www.samajalive.in
Monday, December 15, 2025
16.1 C
Bhubaneswar

ବିକାଶ ଯେଉଁଠି ସାତ ସପନ: ଆଦିବାସୀ ପଲ୍ଲୀ କଟିଙ୍ଗକନା

ଭବାନୀପାଟଣା : ଗ୍ରାମାଞ୍ଚଳର ସର୍ବାଙ୍ଗିନ ବିକାଶ ପାଇଁ ଉଭୟ ରାଜ୍ୟ ଓ କେନ୍ଦ୍ର ସରକାର ଯୋଜନା ଉପରେ ଯୋଜନା କରି ଚାଲିଛନ୍ତି କିନ୍ତୁ ଆଜିବି ଅନେକ ଗାଁ ଅବହେଳିତ ହୋଇ ପଡି ରହିଛି । ଏମିତି ଏକ ଗାଁ ହେଉଛି କଟିଙ୍ଗକନା । ବିକାଶ ଏହି ଗାଁକୁ ସ୍ପର୍ଶ କରି ପାରିନାହିଁ । ଭବାନୀପାଟଣା ବ୍ଲକ ସଗଡା ପଞ୍ଚାୟତର ଏକ ରାଜସ୍ଵ ଗାଁ ହେଉଛି କଟିଙ୍ଗକନା । ଶିକ୍ଷା, ସ୍ବାସ୍ଥ୍ୟ, ଗମନାଗମନ, ପରିମଳ ବ୍ୟବସ୍ଥା, ପାନୀୟଜଳ ଆଦି ବହୁବିଧ ସମସ୍ୟାରେ ଜର୍ଜରିତ ହୋଇ ଉଠିଛି ବଣ ପର୍ବତ ଘେରା ଏହି ଆଦିବାସୀ ପଲ୍ଲୀ ।କଟିଙ୍ଗକନା ଗାଁରେ ବିଦ୍ୟାଳୟ, ଅଙ୍ଗନୱାଡ଼ି କେନ୍ଦ୍ର ଓ ସବୁଦିନିଆ ରାସ୍ତା ନାହିଁ । ସାଧାରଣ ବଣ୍ଟନ ସାମଗ୍ରୀ ପାଇଁ ପାହାଡ଼, ନଦୀ ନାଳ ପାର ହୋଇ ଶଗଡା ପଞ୍ଚାୟତକୁ ଯାଇଥାନ୍ତି ହିତାଧିକାରୀ । ଶିଶୁ, ଗର୍ଭବତୀ ମହିଳା, କିଶୋରୀ ବାଳିକାମାନେ ସଠିକ୍ ଭାବେ ଅଙ୍ଗନୱାଡ଼ି ସାମଗ୍ରୀ ପାଉନଥିବା ପ୍ରକାଶ କରିଛନ୍ତି । ଏହି ଗାଁର ଅନେକ ଉନ୍ନୟନ କାର୍ଯ୍ୟ ଓ ମନରେଗା ଯୋଜନାରେ ଅନିୟମିତତା ହେଉଥିବା ଅଭିଯୋଗ ହେଉଛି ।ଅନେକ ସମୟରେ ଗ୍ରାମବାସୀଙ୍କ ସ୍ୱାସ୍ଥ୍ୟ ସମସ୍ୟା ଦେଖାଯାଉଛି । ରାସ୍ତା ନଥିବାରୁ ଗାଁକୁ ଆମ୍ବୁଲାନ୍ସ ଆସି ପାରେନାହିଁ । ଏମିତି ଅନେକ ସମସ୍ୟା ଲାଗିରହିଥିବାରୁ ଅତିଷ୍ଠ ହୋଇ ପଡିଛି କଟିଙ୍ଗକନାର ଜନ ଜୀବନ । ତେଣୁ ଏହି ଗାଁର ଶିକ୍ଷା, ସ୍ଵାସ୍ଥ୍ୟ, ପାନୀୟଜଳ, ସବୁଦିନିଆ ରାସ୍ତା ଆଦି ମୌଳିକ ସମସ୍ୟା ସମାଧାନ ଦିଗରେ ପ୍ରଶାସନ ବିହିତ ପଦକ୍ଷେପ ନେବାକୁ ଦାବି କରିଛନ୍ତି ଗ୍ରାମବାସୀ ।

Hot this week

ମେସିଙ୍କୁ ଜର୍ସି ଉପହାର ଦେଲେ ସଚିନ

ମୁମ୍ବଇ :କ୍ରିକେଟ୍ କିମ୍ବଦନ୍ତୀ ସଚିନ ତେନ୍ଦୁଲକରଙ୍କୁ କ୍ରିକେଟ ଜଗତର ସବୁଠାରୁ ବଡ...

ବର୍ଦ୍ଧିତ ବେତନ ଦାନ କରିବେ ବରଗଡ଼ ବିଧାୟକ

ବରଗଡ଼ : ଓଡ଼ିଶା ସରକାର ବିଧାୟକ ଓ ମନ୍ତ୍ରୀମାନଙ୍କ ଦରମା ବୃଦ୍ଧି...

ରାସ୍ତାକଡରୁ ରକ୍ତ ଜୁଡୁବୁଡୁ ମୃତଦେହ ଠାବ

ବିନିକା : ବିନିକା ଡୁଙ୍ଗୁରିପାଲି ଥାନା ଖୁଣ୍ଟପାଲି ଗାଁ ନିକଟରେ ଅଭାବନୀୟ...

ଜାତିସଂଘ ଶିବିର ଉପରେ ଡ୍ରୋନ୍‌ ମାଡ଼: ସୁଦାନରେ ୬ ବାଂଲାଦେଶୀ ଯବାନ ମୃତ

ଖାର୍ଟୁମ: ଆଫ୍ରିକୀୟ ରାଷ୍ଟ୍ର ସୁଦାନରେ ଥିବା ଜାତିସଂଘ ଶିବିର ଉପରେ ଡ୍ରୋନ୍‌...

ହରିୟାଣା ରାଜପଥରେ ଏକାଧିକ ଦୁର୍ଘଟଣା

ଚଣ୍ଡିଗଡ଼: ଘନ କୁହୁଡି ଯୋଗୁଁ ହରିୟାଣାର ୫୨ ନମ୍ବର ରାଜପଥରେ ରବିବାର...

Related Articles

Popular Categories