www.samajalive.in
Saturday, December 6, 2025
16.1 C
Bhubaneswar

ଗଣନା ଶେଷ: ଭିତରକନିକାରେ ୧ ଲକ୍ଷ ୩୦ ହଜାର ୭୯୬ ଦେଶୀୟ ପକ୍ଷୀ

ରାଜନଗର: ଭିତରକନିକା ଜାତୀୟ ଉଦ୍ୟାନରେ ଦେଶୀୟ ପକ୍ଷୀ ଗଣନା ଶେଷ ହୋଇଛି। ରାଜନଗର ବନଖଣ୍ଡର କନିକା ଓ ରାଜନଗର ରେଞ୍ଜରେ ଏହି ଗଣନା କରାଯାଇଥିଲା। କନିକା ରେଞ୍ଜ ଅନ୍ତର୍ଗତ ଭିତରକନିକା ଭିତରେ ଥିବା ମଠଆଡିଆରେ ୧୩ ହଜାର ୨ଶହ ୬୧ଟି ବସା ଚିହ୍ନଟ କରାଯାଇଛି। ଲକ୍ଷ୍ମୀପ୍ରସାଦଡିଆରେ ୧୩ହଜାର ୫ଶହ ୯୪ଟି ବସା, ଦୁର୍ଗାପ୍ରସାଦଡିଆରେ ୫୯ଟି ବସା ଓ ରାଜନଗର ରେଞ୍ଜ ଅନ୍ତର୍ଗତ ଜାତୀୟ ଉଦ୍ୟାନର ସୀମା ବାହାରେ ବାଲିଡିଆରେ ୭୩୨ଟି ବସା ଚିହ୍ନଟ ହୋଇଛି। ମୋଟ ୧୪୦୯ଟି ଗଛରେ ୨୭୬୪୬ଟି ବସାରେ ୧୩୦୭୯୬ଟି ପକ୍ଷୀ ଗଣନା କରାଯାଇଛି। ସୂଚନାଯୋଗ୍ୟ, ୨୦୨୦ ମସିହାରେ ୯୭୮୬୬ଟି ପକ୍ଷୀ, ୨୦୨୧ରେ ୧୦୮୬୩୯, ୨୦୨୨ରେ ୧୧୬୦୭୦, ୨୦୨୩ରେ ୧୨୩୮୬୭, ୨୦୨୪ରେ ୧୩୦୧୨୩ ପକ୍ଷୀ ଗଣନା କରାଯାଇଥିଲା। ବର୍ଷାଋତୁ ଆରମ୍ଭରେ ଦେଶର କୋଣ ଅନୁକୋଣରୁ ବଂଶବିସ୍ତାର କରିବା ପାଇଁ ଗେଣ୍ଡାଳିଆ, କାପରଖାଇ, ଅଞ୍ଜନା, ରାଣୀ ବଗ, ମଝିଆ ବଗ, ପାଣିକୁଆ, ଖଇରା, ଅନ୍ଧାରୁଆ ବଗ ପ୍ରଭୃତି ୧୦ ପ୍ରଜାତିର ଦେଶୀୟ ପକ୍ଷୀ ବସା ବାନ୍ଧିଛନ୍ତି। ଏହି ପକ୍ଷୀମାନଙ୍କ ମଧ୍ୟରେ ଗେଣ୍ଡାଳିଆ ସର୍ବାଧିକ ଥିବା ବେଳେ ପାଣିକୁଆ ଦ୍ୱିତୀୟ ସ୍ଥାନରେ ରହିଛନ୍ତି। ଗତବର୍ଷ ତୁଳନାରେ ଚଳିତବର୍ଷ ୬୭୩ ପକ୍ଷୀ ଅଧିକ ଆସିଥିବା ବନଖଣ୍ଡ ଅଧିକାରୀ ଭରଦରାଜ ଗାଓଁକର ସୂଚନା ଦେଇଛନ୍ତି।

Hot this week

ଇତ​ରେ ଦେଲେ ଉପଦେଶ…

ନର୍ମଦା ନଦୀର ତୀର ଦେଶରେ ଏକ ବିଶାଳ ବଟବୃକ୍ଷ କାହିଁ କେଉଁ...

ସମ୍ପାଦକୀୟ: ଇଣ୍ଡିଗୋ ସଂକଟ

ଭାରତୀୟ ବିମାନ ସେବା ଇତିହାସରେ ନିକଟ ଅତୀତରେ ଘଟିଥିବା ସବୁଠାରୁ ବଡ଼...

ଗୋପବନ୍ଧୁ ଐତିହ୍ୟର ବାହକ

ଉତ୍କଳ ଗୌରବ ମଧୁସୂଦନ ଦାସଙ୍କୁ ଶେଷ ଜୀବନରେ ମହାନ ବର୍ଷୀୟାନ ପୁରୁଷ...

ଆତଙ୍କବାଦ ବିରୋଧରେ ସାଲିସ ବିହୀନ ଲଢ଼େଇ: ବିଶ୍ବ ସମୁଦାୟକୁ ଭାରତ-ରୁଷ୍‌ର ମିଳିତ ଆହ୍ବାନ

ନୂଆଦିଲ୍ଲୀ: ଆତଙ୍କବାଦ ବିରୋଧରେ ସାଲିସ୍ ବିହୀନ ଲଢେଇ ପାଇଁ ବିଶ୍ବ ସମୁଦାୟକୁ...

ସ୍ବାମୀ ଓ ଗର୍ଭବତୀ ସ୍ତ୍ରୀ ମୃତ; ବର୍ତ୍ତିଲା ୩ ବର୍ଷର ଶିଶୁ

ଦିଗପହଣ୍ଡି: ଗଞ୍ଜାମ ଜିଲାର ଦିଗପହଣ୍ଡି-ବ୍ରହ୍ମପୁର ରାସ୍ତାର ମାଁ କୁରେଇଶୁଣୀ ମନ୍ଦିର ନିକଟରେ...

Related Articles

Popular Categories