www.samajalive.in
Friday, December 12, 2025
23.1 C
Bhubaneswar

ରାସ୍ତାର ଅବସ୍ଥା କହୁଛି କେମିତି ଚାଲିଛି ଆମ ଗାଁ, ଆମ ବିକାଶ ଯୋଜନା

ହରଭଙ୍ଗା: ସ୍ୱାଧିନତାର ବହୁ ବର୍ଷପରେ ବି ବର୍ଷାଦିନେ ଗାଁ ରାସ୍ତାର ନଗ୍ନଚିତ୍ର ଏବେ ବି ସଚେତନ ମଣିଷ ମନକୁ ଆନ୍ଦୋଳିତ କରୁଛି।ସରକାରଙ୍କ ସବୁ ପ୍ରକାର ବିକାଶ ଯୋଜନା ପରେ ବି ଗାଁ ମାଟିରାସ୍ତା ଚିତ୍ର ବଦଳୁନଥିବା ଘଟଣାକୁ ଲକ୍ଷ୍ୟକଲେ ସରକାରଙ୍କ ଆମ ଗାଁ ଏବଂ ଆମ ବିକାଶ ଯୋଜନା ଉପରେ ବଡ ପ୍ରଶ୍ନଚିହ୍ନ ଲଗାଇଛି। ଏଭଳି ଏକ ବିକାଶର ନଗ୍ନଚିତ୍ର ବୌଦ୍ଧଜିଲ୍ଲା ହରଭଙ୍ଗା ବ୍ଲକ ସାମ୍ପୋଚ ପଞ୍ଚାୟତର ଭରତାପୁର, ଚଣ୍ଡିପୁର ଏବଂ ତିତିରିକଟା ଭଳି ୩ଟା ଗାଁ ରାସ୍ତାର ବର୍ଷାଦିନର ଦୃଶ୍ୟ ଦେଖିଲେ ସରକାର ସବୁ ଯୋଜନା କେବଳ ପ୍ରଚାରରେ ସୀମିତ ରହିଥିବା ମନେହେଉଛି।

ପ୍ରକାଶ ଯେ ସମ୍ପୋଚ୍ ପଞ୍ଚାୟତ ଅର୍ନ୍ତଗତ ଭରତାପୁର ରାସ୍ତା ଅବସ୍ଥା ବର୍ଷାଦିନେ କାଦୁଅପଚ ପଚ ଯୋଗୁଁ ଲୋକେ ଯିବା ଆସିବାରେ ବହୁ ହଇରାଣ ଭୋଗୁଛନ୍ତି।ସେହିପରି ଏହି ପଞ୍ଚାୟତର ରାମ୍ଭିକଟା ଠାରୁ ଚଣ୍ଡିପୁର ଏବଂ ରାମ୍ଭିକଟା ଠାରୁ ତିତିରିକଟା ଦୁଇଟି ଗାଁ ରାସ୍ତାର ସମାନ ଅବସ୍ଥା ଯୋଗୁଁ ବର୍ଷାଦିନେ ଲୋକେ ଯିବା ଆସିବାରେ ହଇରାଣ ଭୋଗୁଛନ୍ତି। ଜରୁରୀକାଳୀନ ଅବସ୍ଥାରେ ରୋଗୀକୁ ମେଡିକାଲ ନେବା ଏବଂ ଗାଁକୁ ଆମ୍ବୁଲାନ୍ସ ପଂହଚିବା କଷ୍ଟକର ବ୍ୟାପାର ଯୋଗୁଁ ଲୋକେ ଦହଗଞ ଅବସ୍ଥାରେ ଯିବାଆସିବା କରୁଥିବା ତିତିରିକଟା ଗ୍ରାମର ଶରତ ମହାନନ୍ଦିଆ, ସରଜୁ କହଁର, ପ୍ରବୀଣ ପାତ୍ର, ଓାର୍ଡ ସଭ୍ୟ ପ୍ରଶାନ୍ତ ପାତ୍ର ପ୍ରମୁଖ ଅଭିଯୋଗ ଉଠାଇଛନ୍ତି। ତୁରନ୍ତ ବ୍ଲକ ପ୍ରଶାସନ ସମସ୍ତ ରାସ୍ତା ଉନ୍ନତିକରଣ ସହିତ ପକ୍କା ରାସ୍ତା ନିର୍ମାଣ ଦିଗରେ ଆବଶ୍ୟକୀୟ ପଦକ୍ଷେପ ଗ୍ରହଣ କରିବାକୁ ଦାବି ହେଉଛି।

Hot this week

ଘାଟିକୁ ଖସିଲା ଯାତ୍ରୀବାହୀ ବସ୍ , ଚାଲିଗଲା ୯ ଜୀବନ

ନୂଆଦିଲ୍ଲୀ: ଆନ୍ଧ୍ରପ୍ରଦେଶର ଆଲୁରି ସୀତାରାମ ରାଜୁ ଜିଲ୍ଲାରେ ମର୍ମନ୍ତୁଦ ସଡକ ଦୁର୍ଘଟଣା...

‘ନେହେରୁଙ୍କ ପକ୍ଷପାତିତା ପାଇଁ ବନ୍ଦେ ମାତରମ୍ ଜାତୀୟ ସଙ୍ଗୀତ ମାନ୍ୟତାରୁ ବଞ୍ଚିତ’

ନୂଆଦିଲ୍ଲୀ : ଗୁରୁବାର ରାଜ୍ୟସଭାରେ ରାଷ୍ଟ୍ରଗୀତ ବନ୍ଦେ ମାତରମ୍ ଉପରେ ଦ୍ବିତୀୟ...

ଜାନୁଆରୀ ୩୧ ରୁ ଓସିଏସ୍‌ ମୁଖ୍ୟ ଲିଖିତ ପରୀକ୍ଷା

କଟକ : ଓଡ଼ିଶା ଲୋକସେବା ଆୟୋଗ (ଓପିଏସ୍‌ସି) ଦ୍ବାରା ପରିଚାଳିତ ଓଡ଼ିଶା...

ସଜାଡ଼ିବାକୁ ଉଦ୍ୟମ : ମୋକିମ୍‌

କଟକ : ବାରବାଟୀ କଟକର ପୂର୍ବତନ ବିଧାୟକ ମହମ୍ମଦ ମୋକିମଙ୍କ ଚିଠିକୁ...

ଓଡ଼ିଶା ହେବ ଜବରଦଖଲମୁକ୍ତ

ଭୁବନେଶ୍ବର: ଓଡ଼ିଶାକୁ ଜବରଦଖଲମୁକ୍ତ କରିବାକୁ ରାଜସ୍ବ ବିଭାଗ ଅଣ୍ଟା ଭିଡ଼ିଛି। ବିଭାଗସ୍ତରରେ...

Related Articles

Popular Categories