www.samajalive.in
Saturday, December 13, 2025
27.1 C
Bhubaneswar

ନୂତନ ଜିଲା ଅଦାଲତ ପରିସରରେ ବିଭିନ୍ନ ଗୃହପ୍ରକଳ୍ପର ଭୂମିପୂଜନ

ନବରଙ୍ଗପୁର: ନବରଙ୍ଗପୁର ନୂତନ ଜିଲା ଅଦାଲତ ପରିସରରେ ଜିଲା ବିଚାରପତି ଅଶୋକ କୁମାର ପଣ୍ଡାଙ୍କ ଦ୍ୱାରା ବିଭିନ୍ନ କାର୍ଯ୍ୟାଳୟର ଗୃହନିର୍ମାଣ ପାଇଁ ଭୂମିପୂଜନ ଓ ଭିତ୍ତିପ୍ରସ୍ତର ସ୍ଥାପନ କରାଯାଇଛି। ଏହି କାର୍ଯ୍ୟକ୍ରମରେ ପୂଜା ଓ ହୋମ କରାଯିବା ପରେ ସେ ପ୍ରକଳ୍ପର ଫଳକ ଉଦ୍‍ଘାଟନ କରିଥିଲେ। ସମୁଦାୟ ପ୍ରାୟ ୨କୋଟି ଟଙ୍କା ଅଟକଳରେ ନିର୍ମାଣ ହେବାକୁ ଥିବା ଏହିପ୍ରକଳ୍ପରେ ସରକାରୀ ଆଇନଜୀବୀ (ପି.ପି) ଗୃହ ୭୩୨୫ ବର୍ଗଫୁଟ ପାଇଁ ଅଟକଳ ମୂଲ୍ୟ ୧କୋଟି ୨୦ଲକ୍ଷ ୪୦୯୮ ଟଙ୍କା, ମହକିଲ ପ୍ରତୀକ୍ଷା ଗୃହ ୧୩୯୮ବର୍ଗଫୁଟର ମୂଲ୍ୟ ୨୨ଲକ୍ଷ ୪୬ହଜାର ୨୭୮ଟଙ୍କା, କ୍ୟାଣ୍ଟିନ ୧୧୫୦ ବର୍ଗଫୁଟ ର ମୂଲ୍ୟ ୨୦ଲକ୍ଷ ୮୯ ହଜାର ୭୩୬ ଟଙ୍କା ଓ ଯାନବାହନ ପାର୍କିଂ ସ୍ଥଳ ୨୯୩୮ ବର୍ଗଫୁଟର ମୂଲ୍ୟ ୩୦ଲକ୍ଷ ୭୨ହଜାର ୩୨୪ ଟଙ୍କା ବ୍ୟୟରେ ନିର୍ମିତ ହେବ। ଏହା ୪ମାସରୁ ଏକ ବର୍ଷ ମଧ୍ୟରେ ନିର୍ମାଣ କାର୍ଯ୍ୟ ଶେଷ କରାଯିବ। ଏହି କାର୍ଯ୍ୟକ୍ରମରେ ପରିବାର ଅଦାଲତ ବିଚାରପତି , ଅତିରିକ୍ତ ଜିଲା ବିଚାରପତି , ବରିଷ୍ଠ ଦେୱାନୀ ବିଚାର ପତି, ରେଜିଷ୍ଟ୍ରର, ଜିଲା ଆଇନସେବା ପ୍ରାଧିକରଣର ସମ୍ପାଦିକା , ଏସଡିଜେଏମ୍‍ , ପ୍ରଥମଶ୍ରେଣୀ ବିଚାରପତି, ପୁଲିସ ହାଉସିଂବୋର୍ଡର ଅଧିକାରୀ ,ଜିଲା ଆଇନଜୀବୀ ସଂଘର ସଭାପତି ଆଶୀଷ ରଞନ ପଟ୍ଟନାୟକ, ସମ୍ପାଦକ ରାମ ପ୍ରସାଦ ପାତ୍ର, ସରକାରୀ ଆଇନଜୀବୀ ସଚ୍ଚିନନ୍ଦନ ସ୍ୱାଇଁ, ମୀନକେତନ ପୂଜାରୀ, ରବୀନ୍ଦ୍ର ପ୍ରସାଦ ପାଢୀ, ଭୂବନେଶ୍ୱର ଦାଶ, ସନ୍ତୋଷ ମିଶ୍ର, ସତୀଶ ନାୟକ, ଅରୁଣ କୁମାର ମହାନନ୍ଦିଆ, ପୂର୍ଣ୍ଣଚନ୍ଦ୍ର ମହାପାତ୍ର ଓ ସଞୟପ୍ରଦୀପ ସୁନା ପ୍ରମୁଖ ଉପସ୍ଥିତ ଥିଲେ।

 

Hot this week

ବୋରଓ୍ବେଲରେ ବିଷ ମିଶାଇଲେ ଦୁର୍ବୁତ୍ତ !

ମାଲକାନଗିରି:ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଦଳପତିଗୁଡ଼ା ପଞ୍ଚାୟତ ସିନ୍ଧାବେଡ଼ା ଉଚ୍ଚ ପ୍ରାଥମିକ...

ଅପରାହ୍ନ ୩ଟା ମୁଖ୍ୟ ଖବର

() ପୁଲିସ୍‌ ଏସ୍‌ଆଇ ନିଯୁକ୍ତି ସ୍କାମ୍..ରାଜ୍ୟ ବାହାରୁ ଆଉ ଜଣେ ଦଲାଲ...

ସିମ୍ ବାଇଣ୍ଡିଂ କ’ଣ? ଯାହାକୁ ନେଇ ଚିନ୍ତାରେ…

ନୂଆଦିଲ୍ଲୀ : ଦୂରସଞ୍ଚାର ବିଭାଗ ହ୍ୱାଟ୍ସଆପ୍, ଟେଲିଗ୍ରାମ୍, ସିଗନାଲ୍ ଏବଂ ସ୍ନାପଚାଟ୍...

କ୍ଷମା ମାଗିଲେ ମମତା

ସମାଜ ଲାଇଭ ଡ଼େସ୍କ : ମେସିଙ୍କ ଗସ୍ତ ପରେ କଲକାତା ସଲ୍ଟ...

ଆଜି ଭୁବନେଶ୍ୱର ଆସୁଛନ୍ତି ଅକ୍ଷୟ କୁମାର

ଭୁବନେଶ୍ୱର :ବଲିଉଡର ଖିଲାଡୀ ଷ୍ଟାର ଅକ୍ଷୟ କୁମାର ଆଜି ଓଡ଼ିଶା ଆସୁଛନ୍ତି...

Related Articles

Popular Categories