www.samajalive.in
Friday, December 12, 2025
27.1 C
Bhubaneswar

ନୀତୀଶ କୁମାରଙ୍କ ସମ୍ବେଦନଶୀଳତା ମରିଯାଇଛି – ସାଂସଦ ଅଖିଳେଶ ପ୍ରସାଦ ସିଂ

କଂଗ୍ରେସ ରାଜ୍ୟସଭା ସାଂସଦ ଅଖିଳେଶ ପ୍ରସାଦ ସିଂ କହିଛନ୍ତି ଯେ ରାଜନୈତିକ ଦଳମାନଙ୍କ ସହ ପରାମର୍ଶ ପରେ ବିହାରରେ ବିଧାନସଭା ନିର୍ବାଚନ କରିବା ପାଇଁ ନିର୍ବାଚନ ଆୟୋଗ ଚୂଡ଼ାନ୍ତ ନିଷ୍ପତ୍ତି ନେବା ଉଚିତ। ସେ କହିଛନ୍ତି ଯେ କରୋନା ମହାମାରୀ ବିରୋଧରେ ଏବେ ଲଢେଇ କରିବାର ଆବଶ୍ୟକତା ରହିଛି। ଏଭଳି ଘଡ଼ିସନ୍ଧି ମୁହୂର୍ତ୍ତରେ ବିହାରରେ ନିର୍ବାଚନ ହେବ କି ନାହିଁ ସେ ସମ୍ପର୍କରେ ନିଷ୍ପତ୍ତି ନେବା ରାଜନୈତିକ ଦଳଗୁଡିକର ଦାୟିତ୍ୱ ନୁହେଁ ବରଂ ରାଜନୈତିକ ଦଳମାନଙ୍କ ସହିତ ପରାମର୍ଶ ପରେ ନିର୍ବାଚନ ଆୟୋଗ ଚୂଡ଼ାନ୍ତ ନିଷ୍ପତ୍ତି ନେବା ଉଚିତ ବୋଲି ଶ୍ରୀ ସିଂ କହିଛନ୍ତି।

ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାରଙ୍କୁ ସମାଲୋଚନା କରି ସେ କହିଛନ୍ତି ଯେ ତାଙ୍କ ଦଳ କରୋନା ଭାଇରସ୍ ସତ୍ତ୍ୱେ ବିଧାନସଭା ନିର୍ବାଚନ କରିବାକୁ ପରାମର୍ଶ ଦେବା ସମ୍ବେଦନହୀନତାର ପରିଚୟ। ସେ କହିଛନ୍ତି, “ନୀତୀଶ କୁମାରଙ୍କ ସମ୍ବେଦନଶୀଳତା ମରିଯାଇଛି। ସେ କହିଛନ୍ତି ଯେ ବିହାରର ଭୋଟରଙ୍କ ପାଖରେ ଦୁଇଟି ବିକଳ୍ପ ଅଛି – ଗୋଟିଏ ହେଉଛି ମୃତ୍ୟୁ ଏବଂ ଦ୍ୱିତୀୟଟି ହେଉଛି ଭୋଟ୍ ଦେବା। ନିଶ୍ଚିତ ଭାବରେ ମୃତ୍ୟୁକୁ କେହି ପସନ୍ଦ କରିବେ ନାହିଁ।”

- Advertisement -

ସେ କହିଛନ୍ତି ଯେ କୌଣସି ସରକାର ପାଇଁ ବ୍ୟକ୍ତିର ସୁରକ୍ଷା ସବୁଠାରୁ ଗୁରୁତ୍ୱପୂର୍ଣ୍ଣ। ସେ ଆହୁରି ମଧ୍ୟ ଦାବି କରି କହିଛନ୍ତି ଯେ ବିହାରର ଅଧିକାଂଶ ବିଜେପି ସଦସ୍ୟ ଚାହୁଁଛନ୍ତି ଯେ କରୋନା ମହାମାରୀ ଯୋଗୁଁ ନିର୍ବାଚନ ସ୍ଥଗିତ ରଖାଯାଉ। ପୂର୍ବରୁ, ଶାସକ ଏନଡିଏର ଅଂଶୀଦାର ଦଳ ଲୋକ ଜନଶକ୍ତି ପାର୍ଟି କହିଛି ଯେ କରୋନା ସ୍ଥିତିରେ ସୁଧାର ଆସିବା ପରେ ନିର୍ବାଚନ ଆୟୋଗ ରାଜ୍ୟରେ ବିଧାନସଭା ନିର୍ବାଚନ କରିବା ଉଚିତ। ସୂଚନାଯୋଗ୍ୟ, ନିର୍ବାଚନ କମିଶନ ଜୁଲାଇ ୧୭ରେ ଏକ ପ୍ରେସ ବିଜ୍ଞପ୍ତିରେ ବିହାରରେ ନିର୍ବାଚନ ପ୍ରଚାର ତଥା ସାଧାରଣ ସଭା ସମ୍ପର୍କରେ ରାଜନୈତିକ ଦଳମାନଙ୍କଠାରୁ ପରାମର୍ଶ ଲୋଡିଥିଲେ।

Hot this week

ମଣ୍ଡି ଅଚଳାବସ୍ଥା : ତାତିଲେ ଚାଷୀ

ନୂଆପଡ଼ା: ନୂଆପଡା ଜିଲ୍ଲାରେ ଖରିଫ୍‌ ମଣ୍ଡିରେ ଅଚଳାବସ୍ଥା ଲାଗିରହିଛି। ଜିଲ୍ଲାରେ ଗତ...

ଟ୍ରମ୍ପଙ୍କ ସହ ବାଣିଜ୍ୟିକ ଆଲୋଚନା କଲେ ମୋଦୀ

ସମାଜ ଲାଇଭ ଡ଼େସ୍କ : ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଭାରତ...

ନିଆଁ ଆୟତ୍ତ : ନୋ ଲିମିଟ୍ ବାର୍‌କୁ ମିଳିନଥିଲା ଲାଇସେନ୍ସ

ଭୁବନେଶ୍ଵର: ଭୁବନେଶ୍ଵର ସତ୍ୟବିହାର ସ୍ଥିତ ଏକ ବାର୍‌ ରେ ଭୟାବହ ଅଗ୍ନିକାଣ୍ଡ...

ସ୍ତ୍ରୀକୁ ପେଟ୍ରୋଲ ଢାଳି ଜାଳିଦେଲା ସ୍ଵାମୀ

ପାଟଣାଗଡ: ପାଟଣାଗଡ ବେଲପଡା ଥାନା କଟାପାଲି ଗାଁରେ ବିଭତ୍ସ ହତ୍ୟାକାଣ୍ଡ ଘଟିଛି।...

ପୁଣି ସ୍କୁଲକୁ ବୋମା ଧମକ

ନୂଆଦିଲ୍ଲୀ : ଶୁକ୍ରବାର ସକାଳେ ଅମୃତସରର ପ୍ରତିଷ୍ଠିତ ସିନିୟର ଷ୍ଟଡି ସ୍କୁଲକୁ...

Related Articles

Popular Categories