ଭୁବନେଶ୍ଵର: ପୂର୍ବତନ ଅନ୍ତର୍ଜାତୀୟ ଭାରୋତ୍ତୋଳକ ତଥା ଅର୍ଜୁନ ପୁରସ୍କାର ବିଜେତା ବିଜୟ କୁମାର ଶତପଥୀଙ୍କର ପରଲୋକ ଘଟିଛି। ସୋମବାର ରାତି ୮ଟା ୪୦ ମିନିଟ୍ ସମୟରେ ବ୍ରହ୍ମପୁର ନିଜ ବାସଭବନରେ ଶେଷ ନିଶ୍ବାସ ତ୍ୟାଗ କରିଛନ୍ତି । ବାର୍ଦ୍ଧକ୍ୟ ଯୋଗୁ ତାଙ୍କର ମୃତ୍ୟୁ ହୋଇଥିବା ପରିବାର ଲୋକଙ୍କ ପକ୍ଷରୁ ସୂଚନା ଦିଆଯାଇଛି।
୧୯୮୨ ମସିହାରେ ସେ ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ରୌପ୍ୟ ପଦକ ଜିତିଥିଲେ। ୧୯୭୭-୭୮ ରୁ ଓ ୧୯୮୨-୮୩ ପର୍ଯ୍ୟନ୍ତ ଭାରୋତ୍ତଳନରେ ପାଞ୍ଚ ଥର ଜାତୀୟ ଚାମ୍ପିଅନ ଏବଂ ଭାରତୀୟ ନୌସେନା ଏବଂ ଭାରତୀୟ ରେଳବାଇର ପ୍ରତିନିଧିତ୍ୱ କରିଥିଲେ। ସେ ୧୯୮୧ ଏବଂ ୧୯୮୩ ଏସୀୟ ଭାରୋତ୍ତଳନ ଚାମ୍ପିଅନସିପରେ କାଂସ୍ୟ ପଦକ ଜିତିଥିଲେ। ତେବେ ତାଙ୍କ ପରଲୋକରେ ରାଜ୍ୟ କ୍ରୀଡ଼ା ଜଗତରେ ଶୋକର ଛାୟା ଖେଳିଯାଇଛି।



