କଟକ : ରବିବାର କଟକ ସ୍ଥିତ ବାରବାଟୀ ଷ୍ଟାଡିୟମରେ ହେବ ଟି-ଟ୍ୱେଣ୍ଟି। ଏହାକୁ ଦୃଷ୍ଟିରେ ରଖି ପୂର୍ବରୁ ସମସ୍ତ ପ୍ରସ୍ତୁତି କରାଯାଇଥିବା ବେଳେ କିଛି ସମୟ ପୂର୍ବରୁ ଭୁବନେଶ୍ୱରର ମେ ଫେୟାର ହୋଟେଲରୁ କଡା ସୁରକ୍ଷା ମଧ୍ୟରେ ୨ଟି ବସରେ ଦକ୍ଷିଣ-ଆଫ୍ରିକା ଖେଳାଳି ଅଭ୍ୟାସ ପାଇଁ ଷ୍ଟାଡିୟମରେ ପହଞ୍ଚି ସାରିଛନ୍ତି।
ଆସନ୍ତାକାଲି ହେବାକୁ ଥିବା ବାରବାଟୀ ମୁକାବିଲା ପାଇଁ ପ୍ରାୟ ୬୨ ପ୍ଲାଟୁନ ପୁଲିସ ଫୋର୍ସ ନିୟୋଜିତ ହେବେ। ଏନେଇ ସାମ୍ବାଦିକ ସମ୍ମିଳନୀରେ କଟକ ଡିସିପି ପିନାକ ମିଶ୍ର ସୂଚନା ଦେଇଛନ୍ତି। ୩ ଡିସିପି,୭ ଅତିରିକ୍ତ ଡିସିପି,୩୨ ଜଣ ଏସିପି,୪୫ ଇନ୍ସପେକ୍ଟର,୨୭୦ ଏସଆଇ ରାଙ୍କ୍ ଅଧିକାରୀ ମୁତୟନ ହେବେ । ୧୧୩ ଜଣ ଟ୍ରାଫିକ ପୁଲିସ,୪୩ ଜଣ ମହିଳା କନଷ୍ଟେବଲ୍ ରହିବେ। ଏହାସହ ଫୋପାଡିଲା ଭଳି କୌଣସି ଜିନିଷ ଦର୍ଶକ ସାଙ୍ଗରେ ନେଇ ପାରିବେ ନାହିଁ। ଷ୍ଟାଡିୟମ ଭିତରକୁ ବାହାର ପାଣି ବୋତଲ,ଖାଦ୍ୟ ମନା। ମ୍ୟାଚ ବକ୍ସ,ହେଲମେଟ୍,ବ୍ୟାଗ ମଧ୍ୟ ଷ୍ଟାଡିୟମକୁ ନେବାକୁ ଅନୁମତି ନାହିଁ। ମୋବାଇଲ ଓ ଚଷମା ଛାଡି ଅନ୍ୟ କୌଣସି ଜିନିଷ ଷ୍ଟାଡିୟମକୁ ଛଡା ଯିବ ନାହିଁ ।
ସାଙ୍ଗରେ ଖୁଚୁରା ପଇସା ନଥିବା ଭଲ ବୋଲି କଟକ ଡିିସିପି କହିଛନ୍ତି। ବିନା ମାସ୍କରେ କାହାକୁ ମଧ୍ୟ ଷ୍ଟାଡିୟମକୁ ଯିବାକୁ ଅନୁମତି ମିଳିବ ନାହିଁ। ସଭିଁଙ୍କୁ ମାସ୍କ ପିନ୍ଧିବାକୁ ଅନୁରୋଧ କରାଯାଇଛି। ସମସ୍ତ ପୁଲିସ କର୍ମଚାରୀ ମଧ୍ୟ ମାସ୍କ ପିନ୍ଧିବେ। ଅପରାହ୍ନ ୩ଟାରେ ଷ୍ଟାଡିୟମ ଭିତରକୁ ଯିବାକୁ ଗେଟ୍ ଖୋଲାଯିବ। ଶୃଙ୍ଖଳିତ ମ୍ୟାଚ ପାଇଁ ଡିସିପି ସାଧାରଣ ବ୍ୟକ୍ତିଙ୍କ ସହଯୋଗ ଲୋଡିଛନ୍ତି। ଗାଡି ପାର୍କିଙ୍ଗ ପାଇଁ ବାଲିଯାତ୍ରା ପଡିଆରେ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଛି।
ଟି-ଟ୍ୱେଣ୍ଟି ; ଷ୍ଟାଡିୟମ ଭିତରକୁ ବାହାର ଖାଦ୍ୟ,ପାଣି ବୋତଲ ମନା
Popular Categories



