ଗୁରୁଡିଝାଟିଆ : କଖଡି ପଞ୍ଚାୟତର ବିଦ୍ୟାଧରପୁରରେ ବନ୍ୟାଜଳ ସମସ୍ତଙ୍କ ଘରେ ପଶିଥିବାରୁ ଲୋକମାନେ ନାହିଁ ନଥିବା ଦୁର୍ଦ୍ଦଶାର ସମ୍ମୁଖିନ ହେଉଛନ୍ତି। ଏହାକୁ ଦୃଷ୍ଟିରେ ରଖି ଏନଭୋୟ ଫାଉଣ୍ଟେସନ ଟ୍ରଷ୍ଟ କଟକ ପକ୍ଷରୁ ବିପନ୍ନଙ୍କୁ ରିଲିଫ ବଣ୍ଟନ କରାଯାଇଛି । ଫାଉଣ୍ଡେସନର ପ୍ରତିଷ୍ଠାତା ଏମଡି ସିରାଜ ଖୁଦିଲାଅମିନ, ସଭାପତି ସବନାମ ନିଶାନ ସହିତ ସୌମ୍ୟରଞ୍ଜନ ଧଳ, ସହିସ୍ଥା ସୁଲତାନ, ମହାଦେବ ମିଶ୍ର, ଅଭିଷେକ ଦାସ, ବିଭୂଚରଣ ବେହେରା, ଅନିରୁଦ୍ଧ ପଟ୍ଟନାୟକ ଓ କଖଡି ପଞ୍ଚାୟତ ସରପଞ୍ଚ କଳ୍ପନା ଛତାର ଉପସ୍ଥିତ ରହି ରିଲିଫ ବଣ୍ଟନ କରିଥିଲେ।
Popular Categories



