www.samajalive.in
Saturday, December 6, 2025
23.1 C
Bhubaneswar

ବିଜୟଙ୍କ ରାଲିରେ ଦଳାଚକଟା ଘଟଣା: ବିଚାର ବିଭାଗୀୟ ତଦନ୍ତ ଆରମ୍ଭ

ଚେନ୍ନଇ,: ତାମିଲ ସୁପରଷ୍ଟାର ବିଜୟଙ୍କ ପକ୍ଷରୁ ଆୟୋଜିତ ରାଲିରେ ହୋଇଥିବା ଦଳାଚକଟା ଘଟଣାର ମୃତ୍ୟୁସଂଖ୍ୟା ରବିବାର ୪୦କୁ ବୃଦ୍ଧି ପାଇଛି। ବିଜୟଙ୍କ ନେତୃତ୍ବାଧୀନ ରାଜନୈତିକ ଦଳ ତାମିଲାଗା ଭେଟ୍ଟ୍ରି କାଝାଗମ୍ (ଟିଭିକେ) ଶନିବାର ତାମିଲନାଡୁର କରୁର୍‌ରେ ଏହି ରାଲି କରିଥିଲା। ଶନିବାର ହୋଇଥିବା ଦଳଚକଟାରେ ୩୮ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ରବିବାର ଚିକିତ୍ସାଧୀନ ଆହତଙ୍କ ମଧ୍ୟରୁ ଆଉ ୨ଜଣଙ୍କର ମୃତ୍ୟୁ ହୋଇଛି। ଏହି ଘଟଣାର ତଦନ୍ତ ପାଇଁ ଗଠନ କରାଯାଇଥିବା ବିଚାର ବିଭାଗୀୟ କମିସନ ଏହାର ତଦନ୍ତ ଆରମ୍ଭ କରିଛନ୍ତି। ମାଡ୍ରାସ ହାଇକୋର୍ଟର ଅବସରପ୍ରାପ୍ତ ବିଚାରପତି ଅରୁଣା ଜଗଦୀଶନଙ୍କୁ ନେଇ ଗଠିତ ଜଣକିଆ କମିସନ ରବିବାର ଘଟଣାସ୍ଥଳ ପରିଦର୍ଶନ କରିଛନ୍ତି। ଏହି ଦୁଃଖଦ ଘଟଣାରେ ପ୍ରାଣ ହରାଇଥିବା ବ୍ୟକ୍ତିଙ୍କ ପରିବାର ପ୍ରତି ଅଭିନେତା ବିଜୟ ସମବେଦନା ଜଣାଇଛନ୍ତି।

ବିଜୟ ତାଙ୍କ ପୋଷ୍ଟରେ ଲେଖିଛନ୍ତି ଯେ ଏହା ଏକ ଅପୂରଣୀୟ କ୍ଷତି। କୌଣସି ଶବ୍ଦ ଆତ୍ମୀୟସ୍ବଜନଙ୍କୁ ହରାଇଥିବା ବ୍ୟକ୍ତିଙ୍କ ଦୁଃଖକୁ ଦୂର କରିପାରିବ ନାହିଁ। ଏହା ସହିତ ବିଜୟ ପ୍ରତି ମୃତକଙ୍କ ପରିବାର ପାଇଁ ୨୦ଲକ୍ଷ ଟଙ୍କା ଓ ଆହତଙ୍କ ପିଛା ୨ଲକ୍ଷ ଟଙ୍କାର କ୍ଷତିପୂରଣ ଘୋଷଣା କରିଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସୋସିଆଲ ମିଡିଆ ପୋଷ୍ଟରେ ଏହି ରାଜନୈତିକ ରାଲିରେ ଘଟିଥିବା ଅଘଟଣ ପାଇଁ ଗଭୀର ଦୁଃଖ ପ୍ରକାଶ କରିଛନ୍ତି। ପ୍ରଧାନମନ୍ତ୍ରୀ ମୃତକଙ୍କ ପରିବାର ପ୍ରତି ସମବେଦନା ଜଣାଇବା ସହିତ ଆହତଙ୍କ ଆଶୁ ଆରୋଗ୍ୟ କାମନା କରିଛନ୍ତି। ଏହା ସହିତ ପ୍ରଧାନମନ୍ତ୍ରୀ ରିଲିଫ ପାଣ୍ଠିରୁ ମୃତକଙ୍କ ପିଛା ୨ଲକ୍ଷ ଟଙ୍କା ଓ ଆହତଙ୍କ ପିଛା ୫୦ହଜାର ଟଙ୍କା ସହାୟତା ରାଶି ଘୋଷଣା କରିଛନ୍ତି। ଏହା ପୂର୍ବରୁ ତାମିଲନାଡୁ ସରକାର ମୃତ ଓ ଆହତଙ୍କ ପିଛା ଯଥାକ୍ରମେ ୧୦ଲକ୍ଷ ଓ ୧ଲକ୍ଷ ଟଙ୍କାର ସହାୟତା ଘୋଷଣା କରିଥିଲେ। ଲୋକସଭା ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀ ଏହି ଘଟଣାରେ ଗଭୀର ଦୁଃଖ ପ୍ରକାଶ କରିଛନ୍ତି। ଦଳାଚକଟା ଘଟଣାରେ ଆହତଙ୍କ ଆଶୁ ଆରୋଗ୍ୟ କାମନା କରିବା ସହିତ ପ୍ରଭାବିତ ବ୍ୟକ୍ତିଙ୍କ ପରିବାରକୁ ଆବଶ୍ୟକ ସହାୟତା ଯୋଗାଇ ଦେବାକୁ ରାହୁଲ କଂଗ୍ରେସ କର୍ମୀଙ୍କୁ ନିବେଦନ କରିଛନ୍ତି।

- Advertisement -

କରୁର୍‌ରେ ଘଟିଥିବା ଏହି ଘଟଣାକୁ ନେଇ ଉତ୍ତେଜନା ଲାଗି ରହିଥିବାରୁ ବିଜୟଙ୍କ ଘରେ ବାହାରେ କଡା ସୁରକ୍ଷା ବ୍ୟବସ୍ଥା କରାଯାଇଛି। ବିଜୟଙ୍କ ଘର ବାହାରେ ସିଆରପିଏଫ୍ ବାହିନୀ ମୁତୟନ କରାଯାଇଛି। ସେହିପରି ଉତ୍ତେଜନାକୁ ହ୍ରାସ କରିବା ଲାଗି ତାମିଲନାଡୁ ପୁଲିସ ଟିଭିକେର ସାଧାରଣ ସମ୍ପାଦକ ଏନ୍‌ ଆନନ୍ଦ ଓ ଅନ୍ୟ ଦୁଇ ଜଣଙ୍କ ବିରୋଧରେ ମାମଲା ରୁଜୁ କରିଛି। କରୁର୍‌ରେ ଘଟିଥିବା ଏହି ଘଟଣାକୁ ନେଇ ରାଜନୈତିକ ବୟାନବାଜି ଆରମ୍ଭ ହୋଇଛି। ଏଆଇଏଡିଏମ୍‌କେ ଏହି ଘଟଣା ପାଇଁ ରାଜ୍ୟ ସରକାରଙ୍କୁ ଦାୟୀ କରିଛି। ତାମିଲନାଡୁ ବିଧାନସଭାର ବିରୋଧୀ ଦଳ ନେତା ତଥା ଏଆଇଏଡିଏମ୍‌କେ ସାଧାରଣ ସମ୍ପାଦକ କେ ପଲାନିସ୍ବାମୀ କହିଛନ୍ତି ଯେ ଏହି ଦୁଃଖଦ ଘଟଣାକୁ ଏଡାଯାଇପାରିଥାନ୍ତା।

ସରକାର ଆବଶ୍ୟକ ସୁରକ୍ଷା ବ୍ୟବସ୍ଥା କରି ନଥିବାରୁ ଏପରି ଘଟଣା ଘଟିଲା। କେରଳ ପ୍ରଦେଶ କଂଗ୍ରେସ ସଭାପତି ସନ୍ନି ଯୋଶେଫ କହିଛନ୍ତି ଯେ ଏହି ଘଟଣା ଉଭୟ ରାଜନେତା ଓ ସାଧାରଣ ଜନତାଙ୍କ ପାଇଁ ଏକ ଶିକ୍ଷା। ସେହିପରି ବିଜେପି ନେତା କେ ଆନ୍ନାମଲାଇ ଏହି ଘଟଣା ପାଇଁ ରାଜ୍ୟ ସରକାରଙ୍କୁ ଦାୟୀ କରିଛନ୍ତି। ରାଜନୈତିକ ଶୋଭାଯାତ୍ରା ଆୟୋଜନ ପାଇଁ ସରକାର ଅନୁମତି ଦେଇଥିବାବେଳେ ଏଥିପାଇଁ ଆବଶ୍ୟକ ସୁରକ୍ଷା ବ୍ୟବସ୍ଥା କରିବାରେ ବିଫଳ ହୋଇଥିବା ସେ କହିଛନ୍ତି। ରାଜ୍ୟ ବିଜେପି ସଭାପତି ନୈନାର ନାଗେନଥରନ ଏହି ଘଟଣାର ସୁପ୍ରିମକୋର୍ଟ ନିଯୁକ୍ତ କମିସନ ଦ୍ବାରା ତଦନ୍ତ କରିବାକୁ ଦାବି କରିଛନ୍ତି। ରବିବାର ବିଭିନ୍ନ ରାଜନୈତିକ ଦଳର ନେତା ଡାକ୍ତରଖାନା ଯାଇ ଆହତଙ୍କୁ ଭେଟିଛନ୍ତି।

Hot this week

ଶିଶୁଙ୍କ ସୁନ୍ଦରତା ସହିପାରିଲାନି : ଏମିତି କରିଲା ନିଜ ପିଲାଙ୍କୁ ହତ୍ୟା

ସମାଜ ଡିଜିଟାଲ ଡେସ୍କ: ସେ ବୋଧହୁଏ ଦେଶର ପ୍ରଥମ ମହିଳା ସିରିଏଲ୍...

ଇଣ୍ଡିଗୋ ବିମାନ ଅଚଳାବସ୍ଥା : ଚିଠି ଲେଖିଲା କଂଗ୍ରେସ

ସମାଜ ଲାଇଭ ଡ଼େସ୍କ : ଇଣ୍ଡିଗୋ ବିମାନ ସେବାରେ ବ୍ୟାପକ ବାଧା...

ମୁମ୍ବଇ, ଦିଲ୍ଲୀ… ଆଜି ଏହି ସହରରେ ବି ଇଣ୍ଡିଗୋ ବିମାନ ଉଡାଣ ବାତିଲ

ସମାଜ ଡିଜିଟାଲ ଡେସ୍କ: ଦେଶର ସର୍ବବୃହତ ବିମାନ କମ୍ପାନୀ ଇଣ୍ଡିଗୋରେ ହୋଇଥିବା...

ଭାରତ-ଦକ୍ଷିଣ ଆଫ୍ରିକା ନିର୍ଣ୍ଣାୟକ ଦିନିକିଆ ଆଜି

ବିଶାଖାପାଟଣା : ଘରୋଇ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଦିନିକିଆ...

ରାଶିଫଳ: ଏହି ଦୁଇ ରାଶିଙ୍କୁ କର୍ମକ୍ଷେତ୍ରରୁ ଅପୂର୍ବ ସଫଳତା ମିଳିବ

ମେଷ: ଅଧ୍ୟାପନାର ପ୍ରସ୍ତୁତି ସ୍ବରୂପ ଅଧ୍ୟୟନରତ ହୋଇପାରନ୍ତି। କର୍ମକ୍ଷେତ୍ର ସହିତ ଅନ୍ୟାନ୍ୟ ବିଭିନ୍ନ...

Related Articles

Popular Categories