www.samajalive.in
Saturday, December 6, 2025
23.1 C
Bhubaneswar

ବିମାନ ଯାତ୍ରୀ ସେବାରେ ଦେଶର ୧୩ ସ୍ଥାନରେ ଭୁବନେଶ୍ବର

ଭୁବନେଶ୍ବର: ଗତବର୍ଷ ୪୮ଲକ୍ଷ ୩୦ହଜାର ବିମାନ ଯାତ୍ରୀ ଭୁବନେଶ୍ୱର ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନ ବନ୍ଦରରୁ ଯାତ୍ରା କରିଥିଲେ। ଯାତ୍ରୀ ସେବାରେ ଭୁବନେଶ୍ବର ବିମାନ ବନ୍ଦର ଦେଶରେ ୧୩ତମ ଓ ପୂର୍ବ ଭାରତରେ କଲକାତା ପରେ ଦ୍ବିିତୀୟ ସ୍ଥାନରେ ରହିଛି ବୋଲି ବିମାନ ବନ୍ଦର ନିର୍ଦେଶକ ପ୍ରସନ୍ନ ପ୍ରଧାନ କହିଛନ୍ତି।

ବିମାନ ଯାତ୍ରୀଙ୍କୁ ଉତ୍ସାହିତ କରିବା ଲକ୍ଷ୍ୟରେ ଦେଶର ସମସ୍ତ ବିମାନ ବନ୍ଦରରେ ଯାତ୍ରୀ ସେବା ଦିବସ ପାଳନ କରାଯାଉଛି। ଆସନ୍ତାକାଲି ଭୁବନେଶ୍ବର ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନ ବନ୍ଦରରେ ଯାତ୍ରୀ ସେବା ଦିବସ ପାଳନ ହେବ ବୋଲି ଶ୍ରୀ ପ୍ରଧାନ ଗଣମାଧ୍ୟମକୁ କହିଛନ୍ତି। ଏହିକ୍ରମରେ ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନ ବନ୍ଦରରେ ବିଭିନ୍ନ ପ୍ରକାର କାର୍ଯ୍ୟକ୍ରମ ଆୟୋଜନ କରାଯାଇଛି। ବୁଧବାର ସକାଳୁ ଏଠାରେ ପ୍ରଥମ ବିମାନ ପହଞ୍ଚିବା ପରେ କାର୍ଯ୍ୟକ୍ରମ ଆରମ୍ଭ ହେବ। ଯାତ୍ରୀମାନେ ବିମାନ ବନ୍ଦରରେ ଓହ୍ଲାଇବା ପରେ ପ୍ରଥମେ ସେମାନଙ୍କ ମୁଣ୍ଡରେ ଟୀକା ଲଗାଯିବ। ପରେ ସମ୍ବଲପୁରୀ ନୃତ୍ୟ ସହ ସେମାନଙ୍କୁ ସ୍ୱାଗତ କରାଯିବ। ବରିଷ୍ଠ ଯାତ୍ରୀଙ୍କ ଜରିଆରେ ଚାରା ରୋପଣ କରାଯିବ। ଛୋଟ ପିଲାଙ୍କ ମଧ୍ୟରେ ସାଧାରଣଜ୍ଞାନ ପ୍ରତିଯୋଗିତା ହେବ। ଏଥିସହ ସେଲ୍ଫି ପଏଣ୍ଟ ଏବଂ ରକ୍ତଦାନ ଶିବିର ଆୟୋଜନ କରାଯାଇଛି। ଯାତ୍ରୀ ଏବଂ ସମସ୍ତ ଅଂଶୀଦାରଙ୍କ ପାଇଁ ସ୍ବାସ୍ଥ୍ୟ ଶିବିର ଆୟୋଜନ କରାଯିବ। ଉଡ଼ାଣ କାଫେ ବାବଦରେ ଯାତ୍ରୀଙ୍କୁ ସଚେତନ କରାଯିବ। ଉଡ଼ାଣ କାଫେ ଉପରେ ମତାମତ ସଂଗ୍ରହ କରାଯିବ। ଭୁବନେଶ୍ୱର ବିମାନ ବନ୍ଦରରେ କିଭଳି ଯାତ୍ରୀ ସେବା ଦିବସ ପାଳନ କରାଯାଉଛି ତା’ର ତଦାରଖ ପାଇଁ ମୁଖ୍ୟାଳୟରୁ ଜଣେ ପର୍ଯ୍ୟବେକ୍ଷକ ଆସିଛନ୍ତି।

- Advertisement -

ଶ୍ରୀ ପ୍ରଧାନ କହିଛନ୍ତି, ଦୁବାଇକୁ ବିମାନ ବନ୍ଦ ଆଶଙ୍କା ଥିଲା, ହେଲେ ଏପରି କିଛି ଖବର। ଉଡ଼ାଣ କାର୍ଯ୍ୟସୂଚୀ ପରିବର୍ତ୍ତନ କରିବାକୁ ଚେଷ୍ଟା ଚାଲିଛି, ହେଲେ ବିମାନ ଯେପରି ବନ୍ଦ ନହେବ ସେନେଇ ବିମାନ ବନ୍ଦର କର୍ତ୍ତୃପକ୍ଷ, ସରକାର ଓ ବିମାନ ସେବା ଯୋଗାଣକାରୀ ସଂସ୍ଥା ଚେଷ୍ଟା କରୁଛନ୍ତି। ବିଜୁ ପଟ୍ଟନାୟକ ବିମାନ ବନ୍ଦର ଏକ ଲାଭଜନକ ବିମାନ ବନ୍ଦର। ଗତବର୍ଷ ୧୦୦ କୋଟି ବ୍ୟବସାୟ ହୋଇଥିଲା। ଚଳିତ ବର୍ଷ ୧୪୭ କୋଟି ବ୍ୟବସାୟ ଲକ୍ଷ୍ୟ ରଖାଯାଇଛି। ସୁରଟକୁ ପୁଣି ବିମାନ ଉଡ଼ିବ। ଶ୍ରୀନଗରକୁ ସିଧାସଳଖ ବିମାନ ଉଡ଼ିଥାନ୍ତା, ହେଲେ ଅପରେସନ ସିନ୍ଦୂର ପାଇଁ ସ୍ଥଗିତ ଥିବା ସେ ସୂଚନା ଦେଇଛନ୍ତି।

Hot this week

ଇଣ୍ଡିଗୋ ବିମାନ ଅଚଳାବସ୍ଥା : ଚିଠି ଲେଖିଲା କଂଗ୍ରେସ

ସମାଜ ଲାଇଭ ଡ଼େସ୍କ : ଇଣ୍ଡିଗୋ ବିମାନ ସେବାରେ ବ୍ୟାପକ ବାଧା...

ମୁମ୍ବଇ, ଦିଲ୍ଲୀ… ଆଜି ଏହି ସହରରେ ବି ଇଣ୍ଡିଗୋ ବିମାନ ଉଡାଣ ବାତିଲ

ସମାଜ ଡିଜିଟାଲ ଡେସ୍କ: ଦେଶର ସର୍ବବୃହତ ବିମାନ କମ୍ପାନୀ ଇଣ୍ଡିଗୋରେ ହୋଇଥିବା...

ଭାରତ-ଦକ୍ଷିଣ ଆଫ୍ରିକା ନିର୍ଣ୍ଣାୟକ ଦିନିକିଆ ଆଜି

ବିଶାଖାପାଟଣା : ଘରୋଇ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଦିନିକିଆ...

ରାଶିଫଳ: ଏହି ଦୁଇ ରାଶିଙ୍କୁ କର୍ମକ୍ଷେତ୍ରରୁ ଅପୂର୍ବ ସଫଳତା ମିଳିବ

ମେଷ: ଅଧ୍ୟାପନାର ପ୍ରସ୍ତୁତି ସ୍ବରୂପ ଅଧ୍ୟୟନରତ ହୋଇପାରନ୍ତି। କର୍ମକ୍ଷେତ୍ର ସହିତ ଅନ୍ୟାନ୍ୟ ବିଭିନ୍ନ...

ବଦଳିବ ପ୍ରଥମରୁ ଦ୍ବାଦଶ ପାଠ୍ୟପୁସ୍ତକ

ସ୍ଥାନିତ ହେବ ସ୍ଥାନୀୟ ପ୍ରସଙ୍ଗ ଭୁବନେଶ୍ବର : ଆଗାମୀ ଦିନରେ ପିଲା ଆଉ...

Related Articles

Popular Categories