www.samajalive.in
Saturday, December 6, 2025
15.1 C
Bhubaneswar

ଯୌତୁକ ପାଇଁ ନବବିବାହିତା ପତ୍ନୀଙ୍କୁ ଏସିଡ୍‍ ପିଆଇ ହତ୍ୟା କଲା ପିଶାଚ ସ୍ୱାମୀ

ପାଟନା : ନବନବବିବାହିତା ପତ୍ନୀଙ୍କୁ ଏସିଡ୍‍ ପିଆଇ ହତ୍ୟା କଲା ପିଶାଚ ସ୍ୱାମୀ। ଏଭଳି ଏକ ଚାଞ୍ଚଲ୍ୟକର ଘଟଣା ଘଟିଛି ବିହାର ବେଗୁସରାଇରେ। ମୃତ ଯୁବତୀଙ୍କ ବୟସ ୨୧ ବର୍ଷ ହୋଇଥିବା ବେଳେ ତାଙ୍କ ନାମ ଅଞ୍ଜଳି ବୋଲି ପ୍ରାଥମିକ ତଦନ୍ତରୁ ଖବର ମିଳିଛି। ୨ ଲକ୍ଷ ଟଙ୍କା ଓ ବାଇକ ଯୌତୁକ ନଆଣିବାରୁ ନବବିବାହିତା ଅଞ୍ଜଳିଙ୍କୁ ହତ୍ୟା କରାଯାଇଛି ବୋଲି ଅଭିଯୋଗ ହୋଇଛି। ଅଭିଯୁକ୍ତ ସ୍ୱାମୀକୁ ଗିରଫ କରାଯାଇଥିବା ବେଳେ ତାଙ୍କ ଶାଶୁ,ଶ୍ୱଶୁର ଫେରାର ହୋଇ ଯାଇଛନ୍ତି।
ସୂଚନା ଯୋଗ୍ୟ, ୩ ମାସ ତଳେ ମେ’୨ରେ ଉକ୍ତ ଯୁବତୀଙ୍କ ବିବାହ ହୋଇଥିଲା। ବାହାଘରର ଅଳ୍ପ ଦିନ ପରେ ୨ଲକ୍ଷ ଟଙ୍କା ଓ ବାଇକ ପାଇଁ ଦାବି କରାଯାଇଥିଲା। ଏହାକୁ ନେଇ ସ୍ୱାମୀ ଓ ଶାଶୁଘର ଲୋକେ ଅଞ୍ଜଳିଙ୍କୁ ମାରମିଟ୍‍ କରୁଥିଲେ। ଗତ ୨୮ ତାରିଖରେ ଅଞ୍ଜଳିଙ୍କୁ ମାଡ ମାରି ଏସିଡ ଢାଳି ଦେଇଥିଲେ। ଏସିଡ ଢାଳିବା ସହ ଏସିଡ ପିଇବାକୁ ମଧ୍ୟ ବାଧ୍ୟ କରିଥିଲେ। ମାଡରୁ ବର୍ତ୍ତିବାକୁ ଏସିଡ ପିଇ ଦେଇଥିଲେ ଅଞ୍ଜଳି। ତେବେ ଗୁରୁତର ଅବସ୍ଥାରେ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିବା ବେଳେ ଅଞ୍ଜଳିଙ୍କର ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ଘଟିଛି। ଘଟଣାର ତଦନ୍ତ ଚାଲୁ ରହିଛି।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories