ଭୁବନେଶ୍ୱରରୁ ଅପହୃତ ଯୁବକ ପିପିଲିରୁ ଉଦ୍ଧାର

0

ପିପିଲି: ଭୁବନେଶ୍ୱରରୁ ମଙ୍ଗଳବାର ରାତିରେ ଅପହୃତ ଜଣେ ଯୁବକକୁ ମୁମୂଷୁର୍ର୍ ଅବସ୍ଥାରେ ପିପିଲି ପୁଲିସ ବୁଧବାର ସକାଳେ ଜଇସପାଟଣା ରାସ୍ତାକଡରୁ ଉଦ୍ଧାର କରିଛି । ଯୁବକଙ୍କ ଶରୀରରେ  ଏକାଧିକ କ୍ଷତିଚିହ୍ନ ରହିଥିବାର ଦେଖାଯାଇଛି । ତାଙ୍କୁ ପ୍ରଥମେ ପିପିଲି ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା। ପରେ ତାଙ୍କର ଅବସ୍ଥା ଗୁରୁତର ହେବାରୁ କ୍ୟାପିଟାଲ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଛି । ଉକ୍ତ ଯୁବକଙ୍କ ନାମ ନୃସିଂହ ସ୍ୱାଇଁ(୩୫) ଓ ଘର ଭୁବନେଶ୍ୱର ୟୁନିଟ୍-୮ ଅଞ୍ଚଳରେ ହୋଇଥିବା ବେଳେ ସେ ରସୁଲଗଡ ସ୍ଥିତ ଏକ କାର କଂପାନୀର କର୍ମଚାରୀ ଭାବେ କାମ କରୁଥିବା ଜଣାପଡ଼ିଛି।
ସୂଚନା ଅନୁଯାୟୀ, ମଙ୍ଗଳବାର ରାତି ସାଢେ୧୨ଟାରୁ ୧ଟା ମଧ୍ୟରେ ନୃସିଂହ ନିଜର ସାଙ୍ଗ ପପୁ ସ୍ୱାଇଁଙ୍କ ସହ ପାତ୍ରପଡା ଅଞ୍ଚଳରେ ଥିବା ଏକ ଢାବାକୁ ଖାଇବାକୁ ଯାଇଥିବା ବେଳେ ସେଠାରେ ଅନ୍ୟ ୪ଜଣ ଅପରିଚିତ ବିହାରୀ ଗ୍ରାହକଙ୍କ ସହ ତାଙ୍କର କୌଣସି କାରଣକୁ ନେଇ ପ୍ରଥମେ ଯୁକ୍ତତର୍କ ଓ ପରେ ଗଣ୍ଡଗୋଳ ହୋଇଥିଲା । ପରେ ଅପରିଚିତ ବିହାରୀ ବ୍ୟକ୍ତିମାନେ ତାଙ୍କୁ ମାରଣାସ୍ତ୍ର ଦେଖାଇ ଜୋରଜବରଦସ୍ତ ଏକ ଧଳା ରଙ୍ଗର କାରରେ କେଉଁଆଡେ ନେଇଯାଇଥିଲେ । ଏସଂପର୍କରେ ରାତିରେ ତମାଣ୍ଡୋ ଥାନାରେ ଲିଖିତ ଅଭିଯୋଗ ହେବା ପରେ ପୁଲିସ ନୃସିଂହଙ୍କୁ ଉଦ୍ଧାର କରିବାକୁ ଉଦ୍ୟମ ଚଳାଇଥିଲା । ତେବେ ବୁଧବାର ସକାଳେ ପିପିଲି ଥାନା ଅନ୍ତର୍ଗତ ଜଇସିପାଟଣା ଛକ ନିକଟ ଝିଙ୍କିରିମାଳ ଗ୍ରାମ୍ୟ ରାସ୍ତାରେ ଜାତୀୟ ରାଜପଥ ଠାରୁ ୧୦୦ଫୁଟ୍ ଦୂରରେ ନୃସିଂହ ରକ୍ତାକ୍ତ ଓ ବେହୋସ ଅବସ୍ଥାରେ ପଡିଥିବା ଖବର ପାଇ ପିପିଲି ଥାନା ଏଏସ୍ଆଇ ବିନୟ କୁମାର ଦାସ ତାଙ୍କୁ ଉଦ୍ଧାର କରି ପିପିଲି ଡାକ୍ତରଖାନାରେ ଭର୍ତ୍ତି କରିଥିଲେ । ଏ ସଂପର୍କରେ ପିପିଲି ପୁଲିସ ପକ୍ଷରୁ ତମାଣ୍ଡୋ ପୁଲିସକୁ ସୂଚନା ଦିଆଯାଇଛି ।

Leave A Reply