www.samajalive.in
Sunday, December 7, 2025
15.1 C
Bhubaneswar

ଜି ଆଇ ଇ ଟି ବିଶ୍ୱ ବିଦ୍ୟାଳୟ ଗୁଣୁପୁର ପକ୍ଷରୁ ସମ୍ବଲପୁରରେ ଅଭିଭାବକ ସମ୍ମିଳନୀ ଅନୁଷ୍ଠିତ

ସମ୍ବଲପୁର :  ରାୟଗଡ଼ା ଜିଲ୍ଲା ଗୁଣୁପୁର ସ୍ଥିତ ଜି ଆଇ ଇ ଟି ବିଶ୍ୱ ବିଦ୍ୟାଳୟ ପକ୍ଷରୁ ଆଜି ସମ୍ବଲପୁର ସ୍ଥିତ କାବେରୀ ହୋଟେଲ ଠାରେ ଅଭିଭାବକ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି। ଏଥିରେ ବିଶ୍ଵବିଦ୍ୟାଳୟର କମ୍ପ୍ୟୁଟର ବିଭାଗର, ପ୍ରଫେସର ଡ଼ଃ. ବନ୍ଦିତା ସାହୁ , ଆଡ଼ମିଶନ ବିଭାଗର ରିଜିଓନାଲ ମ୍ୟାନେଜର ବିଜୟ କୁମାର ସାହୁ, ଏବଂ ଜୋନାଲ ମ୍ୟାନେଜର ଶମ୍ଭୁ ପ୍ରଶାଦ ବାବୁ ପ୍ରମୁଖ ଯୋଗ ଦେଇ ଵିଶ୍ଵବିଦ୍ୟାଳୟ ପକ୍ଷରୁ ଛାତ୍ରଛାତ୍ରୀ ମାନଙ୍କୁ ଦିଆ ଯାଉଥିବା ଉଚ୍ଚମାନର ଶିକ୍ଷା ଦାନ, ପ୍ରଶିକ୍ଷଣ ଓ ଗ୍ରନ୍ଥାଗାରର ସହ ଉଚ୍ଚମାନର ନିଯୁକ୍ତି ସୁଯୋଗ ଛାତ୍ରଛାତ୍ରୀ ମାନଙ୍କୁ ଦେଉଥିବା କହିଛନ୍ତି।
ସେହିଭଳି ଛାତ୍ରଛାତ୍ରୀ ମାନେ ବହୁଦେଶୀୟ କମ୍ପାନୀ ମାନଙ୍କରେ ନିଯୁକ୍ତି ପାଇ ରେକର୍ଡ ସୃଷ୍ଟି କରିବା ସହ ଅନୁଷ୍ଠାନର ଟେକ ରଖୁଥିବା ନିଜ ଭାଷଣରେ କହିଥିଲେ। ଚଳିତ ବର୍ଷ ରେକର୍ଡ ୯୬% ପ୍ରତିଶତ ଛାତ୍ରଛାତ୍ରୀ ବହୁ ଦେଶୀୟ ଓ ଅନ୍ତର୍ଦେଶୀୟ କମ୍ପାନୀ ରେ ନିଯୁକ୍ତି ପାଇ ଥିବା ଅନୁଷ୍ଠାନ ପାଇଁ ଗୌରବର ବିଷୟ ବୋଲି ଦର୍ଶାଇ ଥିଲେ। ଅନୁଷ୍ଠାନର ପୁରାତନ ଓ ବର୍ତ୍ତମାନ ଅଧ୍ୟୟନ କରୁଥିବା ଛାତ୍ରଛାତ୍ରୀ ମାନଙ୍କ ଅଭିଭାବକ ମାନେ ଯୋଗଦେଇ ଛାତ୍ର ଛାତ୍ରୀ ମାନଙ୍କ ଭବିଷ୍ୟତ ବିଷୟରେ ଉପସ୍ଥିତ ଅନୁଷ୍ଠାନର ପ୍ରଫେସର ମାନଙ୍କ ସହ ଆଲୋଚନା କରିଥିଲେ। ଆଡ଼ମିଶନ ବିଭାଗର ଆଞ୍ଚଳିକ ଅଧିକାରୀ ପ୍ରତାପ କୁମାର ଦାସ ଓ ସଦାନନ୍ଦ ଦେବତା ପ୍ରମୁଖ ଏହି ସମ୍ମିଳନୀକୁ ପରିଚାଳନା କରିଥିଲେ। ଏହିଭଳି ସମ୍ମିଳନୀ ଅନୁଷ୍ଠାନ ପକ୍ଷରୁ ଆୟୋଜନ କରିଥିବାରୁ ଅଭିଭାବକ ମାନେ ଵିଶ୍ଵବିଦ୍ୟାଳୟ କର୍ତ୍ତୃପକ୍ଷଙ୍କୁ ଧନ୍ୟବାଦ ଜଣାଇଛନ୍ତି।

Hot this week

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣା

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣ ଚନ୍ଦ୍ରଶେଖରପୁର,...

ରାଜ୍ୟସଭାରେ ସାଂସଦ ସୁଜିତ କୁମାରଙ୍କ ପ୍ରସ୍ତାବ ପାଠ୍ୟପୁସ୍ତକ, ସରକାରୀ ୱେବସାଇଟରୁ ‘ଲର୍ଡ’ ଶଦ୍ଦକୁ ବାଦ୍‍ ଦିଆଯାଉ

ନୂଆଦିଲ୍ଲୀ,: ବ୍ରିଟିଶ ଗଭର୍ଣ୍ଣର ଜେନେରାଲ ଏବଂ ଭାଇସରୟଙ୍କ ଉଦେଶ୍ୟରେ ବ୍ୟବହାର ହେଉଥିବା...

ଆଠଗଡ଼ର ବିଭିନ୍ନ ଶିକ୍ଷାନୁଷ୍ଠାନରେ ଡଃ ରାଧାନାଥ ଜୟନ୍ତୀ ପାଳିତ

ସମାଜ ନ୍ୟୁଜ ଡେସ୍କ- ଆଠଗଡର ସର୍ବପୁରାତନ ପିଏମଶ୍ରୀ ବିଶ୍ଵନାଥ ବିଦ୍ୟାପୀଠରେ ବିଶିଷ୍ଟ...

ଭୁବନେଶ୍ବରରେ ପହଞ୍ଚିଲେ ହାର୍ଦ୍ଦିକ ପାଣ୍ଡ୍ୟା, ସୁରକ୍ଷାରେ ବିମାନବନ୍ଦରରୁ ଗଲେ ହୋଟେଲ

ସମାଜ ନ୍ୟୁଜ ଡେସ୍କ- ଶନିବାର ରାତିରେ ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚିଛନ୍ତି...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

Related Articles

Popular Categories