www.samajalive.in
Saturday, December 6, 2025
16.1 C
Bhubaneswar

ଆସନ୍ତାକାଲି ଶ୍ରୀଜୀଉଙ୍କ ଭଉଁରୀ ଉତ୍ସବ : ଅନୁଷ୍ଠିତ ହେବ ଚକା ଡେରା ନୀତି

ପୁରୀ : ଶ୍ରୀକ୍ଷେତ୍ର ପୁରୀରେ ଆସନ୍ତାକାଲି(ଗୁରୁବାର) ଶ୍ରୀଜୀଉଙ୍କର ଭଉଁରୀ ଉତ୍ସବ ଅନୁଷ୍ଠିତ ହେବ। ତାହାକୁ ଦୃଷ୍ଟିରେ ରଖି ସୁରକ୍ଷା ବ୍ୟବସ୍ଥାକୁ କଡାକଡି କରାଯାଇଛି। ନରେନ୍ଦ୍ର ପୁଷ୍କରିଣୀ ଚାରିପଟେ ୧୪୪ ଧାରା ଜାରି କରାଯିବା ସହିତ ୫ ପ୍ଲାଟୁନ ପୋଲିସ ଫୋର୍ସଙ୍କୁ ନିୟୋଜିତ କରାଯାଇଛି।

ଭଉଁରୀ ତିଥିରେ ଶ୍ରୀକ୍ଷେତ୍ରରେ ଚକ ଡେରା ନୀତି ଅନୁଷ୍ଠିତ ହେବ। ତିନି ରଥର ତିନୋଟି ଅଖରେ ଦୁଇଟି ଲେଖାଏଁ ଚକ ଡେରା ଯିବାର ପରମ୍ପରା ରହିଛି। ତାହାକୁ ଦୃଷ୍ଟିରେ ରଖି ମହାରଣା ସେବକଙ୍କ ଦ୍ୱାରା ଆବଶ୍ୟକ ସଂଖ୍ୟକ ଅଖ ଓ ଚକ ନିର୍ମାଣ ଶେଷ ହୋଇଛି। କରୋନା ସଂକ୍ରମଣ ଯୋଗୁଁ ରଥ ନିର୍ମାଣ କାର୍ଯ୍ୟରେ ନିୟୋଜିତ ବ୍ୟକ୍ତିଙ୍କ ପ୍ରତିଦିନ କୋଭିଡ୍‍ ପରୀକ୍ଷା କରାଯାଉଛି। ରଥଖଳା ଚାରିପଟେ କନାବାଡ଼ କରାଯିବା ସହ ଅନ୍ୟମାନଙ୍କ ପ୍ରବେଶକୁ ନିଷେଧ କରାଯାଇଛି। କରୋନା କଟକଣା ମଧ୍ୟରେ ରଥ ନିର୍ମାଣ କରାଯାଉଛି।

- Advertisement -

ଜିଲ୍ଲାପାଳ ସମର୍ଥ ବର୍ମା ଆଜି ରଥଖଳାକୁ ଯାଇ ରଥ ନିର୍ମାଣର ଅଗ୍ରଗତି ଓ ଭଉଁରୀ ଉପଲକ୍ଷେ ଚକା ଡେରା ନୀତି ସମ୍ପର୍କରେ ମହାରଣା ମାନଙ୍କ ସହ ଆଲୋଚନା କରିଥିଲେ।

Hot this week

ଟିଏମ୍‌ସି ସାଂସଦଙ୍କୁ ସମ୍ବିତ ପାତ୍ରଙ୍କ କଡ଼ା ଜବାବ

‘ଓଡ଼ିଶାରେ ବାଂଲାଦେଶୀଙ୍କ ସ୍ଥାନ ନାହିଁ ’ ନୂଆଦିଲ୍ଲୀ : ଲୋକସଭା ଶୂନ୍ୟକାଳରେ ବାଂଲାଦେଶୀ...

ଇତ​ରେ ଦେଲେ ଉପଦେଶ…

ନର୍ମଦା ନଦୀର ତୀର ଦେଶରେ ଏକ ବିଶାଳ ବଟବୃକ୍ଷ କାହିଁ କେଉଁ...

ସମ୍ପାଦକୀୟ: ଇଣ୍ଡିଗୋ ସଂକଟ

ଭାରତୀୟ ବିମାନ ସେବା ଇତିହାସରେ ନିକଟ ଅତୀତରେ ଘଟିଥିବା ସବୁଠାରୁ ବଡ଼...

ଗୋପବନ୍ଧୁ ଐତିହ୍ୟର ବାହକ

ଉତ୍କଳ ଗୌରବ ମଧୁସୂଦନ ଦାସଙ୍କୁ ଶେଷ ଜୀବନରେ ମହାନ ବର୍ଷୀୟାନ ପୁରୁଷ...

ଆତଙ୍କବାଦ ବିରୋଧରେ ସାଲିସ ବିହୀନ ଲଢ଼େଇ: ବିଶ୍ବ ସମୁଦାୟକୁ ଭାରତ-ରୁଷ୍‌ର ମିଳିତ ଆହ୍ବାନ

ନୂଆଦିଲ୍ଲୀ: ଆତଙ୍କବାଦ ବିରୋଧରେ ସାଲିସ୍ ବିହୀନ ଲଢେଇ ପାଇଁ ବିଶ୍ବ ସମୁଦାୟକୁ...

Related Articles

Popular Categories