www.samajalive.in
Monday, December 15, 2025
26.1 C
Bhubaneswar

ଆଠଗଡରେ ରାଧାନାଥ ରଥଙ୍କ ପ୍ରତିମୂର୍ତ୍ତି ସ୍ଥାପନ କରାଯାଉ: ଭର୍ତ୍ତୃହରି

ଆଠଗଡ: ଜନ୍ମମାଟି ଆଠଗଡରେ ଓଡିଶାର ଅନ୍ୟତମ ବରପୁତ୍ର ପଦ୍ମଭୂଷଣ ଡ.ରାଧାନାଥ ରଥଙ୍କ ପ୍ରତିମୂର୍ତ୍ତି ସ୍ଥାପନ ଲାଗି କଟକ ଲୋକସଭା ସାଂସଦ ଭର୍ତ୍ତୃହରି ମହତାବ ଓଡିଶା ସରକାରଙ୍କ ନିକଟରେ ପ୍ରସ୍ତାବ ରଖିଛନ୍ତି। ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ମହତାବ ଲେଖିଥିବା ପତ୍ରରେ ରାଜ୍ୟର ବିଭିନ୍ନ ସ୍ଥାନରେ ବରପୁତ୍ରଙ୍କ ପ୍ରତିମୂର୍ତ୍ତି ସ୍ଥାପନ ନିଷ୍ପତ୍ତିକୁ ସ୍ଵାଗତ କରିଛନ୍ତି । ସ୍ବାଧୀନତା ସଂଗ୍ରାମୀମାନଙ୍କର ପ୍ରତିମୂର୍ତ୍ତି ସେମାନଙ୍କ ଜନ୍ମମାଟି ଓ କର୍ମଭୂମିରେ ପ୍ରତିଷ୍ଠା କରାଯିବା ଦରକାର। ଓଡିଶାର ବରପୁତ୍ର, ଗଡଜାତ ଆନ୍ଦୋଳନର ଅନନ୍ୟ ସଂଗ୍ରାମୀ, ଉତ୍କଳମଣି ଗୋପବନ୍ଧୁଙ୍କ ପଟ୍ଟଶିଷ୍ୟ ପଦ୍ମଭୂଷଣ ଡ.ରାଧାନାଥ ରଥଙ୍କର ଏକ ପୂର୍ଣ୍ଣାବୟବ ପ୍ରତିମୂର୍ତ୍ତି ତାଙ୍କ ଜନ୍ମମାଟି ଆଠଗଡରେ ପ୍ରତିଷ୍ଠା କରିବା ଆବଶ୍ୟକ ବୋଲି ସାଂସଦ ମହତାବ ମତପ୍ରକାଶ କରିଛନ୍ତି।

ମହତାବ କହିଛନ୍ତି, ଓଡିଶାର ବହୁଳ ପ୍ରସାରିତ ‘ସମାଜ’ର ସମ୍ପାଦକ ଭାବେ ଡ.ରଥ ଯେପରି ସୁନାମ ଅର୍ଜନ କରିଛନ୍ତି, ରାଜ୍ୟର ଜଣେ ପାରଙ୍ଗମ ମନ୍ତ୍ରୀ ଭାବେ ସେ ତାଙ୍କର ଦକ୍ଷତା ପ୍ରତିପାଦନ କରିଛନ୍ତି। ତେଣୁ ରାଧାନାଥ ବାବୁଙ୍କ ପ୍ରତିମୂର୍ତ୍ତି ଆଠଗଡରେ ଯଥାଶୀଘ୍ର ସ୍ଥାପନ ଲାଗି ସେ ମୁଖ୍ୟମନ୍ତ୍ରୀ ଓ ରାଜ୍ୟ ସରକାରଙ୍କୁ ଅନୁରୋଧ କରିଛନ୍ତି। ତେବେ ରାସ୍ତାଘାଟରେ ଏହା ସ୍ଥାପନା ନ କରି ଯେ କୌଣସି ଶିକ୍ଷାନୁଷ୍ଠାନ ବା ପାର୍କ ଆଦି ସ୍ଥାନରେ ସ୍ଥାପନା ଲାଗି ମହତାବ ମତପୋଷଣ କରିଛନ୍ତି। ଆଠଗଡର ବିଭିନ୍ନ ସଂଗଠନ ଏବଂ ମାନ୍ୟଗଣ୍ୟ ବ୍ୟକ୍ତିବିଶେଷଙ୍କ ପକ୍ଷରୁ ମଧ୍ୟ ରାଜ୍ୟ ସରକାରଙ୍କ ନିକଟରେ ଅନୁରୂପ ଦାବି କରାଯାଇଛି।

Hot this week

କେନାଲକୁ ନେଇ ଉତ୍ତେଜନା: ପ୍ରଶାସନ-ଗ୍ରାମବାସୀ ମୁହାଁମୁହିଁ, ୫୦ ଅଟକ

ସମାଜଲାଇଭ ଡେସ୍କ: ପୁରୀ ଜିଲା ବ୍ରହ୍ମଗିରି ଥାନା ଅନ୍ତର୍ଗତ ଚଉଦ ମଉଜା...

ନିଆଁରେ ପୋଡି ହୋଇ ବୃଦ୍ଧା ଗୁରୁତର

କଲ୍ୟାଣସିଂହପୁର: ରାୟଗଡା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକ ଧାମୁଣିପଙ୍ଗା ପଞ୍ଚାୟତର କତାଗୁଡା ଗ୍ରାମରେ...

ଫୁଙ୍କନଳୀରେ ପିଟି ପ୍ରେମିକାଙ୍କୁ ହତ୍ୟା

ନୟାଗଡ଼: ନୟାଗଡ଼ ଜିଲା ଶରଣକୁଳ ଥାନା ସାବିଦେଇପୁର ଅଞ୍ଚଳରେ ଏକ ଅଭାବନୀୟ...

ଦନ୍ତା ହାତୀର ମୃତ୍ୟୁ

ଅନୁଗୋଳ: ଅନୁଗୋଳ ବନଖଣ୍ଡ ଅନ୍ତର୍ଗତ ପୋକୁଣ୍ଡା ସେକ୍ସନ୍ ମାଣିକଯୋଡ଼ି ପଞ୍ଚାୟତ ବାଲିଆପଶିଠାରେ...

ରାଜ୍ୟପାଳଙ୍କ ଏଡିସି ଭାବେ ନିଯୁକ୍ତ ହେଲେ ନୌସେନା ଅଧିକାରୀ ଲେଫ୍ଟନାଣ୍ଟ ହର୍ଷିତ ଦେଓ

ଭୁବନେଶ୍ୱର: ନୌସେନା ଅଧିକାରୀ ଲେଫ୍ଟନାଣ୍ଟ ହର୍ଷିତ ଦେଓ ସୋମବାର ଦିନ ଓଡ଼ିଶା...

Related Articles

Popular Categories