www.samajalive.in
Saturday, December 6, 2025
16.1 C
Bhubaneswar

ପାଟନାର ଗାନ୍ଧୀ ମଇଦାନ ନିକଟରେ ବିସ୍ଫୋରଣ, ୫ ଆହତ

ପାଟନା: ବିହାର ରାଜଧାନୀ ପାଟନାରେ ବୋମା ବିସ୍ଫୋରଣ ହୋଇଛି। ଗାନ୍ଧୀ ମଇଦାନ ଅଞ୍ଚଳରେ ସୋମବାର ସକାଳେ ଏହି ବିସ୍ଫୋରଣ ହୋଇଥିବା ସୂଚନା ମିଳିଛି।

ପୁଲିସ ସୂଚନା ଅନୁଯାୟୀ ସ୍ଥାନୀୟ ଜଣଙ୍କ ଘରେ ଏହି ବିସ୍ଫୋରଣ ହୋଇଛି। ଏହି ବିସ୍ଫୋରଣରେ ୫ ଜଣ ଆହତ ହୋଇଥିବା ଜଣାପଡିଛି। ସେମାନଙ୍କ ମଧ୍ୟରୁ ଜଣେ ବୃଦ୍ଧାଙ୍କ ଅବସ୍ଥା ସଙ୍କଟାପନ୍ନ ରହିଛି। ଘରେ ବୋମା ରଖାଯାଇଥିବା ନେଇ ପୁଲିସ ସନ୍ଦେହ କରୁଛି। ବିସ୍ଫୋରଣରେ ଦୁଇ ଜଣଙ୍କ ଘର କ୍ଷତିଗ୍ରସ୍ତ ହୋଇଛି। ଆହତଙ୍କୁ ପିଏମସିଏଚ୍ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ବିସ୍ଫୋରଣ ଏତେ ଭୟଙ୍କର ଥିଲା ଯେ ଘରେ ରହୁଥିବା ଲୋକେ ବାହାରେ ଛିଟିକି ପଡିଥିଲେ।

- Advertisement -

ସ୍ଥାନୀୟଲୋକଙ୍କ ସୂଚନା ଅନୁଯାୟୀ ବିସ୍ଫୋରଣ ଦୁଇ ଥର ହୋଇଥିଲା। ବିସ୍ଫୋରଣ ପରେ ଆଖପାଖ ଘରର କାନ୍ଥ, କବାଟ ଓ ଝରକା ଖସି ପଡିଛି। ବିସ୍ଫୋରଣ ହୋଇଥିବା ଘରେ ଜଣେ ଅଟୋ ଚାଳକ ଘର ଭଡା ନେଇ ରହୁଥିଲେ ବୋଲି ଜଣାପଡିଛି।

Hot this week

ଇତ​ରେ ଦେଲେ ଉପଦେଶ…

ନର୍ମଦା ନଦୀର ତୀର ଦେଶରେ ଏକ ବିଶାଳ ବଟବୃକ୍ଷ କାହିଁ କେଉଁ...

ସମ୍ପାଦକୀୟ: ଇଣ୍ଡିଗୋ ସଂକଟ

ଭାରତୀୟ ବିମାନ ସେବା ଇତିହାସରେ ନିକଟ ଅତୀତରେ ଘଟିଥିବା ସବୁଠାରୁ ବଡ଼...

ଗୋପବନ୍ଧୁ ଐତିହ୍ୟର ବାହକ

ଉତ୍କଳ ଗୌରବ ମଧୁସୂଦନ ଦାସଙ୍କୁ ଶେଷ ଜୀବନରେ ମହାନ ବର୍ଷୀୟାନ ପୁରୁଷ...

ଆତଙ୍କବାଦ ବିରୋଧରେ ସାଲିସ ବିହୀନ ଲଢ଼େଇ: ବିଶ୍ବ ସମୁଦାୟକୁ ଭାରତ-ରୁଷ୍‌ର ମିଳିତ ଆହ୍ବାନ

ନୂଆଦିଲ୍ଲୀ: ଆତଙ୍କବାଦ ବିରୋଧରେ ସାଲିସ୍ ବିହୀନ ଲଢେଇ ପାଇଁ ବିଶ୍ବ ସମୁଦାୟକୁ...

ସ୍ବାମୀ ଓ ଗର୍ଭବତୀ ସ୍ତ୍ରୀ ମୃତ; ବର୍ତ୍ତିଲା ୩ ବର୍ଷର ଶିଶୁ

ଦିଗପହଣ୍ଡି: ଗଞ୍ଜାମ ଜିଲାର ଦିଗପହଣ୍ଡି-ବ୍ରହ୍ମପୁର ରାସ୍ତାର ମାଁ କୁରେଇଶୁଣୀ ମନ୍ଦିର ନିକଟରେ...

Related Articles

Popular Categories