www.samajalive.in
Saturday, December 6, 2025
23.1 C
Bhubaneswar

ଡ. ଚିତ୍ତ ରଂଜନ ମହାନ୍ତି ଅଖିଲ ଭାରତ ହିନ୍ଦୁ ମହାସଭା ଓଡିଶା ପ୍ରଦେଶ କାର୍ଯ୍ୟକାରୀ ସଭାପତି

ଗଡ଼ମଧୁପୁର : ଯାଜପୁର ଜିଲା ଧର୍ମଶାଳା ବ୍ଲକ ଶାନ୍ତିବଜାର ଠାରେ ସ୍ଥାୟୀ ଭାବରେ ବାସ କରୁଥିବା ବିଶିଷ୍ଟ ଶିକ୍ଷାବିତ, ପ୍ରାକ୍ତନ ପ୍ରାଧ୍ୟାପକ, ସମାଜସେବୀ ତଥା ଅର୍ଥଶାସ୍ତ୍ରୀ ଡ. ଚିତ୍ତରଂଜନ ମହାନ୍ତିଙ୍କୁ ଅଖିଳ ଭାରତ ହିନ୍ଦୁ ମହାସଭା ଓଡିଶା ପ୍ରଦେଶ ସଭାପତି ଭାବରେ ନିଯୁକ୍ତ କରାଯାଇଛି। ଏହି ନିଯୁକ୍ତିକୁ ବିଧିବଦ୍ଧ ଭାବରେ ରାଜ୍ୟ ଅଧ୍ୟକ୍ଷା ଶ୍ରୀମତୀ ଗୀତା ଚୟିନୀ ଘୋଷଣା କରିଛନ୍ତି। ହିନ୍ଦୁ ମହାସଭାର ରାଷ୍ଟିୟ ଉପ ସଭାପତି ଡ. ଷ୍ଟାଲିନ ମିଶ୍ର ଓ ପ୍ରଦେଶ ଅଧ୍ୟକ୍ଷା ଗୀତା ଚୟିନୀଙ୍କ ସୁପାରିଶ କ୍ରମେ ରାଷ୍ଟ୍ରିୟ ଅଧ୍ୟକ୍ଷ ତ୍ରୀଦଣ୍ଡଜୀ ମହାରାଜଙ୍କ ଅନୁମୋଦନ କ୍ରମେ ଏହି ନିଯୁକ୍ତି  କରାଯାଇଥିବା ଶ୍ରୀମତି ଚୟିନୀ ପ୍ରକାଶ କରିଛନ୍ତି। ଡ. ମହାନ୍ତିଙ୍କ ଯୋଗ୍ୟତା, ରାଜନୈତିକ ନିପୁଣତା ତଥା ତାଙ୍କର ସାଙ୍ଗଠନିକ ଦକ୍ଷତା ଓଡିଶା ପରି ହିନ୍ଦୁ ବହୁଳ ରାଜ୍ୟରେ ହିନ୍ଦୁ ମହାସଭାର ସଂଗଠନକୁ ମଜଭୁତ କରିବ ବୋଲି ରାଷ୍ଟ୍ରୀୟ ଉପସଭାପତି ଡ. ମିଶ୍ର ଆଶାବାଦୀ ଥିବା ପ୍ରକାଶ କରିଛନ୍ତି। ଆଗାମୀ ଦିନରେ ରାଜନୈତିକ ପରିସ୍ଥିତିକୁ ଦେଖି ସଂଙ୍ଘ ତାର କାର୍ଯ୍ୟକରିବ ବୋଲି ଶ୍ରୀ ମତି ଚୟିନୀ କହିଛନ୍ତି। ଏହି ମହାସଭା ଓଡିଶାର ବିଭିନ୍ନ ମୂଳ ସମସ୍ୟାର ସମାଧାନ ଦିଗରେ ତଥା ସରକାରଙ୍କର ବିଭିନ୍ନ ଜନ ହିତକର ପଦକ୍ଷେପ ଗୁଡିକୁ ଲୋକାଭିମୁଖି କରାଇବାରେ ସହଯୋଗ କରିବାକୁ ଉପ ସଭାପତି ରାଜ୍ୟ ସଂଗଠନର କର୍ମକର୍ତ୍ତାମାନଙ୍କୁ ପରାମର୍ଶ ଦେଇଛନ୍ତି। ଶ୍ରୀଯୁକ୍ତ ମହାନ୍ତିଙ୍କ ନିଯୁକ୍ତିରେ ସ୍ଥାନୀୟ ଅଂଚଳର ବିବେକାନନ୍ଦ ରାୟ, ଅକ୍ଷୟ ପ୍ରଧାନ, ଅର୍ପିତା ପଟ୍ଟନାୟକ, ପିତବାସ ସାହୁ, ଗୁରୁଚରଣ ନାଥ, ରମେଶ ଲେଙ୍କା ଓ ସରୋଜିନୀ ସ୍ମୃତି ସଂସଦର କାର୍ଯ୍ୟକାରୀ ସମ୍ପାଦକ ଶୀଦ୍ଦାର୍ଥ  ସ୍ୱୟଂଦୀପ୍ତ ମହନ୍ତି ପ୍ରମୁଖ ତାଙ୍କୁ ଶୁଭେତ୍ସା ଜଣାଇଛନ୍ତି।

Hot this week

ଚାଷୀଙ୍କ ଦାବି ନେଇ କଳାହାଣ୍ଡିରୁ ଭୁବନେଶ୍ୱର ସାଇକେଲ ଯାତ୍ରା

ବୋଲଗଡ: ଚାଷୀଙ୍କ ବିଭିନ୍ନ ସମସ୍ୟାର ସମାଧାନ ପାଇଁ ଅଣ୍ଟା ଭିଡ଼ିଛି କଳାହାଣ୍ଡି...

ନିଖୋଜ ମହିଳାଙ୍କ ମୁଣ୍ଡବିହୀନ ଶବ ମିଳିବା ଘଟଣାରେ ବଢିଲା ଉତ୍ତେଜନା

କୋରୁକୋଣ୍ଡା : ମାଲକାନଗିରି ଜିଲ୍ଲା କୋରୁକୋଣ୍ଡା ବ୍ଲକ ରାଖେଲଗୁଡା ଗାଁରେ ନିଖୋଜ...

ଏହି ଗୁଣ ଥିବା ମହିଳାଙ୍କୁ ମିଳେ ଲକ୍ଷ୍ମୀଙ୍କ ଆଶୀର୍ବାଦ: ଘର ହୁଏ ସ୍ୱର୍ଗ

ଚାଣକ୍ୟ ନୀତି: ନୀତି, ଜ୍ଞାନ ଓ ଜୀବନ ପ୍ରବନ୍ଧର ମହାନ ପଣ୍ଡିତ...

ଦୁଇ ବାଇକ୍‌ ଆରୋହୀଙ୍କ ମୁଣ୍ଡରେ ଚଢିଗଲା ଟ୍ରଲର

ବଣାଇ: ୧୪୩ ନମ୍ବର ଜାତୀୟ ରାଜପଥର ଗମଲେଇ ଛକ ନିକଟରେ ମର୍ମନ୍ତୁଦ...

ବିଜେପିରେ ମିଶିବେ ବିଜେଡିର ଦୁଇ ନେତା !

ଭୁବନେଶ୍ଵର: ବିଜେଡିର ଦୁଇ ନେତା ବିଜେପିରେ ମିଶିବାକୁ ଯାଉଛନ୍ତି। ପୂର୍ବତନ ମନ୍ତ୍ରୀ...

Related Articles

Popular Categories