www.samajalive.in
Friday, December 5, 2025
17.1 C
Bhubaneswar

ଭାରତର ଏହି ସହର ହେଉଛି ଏସିଆର ସବୁଠାରୁ ବଡ଼ ଅଫିସ ମାର୍କେଟ; ପଛରେ ରହିଛନ୍ତି ଚୀନ, ଜାପାନ

ନୂଆଦିଲ୍ଲୀ: ଦେଶର ଆଇଟି ହବ୍‌ ଭାବେ ଜଣାଶୁଣା ବେଙ୍ଗାଲୁରୁ ସହର ଏବେ ଆଉ ଏକ ଖ୍ୟାତି ଅର୍ଜନ କରିଛି। ଭାରତର ସବୁଠାରୁ ବଡ଼ ଅଫିସ ମାର୍କେଟ ଭାବେ ପରିଚିତ ଏହି ସହର ଏବେ ଏସିଆ-ପାସିଫିକ୍‌ ରିଜିୟନରେ ସବୁଠାରୁ ବଡ଼ ଅଫିସ ମାର୍କେଟ ଭାବେ ନିଜର ନାମକୁ ଆଗରେ ରଖିବାରେ ସଫଳ ହୋଇଛି। ବିଗତ କିଛିବର୍ଷ ଧରି ବେଙ୍ଗାଲୁରୁ ଏ କ୍ଷେତ୍ରରେ ଆଗରେ ରହିଆସୁଛି। ଚୀନ ଏବଂ ଜାପାନ ଭଳି ସହର ବେଙ୍ଗାଲୁରୁ ପଛରେ ରହିଛନ୍ତି।

 

- Advertisement -

ପ୍ରପର୍ଟି କନ୍‌ସଲଟାନ୍ସି ସଂସ୍ଥା ସିବିଆରଇ ଅନୁସାରେ ଗତବର୍ଷ ବେଙ୍ଗାଲୁରୁ ସହରରେ ରହିଥିବା ବିଭିନ୍ନ ଅଫିସର ଜାଗା ପରିମାଣ ମୋଟ ୧୧.୬ ନିୟୁତ ବର୍ଗଫୁଟ ରହିଥିଲା। ଏହା ପଛକୁ ରହିଛି ଜାପାନର ଟୋକିଓ(୭ନିୟୁତ ବର୍ଗଫୁଟ), ଚୀନର ସାଙ୍ଘାଇ ସହର(୬ ନିୟୁତ ବର୍ଗଫୁଟ), ହଂକଂ(୩ ନିୟୁତ ବର୍ଗଫୁଟ), ବେଜିଂ(୨.୫ ନିୟୁତ ବର୍ଗଫୁଟ), ସିଙ୍ଗାପୁର(୧.୬ ନିୟୁତ ବର୍ଗଫୁଟ), ସିଡ୍‌ନୀ(୧.୪ ନିୟୁତ ବର୍ଗଫୁଟ) ଏବଂ ସିଓଲ(୧.୩ ନିୟୁତ ବର୍ଗଫୁଟ)। ବେଙ୍ଗାଲୁରୁ ମୁଖ୍ୟତଃ ଆଇଟି ହବ୍‌ ଭାବେ ପରିଚିତ। ବହୁ ବିଶ୍ଵସ୍ତରୀୟ କମ୍ପାନୀ ଏଠାରେ ନିଜର ବ୍ୟାକ୍‌ ଅଫିସ ସେଣ୍ଟର ଖୋଲୁଛନ୍ତି। ଅଫିସ ପାଇଁ ସବୁଠାରୁ ଅଧିକ ଜାଗା ବ୍ୟବହାର କରିଥିବା କମ୍ପାନୀଗୁଡ଼ିକ ମଧ୍ୟରେ ଇନ୍‌ଫୋସିସ୍‌, ୱିପ୍ରୋ, ଆସେଞ୍ଚର, ଆଇବିଏମ, ସିସ୍କୋ, ଡେଲ ଇଏମସି, ଇଣ୍ଟେଲ, ଜେପି ମୋର୍ଗାନ, ଏସଏପି, ସେଲ, ଏବିବି, ମାଇକ୍ରୋସଫ୍ଟ, ଆମାଜନ ଏବଂ ଫ୍ଲିପ୍‌କାର୍ଟ ପ୍ରମୁଖ ରହିଛନ୍ତି।

ସିବିଆରଇର ଭାରତ, ଦକ୍ଷିଣ ପୂର୍ବ ଏସିଆ, ମଧ୍ୟ ଏସିଆ ଏବଂ ଆଫ୍ରିକା ଦାୟିତ୍ଵରେ ଥିବା ଅଧ୍ୟକ୍ଷ ଅଂଶୁମାନ ମାଗାଜିନ କହିଛନ୍ତି, ବେଙ୍ଗାଲୁରୁ ସହରର ଦ୍ରୁତ ଅଭିବୃଦ୍ଧିର ଗୋଟିଏ କାରଣ ହେଉଛି ଇୟଲ ଇଷ୍ଟେଟ ବ୍ୟବସାୟ। ଏଠାରେ ରିୟଲ ଇଷ୍ଟେଟ୍‌ ବ୍ୟବସାୟରେ କ୍ଷିପ୍ର ବିକାଶ ହେଉଥିବାରୁ କାର୍ଯ୍ୟକ୍ଷେତ୍ର​‌ରେ ପରିବର୍ତ୍ତନ ଘଟୁଛି ବୋଲି ସେ କହିଛନ୍ତି। ସେହିପରି ଅଧିକାଂଶ କ୍ଲାଏଣ୍ଟ ଏହି ସହରରେ ସେମାନଙ୍କ ଅଫିସ ସେଟ୍‌ଅପ କରିବାକୁ ଅଧିକ ପସନ୍ଦ କରୁଛନ୍ତି ବୋଲି ଭାରତରେ ଅଫିସ ନିର୍ମାଣ ପାଇଁ ସ୍ଥାନ ଯୋଗାଉଥିବା ସବୁଠାରୁ ବଡ଼ ସଂସ୍ଥା ଏମ୍ବାସୀ ଅଫିସ ପାର୍କ୍ସ ସିଇଓ ମାଇକେଲ ହଲାଣ୍ଡ କହିଛନ୍ତି।

Hot this week

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

ଭୁବନେଶ୍ଵରରେ ପହଞ୍ଚିଲେ ଦକ୍ଷିଣଆଫ୍ରିକା ଦଳର ୫ ଖେଳାଳି

ସମାଜଲାଇଭ ଡେସ୍କ: ଭୁବନେଶ୍ଵର ବିମାନବନ୍ଦରରେ ପହଞ୍ଚିଛନ୍ତି ଦକ୍ଷିଣଆଫ୍ରିକା କ୍ରିକେଟ ଦଳର ୫...

୧୦ ଗୁଣା ବଢ଼ିଲା ବିମାନ ଟିକେଟ ଦର

ସମାଜଲାଇଭ ଡେସ୍କ: ବିଦେଶ ଯାତ୍ରାଠୁ ମହଙ୍ଗା ହେଲା ଭାରତୀୟ ସହରକୁ ବିମାନ...

ଆଜି ଇଣ୍ଡିଗୋର ୧ ହଜାରରୁ ଊର୍ଦ୍ଧ୍ବ ବିମାନ ରଦ୍ଦ, ତଦନ୍ତ କମିଟି ଗଠନ କଲେ ସରକାର

ସମାଜଲାଇଭ ଡେସ୍କ: ଇଣ୍ଡିଗୋ ବିମାନର ପରିଚାଳନାଗତ ସଙ୍କଟ ଜାରି ରହିଛି। ଇଣ୍ଡିଗୋ...

Related Articles

Popular Categories