ଆଇପିଏସ୍‌ଙ୍କ ବାପାମା’ଙ୍କ ଠାରୁ ଲୁଟ୍‌ ଉଦ୍ୟମ

ଭୁବନେଶ୍ବର: ବାଲେଶ୍ବର ଏସ୍‌ପି ସାଗରିକା ନାଥଙ୍କ ପରିବାର ଠାରୁ ଘାଟିକିଆ ରାସ୍ତାରେ ବିଳମ୍ବିତ ରାତିରେ ଲୁଟିବା ପାଇଁ ଉଦ୍ୟମ କରିଛନ୍ତି ଦୁର୍ବୃତ୍ତ। ସାଗରିକାଙ୍କ ବାପା ମା’ ଆମ୍ରି ହସ୍ପିଟାଲ ନିକଟ ସତ୍ୟସାଇ ଏନ୍‌କ୍ଲେଭ୍‌ସ୍ଥିତ ନିଜ ଘରକୁ ଫେରୁଥିବାବେଳେ ଦୁଇ ଜଣ ଦୁର୍ବୃତ୍ତ ସେମାନଙ୍କ ଗାଡିକୁ ଅଟକାଇବା ସହ ଟଙ୍କା ସୁନା ଛଡ଼ାଇଥିଲେ । କିଛି ସମୟ ଧରି ଉଭୟ ପକ୍ଷ ମଧ୍ୟରେ ଧସ୍ତାଧସ୍ତି ହୋଇଥିଲା। ସେମାନେ କିଛି ନ ଦେବାରୁ ଆଇପିଏସ୍‌ଙ୍କ ବାପାମା’ଙ୍କୁ ମରଣାନ୍ତକ ଆକ୍ରମଣ କରିଥିଲେ ଦୁର୍ବୃତ୍ତ। ଭରତପୁର ଥାନାରେ ଅଭିଯୋଗ ପରେ ତଦନ୍ତ କରୁଛି ପୁଲିସ।

Comments are closed.