www.samajalive.in
Sunday, December 14, 2025
19.1 C
Bhubaneswar

ମୁଜାଫରପୁର ମୁଖ୍ୟ ଅଭିଯୁକ୍ତଙ୍କ ଉପରେ କାଳି ଫିଙ୍ଗିଲେ ମହିଳା

ପାଟନା: ବିହାର ମୁଜାଫରପୁର ବାଳିକା ଗୃହରେ ଘଟିଥିବା ଜଘନ୍ୟ ଅପରାଧ ଘଟଣା ଦେଶରେ ଚାଞ୍ଚଲ୍ୟ ସୃଷ୍ଟି କରିବା ସହିତ ରାଜନୀତିକୁ ସରଗରମ କରିଛି। ବିହାରର ସବୁ ଅଞ୍ଚଳକୁ ଏହି ଘଟଣା ଦୋହଲାଇ ଦେଇଛି। ଏହାର ଏକ ପ୍ରତିଫଳନ ଆଜି ଦେଖିବାକୁ ମିଳିଛି। ପୂର୍ବାହ୍ନରେ ମୁଖ୍ୟ ଅଭିଯୁକ୍ତ ବ୍ରଜେଶ ଠାକୁରଙ୍କୁ କଡ଼ା ସୁରକ୍ଷାରେ ପୁଲିସ କୋର୍ଟଚାଲାଣ କରୁ ଥିବା ବେଳେ କିଛି ମହିଳା ତାଙ୍କ ଉପରେ କାଳି ଫିଙ୍ଗିବା ସହ ତାଙ୍କ ମୁହଁରେ କାଳି ଲଗାଇବାକୁ ଉଦ୍ୟମ କରିଥିଲେ।
ଏହି ଘଟଣାର କିଛି ସମୟ ପୂର୍ବରୁ ବ୍ରଜେଶଙ୍କ ମନ୍ତବ୍ୟକୁ ନେଇ ରାଜନୀତି ଜୋର ଧରିଥିଲା। ମଞ୍ଜୁ ବର୍ମାଙ୍କ ସ୍ୱାମୀଙ୍କ ସହ ବ୍ରଜେଶଙ୍କ ସମ୍ପର୍କର ଖୁଲାସା କରି ସେ ଆଗାମୀ ଦିନରେ କଂଗ୍ରେସ ଟିକଟରେ ନିର୍ବାଚନ ଲଢିବାକୁ ଯାଉଥିଲେ ବୋଲି ଗଣମାଧ୍ୟମରେ ସୂଚନା ଦେଇଥିଲେ। ସେ ଖୁବ୍‍ ଶୀଘ୍ର କଂଗ୍ରେସରେ ଯୋଗ ଦେବାକୁ ସ୍ଥିର କରିଥିଲେ। ମୁଜାଫରପୁରରୁ ନିର୍ବାଚନ ଲଢିବାର ନିଷ୍ପତ୍ତିର ପରିଣାମ ସ୍ୱରୂପ ତାଙ୍କୁ ଏଭଳି ପରିସ୍ଥିତିର ସମ୍ମୁଖୀନ ହେବାକୁ ପଡ଼ିଛି ବୋଲି ବ୍ରଜେଶ ଗଣମାଧ୍ୟମରେ ମନ୍ତବ୍ୟ ଦେଇଛନ୍ତି। ଅପରପକ୍ଷରେ ତାଙ୍କ ଦ୍ୱାରା ପରିଚାଳିତ ଖବରକାଗଜକୁ ବନ୍ଦ କରିବାକୁ ଚକ୍ରାନ୍ତ ଚାଲିଛି ବେଲି ସେ ମନ୍ତବ୍ୟ ଦେଇଛନ୍ତି।
କୋର୍ଟରେ ମଧ୍ୟ ବ୍ରଜେଶ ଠାକୁର ପ୍ରମୁଖ ୫ଟି ଦାବି ଉପସ୍ଥାପନ କରିଛନ୍ତି। ରାଜ୍ୟର ପରିସ୍ଥିତି ଓ କୋର୍ଟ ପରିସର ବାହାରେ ତାଙ୍କ ଉପରେ ହୋଇଥିବା ଆକ୍ରମଣକୁ ଦୃଷ୍ଟିରେ ରଖି ତାଙ୍କୁ ଭିଡିଓ କନଫରେନ୍ସିଂ ଦ୍ୱାରା କୋର୍ଟରେ ହାଜିରା ପକାଇବାକୁ ଅନୁମତି ଦେବାକୁ ସେ ଅନୁରୋଧ କରିଛନ୍ତି। ଜେଲ ଶୌଚାଳୟରେ ପଶ୍ଚିମ ସଭ୍ୟତା ସମ୍ପନ୍ନ ପାଇଖାନା ବ୍ୟବସ୍ଥା କରିବାକୁ ସେ ଅନୁରୋଧ କରିଛନ୍ତି। ଏପରିକି କିଛି ଦିନ ମଧ୍ୟରେ ପୁଲିସ ପକ୍ଷରୁ ତାଙ୍କୁ ଯେପରି ନିର୍ଯାତନା ଦିଆଯାଇଛି ତାହା ତାଙ୍କ ସ୍ୱାସ୍ଥ୍ୟବସ୍ଥାକୁ ପ୍ରଭାବିତ କରିଛି। ତେଣୁ ଏକ ମେଡିକାଲ ଟିମ ଗଠନ କରି ତାଙ୍କ ଚିକିତ୍ସା ବ୍ୟବସ୍ଥା ଯୋଗାଇ ଦେବାକୁ ସେ ଦାବି କରିଛନ୍ତି। ଜେଲ କର୍ତ୍ତୃପକ୍ଷ ତାଙ୍କୁ ଭୋର ୪ଟାରେ ଉଠାଇ ଦେଉଛନ୍ତି। ଏଭଳି ବ୍ୟବସ୍ଥା ତାଙ୍କ ସ୍ୱାସ୍ଥ୍ୟବସ୍ଥାକୁ ଅଧିକ ଜଟିଳ କରୁଛି। ସ୍ୱତନ୍ତ୍ର କୋର୍ଟ ମାଧ୍ୟମରେ ତାଙ୍କ ବିଚାର ପ୍ରକ୍ରିୟାକୁ ତ୍ୱରିତ କରିବାକୁ ମଧ୍ୟ ବ୍ରଜେଶ ଦାବି କରିଛନ୍ତି।

Hot this week

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

ସୋରାବାଡି ଜଙ୍ଗଲରେ ଗୋହତ୍ୟା, ୩ ଗିରଫ

ଗୋପାଳପୁର: ଗୋଳନ୍ଥରା ଥାନା ଅନ୍ତର୍ଗତ ପୁରୁଣାପାଟଣା ନିକଟ ସୋରାବାଡି ଜଙ୍ଗଲରେ ଗତ...

ମାଲକାନଗିରି ହିଂସା: ୧୨ ଗିରଫ

ସମାଜଲାଇଭ ଡ଼େସ୍କ: ମହିଳାଙ୍କ ମୃତ୍ୟୁ ଘଟଣାକୁ ନେଇ ମାଲକାନଗିରିରେ ସୃଷ୍ଟି ହୋଇଥିବା...

ଭାରତର ଦମଦାର ବୋଲିଂ: ଦକ୍ଷିଣ ଆଫ୍ରିକା ୧୧୭ରେ ଅଲଆଉଟ

ସମାଜଲାଇଭ ଡେସ୍କ: ୩ୟ ଟି-୨୦ରେ ଭାରତୀୟ ବୋଲରଙ୍କ ଦମଦାର ବୋଲିଂ ଦକ୍ଷିଣଆଫ୍ରିକାକୁ...

Related Articles

Popular Categories