www.samajalive.in
Monday, December 15, 2025
27.1 C
Bhubaneswar

ଶିକାରୀ ଗୁଳିରେ ୩ ପୁଲିସ ମୃତ

ଭୋପାଳ: ମଧ୍ୟପ୍ରଦେଶର ଗୁନା ଜିଲା ଆରୋନା ଥାନା ଅଞ୍ଚଳ‌ରେ ଶନିବାର କୃଷ୍ଣସାର ମୃଗ ଶିକାରୀଙ୍କ ଗୁଳିରେ ୩ଜଣ ପୁଲିସ କର୍ମଚାରୀ ପ୍ରାଣ ହରାଇଛନ୍ତି। ଏ ସଂପର୍କରେ ଗଣମାଧ୍ୟମକୁ ସୂଚନା ଦେଇ ମଧ୍ୟପ୍ରଦେଶ ଗୃହମନ୍ତ୍ରୀ ନରୋତ୍ତମ ମିଶ୍ର କହିଛନ୍ତି ଭୋପାଳଠାରୁ ୧୬୦ କିମି ଦୂର ଆରୋନଠାରେ ଥିବା ଜଙ୍ଗଲରେ କେତେକ ଶିକାରୀ ୪ଟି ବିରଳ ପ୍ରଜାତି ମୃଗ ଶିକାର କରିଥିବା ଖବର ପାଇ ସ୍ଥାନୀୟ ଥାନାର କର୍ମଚାରୀ ଘଟଣାସ୍ଥଳକୁ ଯାଇ ଶିକାରୀଙ୍କୁ ଧରିବାକୁ ଚେଷ୍ଟା କରିଥିଲେ। ତେବେ ପୁଲିସ ଉପରକୁ ଶିକାରୀମାନେ ଗୁଳିଚାଳନା କରିବାରୁ ଘଟଣାସ୍ଥଳରେ ସହକାରୀ ଆରକ୍ଷୀ ନିରୀକ୍ଷକ ରାଜକୁମାର ଯାଦବ, ଦୁଇ କନଷ୍ଟେବଳ ନିଲେଶ ଭାର୍ଗବ ଓ ସନ୍ତରାମ ମୀନା ପ୍ରାଣ ହରାଇଥିଲେ।

ଏହା ଏକ ଦୁର୍ଭାଗ୍ୟଜନକ ଘଟଣା। ଗୁଳି ଚଳାଇଥିବା ଶିକାରୀଙ୍କୁ ଗିରଫ କରିବାକୁ ଉଦ୍ୟମ ଜାରି ରହିଥିବା ଗୃହମନ୍ତ୍ରୀ କହିଛନ୍ତି। ଦୋଷୀଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ସେ ଚେତାବନୀ ଦେଇଛନ୍ତି। ଅନ୍ୟପକ୍ଷରେ ଏହି ଘଟଣାରେ ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ ଶିବରାମ ସିଂହ ଚୌହ୍ବାନ ଦୁଃଖପ୍ରକାଶ କରିବା ସହ ପ୍ରତି ମୃତ ପୁଲିସ କର୍ମଚାରୀଙ୍କ ପରିବାରକୁ ୧କୋଟି ଟଙ୍କା ଲେଖାଏଁ ସହାୟତା ପ୍ରଦାନ କରିବାକୁ ଘୋଷଣା କରିଛନ୍ତି। ଏଥିସହ ମୃତକଙ୍କ ପରିବାରର ଜଣଙ୍କୁ ସରକାରୀ ଚାକିରି ପ୍ରଦାନ କରାଯିବ। ଘଟଣା ସଂପର୍କରେ ଜାଣିବା ପରେ ମଧ୍ୟ ବିଳମ୍ବରେ ଘଟଣାସ୍ଥଳରେ ପହଞ୍ଚିଥିବା ଯୋଗୁଁ ଗ୍ବାଲିୟର୍‌ ଆଇଜି ଅନୀଲ ଶର୍ମାଙ୍କୁ ନିଲମ୍ବିତ କରାଯାଇଥିବା ଜଣାପଡ଼ିଛି।

Hot this week

ମେସିଙ୍କ ବିମାନ ବିଳମ୍ବ

ସମାଜ ଲାଇଭ ଡ଼େସ୍କ : ଦିଲ୍ଲୀରେ ପ୍ରବଳ ମାତ୍ରାରେ ପ୍ରଦୂଷଣ ଯୋଗୁଁ...

ବିଶିଷ୍ଟ ଦନ୍ତ ଚିକିତ୍ସକ ପ୍ରୋଫେସର ଡକ୍ଟର ସୁଶାନ୍ତ ମହାନ୍ତି ISPPD ଅଧ୍ୟକ୍ଷ ଭାବେ ନିର୍ବାଚିତ

ଭୁବନେଶ୍ୱର: ଇଣ୍ଡିଆନ୍‌ ସୋସାଇଟି ଅଫ୍‌ ପେଡୋଡଣ୍ଟିକ୍ସ ଏଣ୍ଡ ପ୍ରିଭେନ୍ଟିଭ୍‌ ଡେଣ୍ଟିଷ୍ଟ୍ରି (ISPPD)...

ମଣ୍ଡେଇ ସାଂସ୍କୃତିକ ମଞ୍ଚରେ ବାଘ-ଛେଳି ଛକାପଞ୍ଝା

ନବରଙ୍ଗପୁର: ସାଂସ୍କୃତିକ ମଞ୍ଚ ପାଲଟିଲା ରାଜନୈତିକ ମଞ୍ଚ । ଲକ୍ଷାଧିକ ଦର୍ଶକ...

ମୁଖ୍ୟ ସୂଚନା ଆୟୁକ୍ତ ଭାବେ ଶପଥ ନେଲେ ରାଜ କୁମାର ଗୋୟଲ

ସମାଜ ଲାଇଭ ଡ଼େସ୍କ : ପୂର୍ବତନ ଭାରତୀୟ ପ୍ରଶାସନିକ ଅଧିକାରୀ ରାଜ...

ମଙ୍ଗଳ ଗୋଚର: ୩ରାଶିରେ ଅର୍ଥ ବର୍ଷା, ବିଳାସପୂର୍ଣ୍ଣ ଜୀବନ ମିଳିବ

ଜ୍ୟୋତିଷ ଶାସ୍ତ୍ରରେ ମଙ୍ଗଳ ଗ୍ରହକୁ ସାହସ, ଶକ୍ତି, ଦକ୍ଷତା, କ୍ରୋଧ, ଉତ୍ସାହ,...

Related Articles

Popular Categories