www.samajalive.in
Tuesday, December 9, 2025
15.1 C
Bhubaneswar

‘ବର୍ଡ଼ର’ ପରେ ‘ଭୁଜ-ଦି ପ୍ରାଇଡ଼୍‍ ଅଫ୍‍ ଇଣ୍ଡିଆ’ରେ ଦେଖିବାକୁ ମିଳିବ ଲୋଙ୍ଗେୱାଲା ଯୁଦ୍ଧର କାହାଣୀ

ମୁମ୍ବଇ : ୧୯୯୭ ମସିହାରେ ପରଦାକୁ ଆସିଥିବା ଚଳଚ୍ଚିତ୍ର ‘ବର୍ଡ଼ର’ ପରେ ଭାରତ-ପାକିସ୍ତାନ ମଧ୍ୟରେ ହୋଇଥିବା ଲୋଙ୍ଗେୱାଲା ଯୁଦ୍ଧକୁ ନେଇ ପୁଣିଥରେ ଚଳଚ୍ଚିତ୍ର ନିର୍ମାଣ ହେବାକୁ ଯାଉଛି। ଆଗାମୀ ଚଳଚ୍ଚିତ୍ର ‘ଭୁଜ-ଦି ପ୍ରାଇଡ଼୍‍ ଅଫ୍‍ ଇଣ୍ଡିଆ’ରେ ଲୋଙ୍ଗେୱାଲା ଯୁଦ୍ଧ ସହ ବାୟୁସେନାର ସଂଘର୍ଷକୁ ପରଦାରେ ପ୍ରଦର୍ଶିତ କରାଯିବ। ଏହି ଚଳଚ୍ଚିତ୍ରର ଶୁଟିଂ ହାଇଦ୍ରାବାଦର ରାମୋଜୀ ଫିଲ୍ମ ସିଟିରେ ଆରମ୍ଭ ହୋଇଯାଇଛି। ଚଳଚ୍ଚିତ୍ରର କାର୍ଯ୍ୟସୂଚୀ ଅନୁସାରେ, ପ୍ରଥମ ଭାଗରେ ସଞ୍ଜୟ ଦତ୍ତ ନିଜର ଶୁଟିଂ ଆରମ୍ଭ କରିଦେଇଛନ୍ତି। ପ୍ରଥମ ଦିନ ଶୁଟିଂର ଫଟୋକୁ ଚଳଚ୍ଚିତ୍ର ନିର୍ମାତା ସାମାଜିକ ଗଣମାଧ୍ୟମରେ ଶେୟାର କରିଛନ୍ତି। ଏହି ଫଟୋରେ ସଞ୍ଜୟ ଦତ୍ତଙ୍କୁ ଚଳଚ୍ଚିତ୍ରର ଟିମ୍‍ ସହ ଦେଖିବାକୁ ମିଳିଛି।

image courtesy-India Today

‘ଭୁଜ-ଦି ପ୍ରାଇଡ଼୍‍ ଅଫ୍‍ ଇଣ୍ଡିଆ’ରେ ଅଜୟ ଦେବଗନ ମୁଖ୍ୟ ଭୂମିକାରେ ନଜର ଆସିବେ। ଏହାବ୍ୟତୀତ ସୋନାକ୍ଷୀ ସିହ୍ନା, ପରିଣୀତି ଚୋପ୍ରା, ରାଣା ଦଗୁବତୀ ଓ ଏମୀ ଭିର୍କ ପ୍ରମୁଖଙ୍କୁ ମଧ୍ୟ ଚଳଚ୍ଚିତ୍ରରେ ଗୁରୁତ୍ୱପୂର୍ଣ୍ଣ ଭୂମିକାରେ ଦେଖିବାକୁ ମିଳିବ। ଏକାଧିକ ପ୍ରସିଦ୍ଧ କଳାକାରଙ୍କ ଅଭିନୀତ ଏହି ଚଳଚ୍ଚିତ୍ରର ପ୍ରଯୋଜନା ଭାର ଭୂଷଣ କୁମାର ବହନ କରିଛନ୍ତି। ଅଭିଷେକ ଦୁଧୈୟାଙ୍କ ନିର୍ଦ୍ଦେଶୀତ ଏହି ଚଳଚ୍ଚିତ୍ର ଆସନ୍ତା ବର୍ଷ ୧୪ ଅଗଷ୍ଟରେ ମୁକ୍ତିଲାଭ କରିବ।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories