www.samajalive.in
Saturday, December 6, 2025
14.1 C
Bhubaneswar

ସତ୍ୟବାଦୀରେ ବିଜୁ ପଟ୍ଟନାୟକଙ୍କ ୨୪ତମ ଶ୍ରାଦ୍ଧ ଦିବସ ପାଳିତ

ସାକ୍ଷୀଗୋପାଳ: ପ୍ରବାଦ ପୁରୁଷ, ବିଶିଷ୍ଟ ଜନ ନାୟକ, ଦୁର୍ଦ୍ଦଷ ବିମାନ ଚାଳକ, ସ୍ୱାଧୀନତା ସଂଗ୍ରାମୀ ତଥା ଓଡ଼ିଶାର ପୂର୍ବତନ ମୁଖ୍ୟମନ୍ତ୍ରୀ ବିଜୁ ପଟ୍ଟନାୟକଙ୍କ ୨୪ତମ ଶ୍ରାଦ୍ଧ ଦିବସ ସ୍ଥାନୀୟ ସତ୍ୟବାଦୀ ବ୍ଲକ ଛକସ୍ଥିତ ଶ୍ରୀ ଶ୍ରୀ ବାଟ ମହାବୀର ଦେବଙ୍କ ମନ୍ଦିର ପ୍ରାଙ୍ଗଣରେ ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ ବିଜୁ ବାବୁଙ୍କ ଫଟୋ ଚିତ୍ରରେ ମାଲ୍ୟାର୍ପଣ ଓ ପ୍ରଦୀପ ପ୍ରଜ୍ଜ୍ୱଳନ କରାଯାଇଛି।

ଅନନ୍ତ ମହାପାତ୍ରଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି ଶ୍ରଦ୍ଧାଞ୍ଜଳି ସଭାରେ ନିରଞ୍ଜନ ମହାପାତ୍ର ମୁଖ୍ୟ ଅତିଥି, ଶତ୍ରୁଘନ ରାଉତ, ନୀଳକଣ୍ଠ ପ୍ରଧାନ, କୈଳାଶ ଚନ୍ଦ୍ର ମହାପାତ୍ର, ପୂର୍ଣ୍ଣାନନ୍ଦ ତ୍ରିପାଠୀ ଓ ସୁରେନ୍ଦ୍ର ସାହୁ ପ୍ରମୁଖ ସମ୍ମାନିତ ଅତିଥି ରୂପେ ଯୋଗଦେଇଥିଲେ। ବିଜୁ ବାବୁଙ୍କ ଜୀବନୀ, ସ୍ୱାଧୀନତା ସଂଗ୍ରାମ ଓ ନୂତନ ଓଡ଼ିଶା ଗଠନରେ ବିଜୁ ବାବୁଙ୍କ ଭୂମିକା ସମ୍ପର୍କରେ ବକ୍ତାମାନେ ସୂଚନା ପ୍ରଦାନ କରିଥିଲେ। ବିଜୁ ବାବୁଙ୍କ ଦଶାହ ଅବସରରେ ଶୁଦ୍ଧି କ୍ରିୟାକର୍ମ, ମୁଣ୍ଡନ ଓ ମହାପ୍ରସାଦ ସେବନର ବ୍ୟବସ୍ଥା କରିଥିବା ସ୍ବର୍ଗତ କୃଷ୍ଣଚନ୍ଦ୍ର ଦାସ, ରାମଚନ୍ଦ୍ର ଦାସ ଓ ଭିକାରୀ ବିଶୋୟୀଙ୍କ ସ୍ମୃତି ଚାରଣ କରାଯାଇଥିଲା। ଶେଷରେ ପ୍ରତାପ କୁମାର ପାହାନ୍ତା ସିଂ ଧନ୍ୟବାଦ ଅର୍ପଣ କରିଥିଲେ।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories