www.samajalive.in
Friday, December 5, 2025
20.1 C
Bhubaneswar

ଆଠଗଡରେ ରାଧାନାଥ ରଥଙ୍କ ପ୍ରତିମୂର୍ତ୍ତି ସ୍ଥାପନ କରାଯାଉ: ଭର୍ତ୍ତୃହରି

ଆଠଗଡ: ଜନ୍ମମାଟି ଆଠଗଡରେ ଓଡିଶାର ଅନ୍ୟତମ ବରପୁତ୍ର ପଦ୍ମଭୂଷଣ ଡ.ରାଧାନାଥ ରଥଙ୍କ ପ୍ରତିମୂର୍ତ୍ତି ସ୍ଥାପନ ଲାଗି କଟକ ଲୋକସଭା ସାଂସଦ ଭର୍ତ୍ତୃହରି ମହତାବ ଓଡିଶା ସରକାରଙ୍କ ନିକଟରେ ପ୍ରସ୍ତାବ ରଖିଛନ୍ତି। ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ମହତାବ ଲେଖିଥିବା ପତ୍ରରେ ରାଜ୍ୟର ବିଭିନ୍ନ ସ୍ଥାନରେ ବରପୁତ୍ରଙ୍କ ପ୍ରତିମୂର୍ତ୍ତି ସ୍ଥାପନ ନିଷ୍ପତ୍ତିକୁ ସ୍ଵାଗତ କରିଛନ୍ତି । ସ୍ବାଧୀନତା ସଂଗ୍ରାମୀମାନଙ୍କର ପ୍ରତିମୂର୍ତ୍ତି ସେମାନଙ୍କ ଜନ୍ମମାଟି ଓ କର୍ମଭୂମିରେ ପ୍ରତିଷ୍ଠା କରାଯିବା ଦରକାର। ଓଡିଶାର ବରପୁତ୍ର, ଗଡଜାତ ଆନ୍ଦୋଳନର ଅନନ୍ୟ ସଂଗ୍ରାମୀ, ଉତ୍କଳମଣି ଗୋପବନ୍ଧୁଙ୍କ ପଟ୍ଟଶିଷ୍ୟ ପଦ୍ମଭୂଷଣ ଡ.ରାଧାନାଥ ରଥଙ୍କର ଏକ ପୂର୍ଣ୍ଣାବୟବ ପ୍ରତିମୂର୍ତ୍ତି ତାଙ୍କ ଜନ୍ମମାଟି ଆଠଗଡରେ ପ୍ରତିଷ୍ଠା କରିବା ଆବଶ୍ୟକ ବୋଲି ସାଂସଦ ମହତାବ ମତପ୍ରକାଶ କରିଛନ୍ତି।

ମହତାବ କହିଛନ୍ତି, ଓଡିଶାର ବହୁଳ ପ୍ରସାରିତ ‘ସମାଜ’ର ସମ୍ପାଦକ ଭାବେ ଡ.ରଥ ଯେପରି ସୁନାମ ଅର୍ଜନ କରିଛନ୍ତି, ରାଜ୍ୟର ଜଣେ ପାରଙ୍ଗମ ମନ୍ତ୍ରୀ ଭାବେ ସେ ତାଙ୍କର ଦକ୍ଷତା ପ୍ରତିପାଦନ କରିଛନ୍ତି। ତେଣୁ ରାଧାନାଥ ବାବୁଙ୍କ ପ୍ରତିମୂର୍ତ୍ତି ଆଠଗଡରେ ଯଥାଶୀଘ୍ର ସ୍ଥାପନ ଲାଗି ସେ ମୁଖ୍ୟମନ୍ତ୍ରୀ ଓ ରାଜ୍ୟ ସରକାରଙ୍କୁ ଅନୁରୋଧ କରିଛନ୍ତି। ତେବେ ରାସ୍ତାଘାଟରେ ଏହା ସ୍ଥାପନା ନ କରି ଯେ କୌଣସି ଶିକ୍ଷାନୁଷ୍ଠାନ ବା ପାର୍କ ଆଦି ସ୍ଥାନରେ ସ୍ଥାପନା ଲାଗି ମହତାବ ମତପୋଷଣ କରିଛନ୍ତି। ଆଠଗଡର ବିଭିନ୍ନ ସଂଗଠନ ଏବଂ ମାନ୍ୟଗଣ୍ୟ ବ୍ୟକ୍ତିବିଶେଷଙ୍କ ପକ୍ଷରୁ ମଧ୍ୟ ରାଜ୍ୟ ସରକାରଙ୍କ ନିକଟରେ ଅନୁରୂପ ଦାବି କରାଯାଇଛି।

Hot this week

ଆଜି ଇଣ୍ଡିଗୋର ୧ ହଜାରରୁ ଊର୍ଦ୍ଧ୍ବ ବିମାନ ରଦ୍ଦ, ତଦନ୍ତ କମିଟି ଗଠନ କଲେ ସରକାର

ସମାଜଲାଇଭ ଡେସ୍କ: ଇଣ୍ଡିଗୋ ବିମାନର ପରିଚାଳନାଗତ ସଙ୍କଟ ଜାରି ରହିଛି। ଇଣ୍ଡିଗୋ...

ସାରଥିଙ୍କ ବିରୋଧରେ ଚାର୍ଜଫ୍ରେମ

କଟକ :ସାରଥିଙ୍କ ବିରୋଧରେ ଚାର୍ଜଫ୍ରେମ । ଜାତିଆଣ ଆକ୍ଷେପ ଓ ଧର୍ମୀୟ...

ଜାତିସଂଘରେ ଭାରତର ସ୍ଥାୟୀ ସଦସ୍ୟତାକୁ ପୁଟିନଙ୍କ ସମର୍ଥନ

ସମାଜଲାଇଭ ଡେସ୍କ: ଭାରତ-ରୁଷ ମଧ୍ୟରେ ଶୁକ୍ରବାର ଶିଖର ସମ୍ମିଳନୀ ଶେଷ ହୋଇଛି।...

ପୁଟିନଙ୍କ ସହ ସାନ୍ଧ୍ୟ ଭୋଜନ: ରାହୁଲ, ଖଡଗେ ନୁହଁନ୍ତି, ଥରୁରଙ୍କୁ ମିଳିଲା ନିମନ୍ତ୍ରଣ

ସମାଜଲାଇଭ ଡେସ୍କ: ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ଭାରତ ଗସ୍ତର ଶୁକ୍ରବାର...

ମାସ୍କାସାରୁ ଜଙ୍ଗଲରେ ପୁଲିସ-ମାଓବାଦୀ ଗୁଳିବିନିମୟ

ସମାଜଲାଇଭ ଡେସ୍କ: କନ୍ଧମାଳ ଜିଲା ବାଲିଗୁଡ଼ା ଥାନା ଅନ୍ତର୍ଗତ ମାସ୍କାସାରୁ ଜଙ୍ଗଲରେ...

Related Articles

Popular Categories