ବିହାରରେ ବଡ ସଡକ ଦୁର୍ଘଟଣା ; ଚାଲିଗଲା ୮ ଜୀବନ

ପାଟଣା : ବିହାରର ପୁର୍ଣ୍ଣୟା ଜିଲାର କାଞ୍ଜିୟା ଗାଁରେ ଶନିବାର ଭୋର ୩ଟା ସମୟରେ ଏକ ସଡକ ଦୁର୍ଘଟଣା ଘଟିଛି। ଏକ ସ୍କର୍ପିଓ ଗାଡି ପୋଖରୀକୁ ଖସି ଯାଇ ଆଠ ଜଣଙ୍କର ଜୀବନ ଚାଲି ଯାଇଛି। ପୁଲିସ କହିବାନୁଯାୟୀ ଏଯାଏଁ ୮ ଜଣଙ୍କ ମୃତଦେହ ଉଦ୍ଧାର କରାଯାଇଛି। ୨ ଜଣଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରାଯାଇଛି। ମୃତଦେହ ବ୍ୟବଚ୍ଛେଦ ପାଇଁ ପଠାଯାଇଛି।
ଶନିବାର ଭୋର ୩ଟା ସମୟରେ ଉକ୍ତ ସ୍କର୍ପିଓ ଗାଡିରେ ଯାତ୍ରୀମାନେ ପୁର୍ଣ୍ଣୟା-ଜିଲାର ତାରାବାଡୀ ଅଞ୍ଚଳରେ ଏକ ତିଳକ ସମାରୋହରେ ଯୋଗ ଦେଇ କିଶନଗଞ୍ଜ ଜିଲାର ନାନିୟା ଗାଁକୁ ଯାଉଥିଲେ। ସେହି ସମୟରେ ଗାଡି ଚାଳକ ନିୟନ୍ତ୍ରଣ ହରାଇବାରୁ ସ୍କର୍ପିଓଟି ପୁର୍ଣ୍ଣୟା-କିଶନଗଞ୍ଜ ରାଜମାର୍ଗ ନିକଟ କାଞ୍ଜିୟା ମଧ୍ୟ ବିଦ୍ୟାଳୟ ନିକଟରେ ପୋଖରୀ ଭିତରକୁ ଖସିପଡିଥିଲା। ଦୁର୍ଘଟଣାରେ ୮ ଜଣଙ୍କର ଘଟଣା ସ୍ଥଳରେ ହିଁ ମୃତ୍ୟୁ ହୋଇଥିଲା। ଆହତଙ୍କୁ ନିକଟସ୍ଥ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଦୁର୍ଘଟଣା ମାତ୍ରେ ସ୍ଥାନୀୟ ଲୋକେ ପହଞ୍ଚିବା ସହ ପୁଲିସ ଓ ଉଦ୍ଧାରକାରୀ ଦଳକୁ ଖବର ଦେଇଥିଲେ। ପୁଲିସ ଘଟଣାର ତଦନ୍ତ ଆରମ୍ଭ କରିଛି।

Comments are closed.