www.samajalive.in
Saturday, December 6, 2025
16.1 C
Bhubaneswar

ଦରବୃଦ୍ଧି,ଜିଏସଟି ଆଦି ଦାବିରେ ନୂଆଦିଲ୍ଲୀରେ କଂଗ୍ରେସର ଜୋରଦାର ଆନ୍ଦୋଳନ

ନୂଆଦିଲ୍ଲୀ : ରାଜଧାନୀ ଦିଲ୍ଲୀରେ ଦେଖାଯାଇଛି କଂଗ୍ରେସର ଜୋରଦାର ଆନ୍ଦୋଳନ। ଆଜି କଂଗ୍ରେସ ପାଳୁଛି ବ୍ଲାକ ଫ୍ରାଇଡେ। ଦରବୃଦ୍ଧି, ଜିଏସି, ବେକାରୀ ସମସ୍ୟାକୁ ନେଇ କଂଗ୍ରେସ ଏହି ଆନ୍ଦୋଳନ କରୁଥିବା ବେଳେ ଦେଶବ୍ୟାପୀ କଂଗ୍ରେସ ପକ୍ଷରୁ ବିକ୍ଷୋଭ ପ୍ରଦର୍ଶନ କରାଯାଉଛି। କଳା ପୋଷାକ ପିନ୍ଧି କଂଗ୍ରେସ ପକ୍ଷରୁ ଆନ୍ଦୋଳନ କରାଯାଉଥିବା ବେଳେ ଏଥିରେ ରାହୁଲ ଗାନ୍ଧୀ, ପ୍ରିୟଙ୍କା ଗାନ୍ଧୀଙ୍କ ସହ ଅନ୍ୟ ବହୁ କଂଗ୍ରେସ ନେତା ସାମିଲ ରହିଛନ୍ତି। ପ୍ଲାକାର୍ଡ ପ୍ରଦର୍ଶନ ସହ କେନ୍ଦ୍ର ବିରୋଧରେ ଜୋରଦାର ନାରାବାଜି କରାଯାଉଛି।
ସୁରକ୍ଷା ଦୃଷ୍ଟିରୁ ଦିଲ୍ଲୀରେ ୧୪୪ ଧାରା ଜାରି କରାଯାଇଛି। ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ ଘେରାଉ ପାଇଁ କଂଗ୍ରେସର ପ୍ରୟାସ କରୁଥିବା ସମୟରେ ନୂଆଦିଲ୍ଲୀରେ କଂଗ୍ରେସର ଜୋରଦାର ଆନ୍ଦୋଳନ କରାଯାଉଛି। ଅଧ୍ୟକ୍ଷା ସୋନିଆ ଗାନ୍ଧୀଙ୍କ ନେତୃତ୍ୱରେ ଦିଲ୍ଲୀରେ ଆନ୍ଦୋଳନ ହେଉଥିବା ବେଳେ ଉଭୟ ପ୍ରିୟଙ୍କା ଗାନ୍ଧୀ ଓ ରାହୁଲ ଗାନ୍ଧୀଙ୍କ ସହ ଅନ୍ୟ ବହୁ ନେତାଙ୍କୁ ଅଟକ ରଖିଛି ପୁଲିସ। ଦରବୃଦ୍ଧି ପ୍ରତିବାଦ ଆନ୍ଦୋଳନରେ ଏଆଇସିସି ଅଫିସ୍‍ ପାଖ ବ୍ୟାରିକେଡ୍‍ ପ୍ରିୟଙ୍କା ଗାନ୍ଧୀ ଡେଇଁବା ସମୟରେ ପୁଲିସ ତାଙ୍କୁ ଅଟକ ରଖିଛି। ଜୋରଦାର ଆନ୍ଦୋଳନ ସହ ସଂସଦ ଭବନରୁ ରାଷ୍ଟ୍ରପତି ଭବନ ଯାଏଁ ମାର୍ଚ୍ଚ ସହ ବିଜୟ ଚୌକରେ ପୁଲିସ ସମସ୍ତଙ୍କୁ ଅଟକାଇଛି।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories