକାଲି ବିକାଶର ଗିରଫଦାରି ଏବଂ ଆଜି ଏନକାଉଣ୍ଟର ଉପରେ ପ୍ରଶ୍ନ ଉଠାଉଛନ୍ତି।

- Advertisement -

ରାଷ୍ଟ୍ରୀୟ ଲୋକ ଦଳର ନେତା ଜୟନ୍ତ ଚୌଧୁରୀ କହିଛନ୍ତି, ବିଜେପି ଶାସନରେ କୋର୍ଟର ଆବଶ୍ୟକତା ନାହିଁ। ଏହି ଏନକାଉଣ୍ଟର ପରେ ଦେଶର ସମସ୍ତ ବିଚାରପତିମାନେ ଇସ୍ତଫା ଦେଇଦେବା ଉଚିତ ବୋଲି ସେ କହିଛନ୍ତି।

Hot this week

ପଦ୍ମଭୂଷଣ ଡ. ରାଧାନାଥ ରଥଙ୍କ ୧୨୯ ତମ ଜୟନ୍ତୀ: ସେମାନଙ୍କ ଦୃଷ୍ଟିରେ ବାବୁଜୀ

ପ୍ରେରଣାର ଉତ୍ସ ଡକ୍ଟର ରଥ ଦୀର୍ଘକାଳ ଧରି ଓଡ଼ିଶାର ସାଧାରଣ ଜୀବନ ସହିତ...

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

Related Articles

Popular Categories