www.samajalive.in
Friday, December 12, 2025
15.1 C
Bhubaneswar

ଆସନ୍ତାକାଲି ମାଓବାଦୀଙ୍କ ଭାରତବନ୍ଦ ଡାକରା: ମାଲକାନଗିରିରେ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି

ମାଲକାନଗିରି : ଆସ୍ତନ୍ତା ଗୁରୁବାର ଦିନ ମାଓବାଦୀ ମାନେ ଭାରତ ବନ୍ଦ ଡାକରା ଦେଇଥିବା ବେଳେ ଗତ ୨୫ ତାରିଖ ଠାରୁ ପ୍ରତିବାଦ ସପ୍ତାହ ପାଳନ କରିଆସୁଛନ୍ତି। ଏହି ବନ୍ଦକୁ ଦୃଷ୍ଟିରେ ରଖି ପୁଲିସ ପକ୍ଷରୁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି। ସପ୍ତାହ ବ୍ୟାପି ପାଳନ କରାଯାଉଥିବା ମାଓବାଦୀଙ୍କ ପ୍ରତିବାଦ ସପ୍ତାହ ଅବସରରେ କେନ୍ଦ୍ର ସରକାରଙ୍କ ଅପରେସନ ସମାଧାନକୁ ବିରୋଧ କରି ବସ୍‍ ପୋଡି, ରାସ୍ତା ଅବରୋଧ ଓ ବ୍ୟାନର ପୋଷ୍ଟର ଲଗା ଯାଇଥିବା ଦେଖିବାକୁ ମିଳିଛି। ସେହିପରି ବିଭିନ୍ନ ଗ୍ରାମରେ ମାଓବାଦୀ ମାନେ ସଭା ସମିତି କରି ମାଓ ସଂଗଠନର କାର୍ଯ୍ୟ ,ଆଦର୍ଶ ଓ ଅଭିମୂଖ୍ୟ ସମ୍ପର୍କରେ ଯୁବ ଗୋଷ୍ଠୀଙ୍କୁ ଜଣାଇ ମାଓ ସଂଗଠନରେ ସାମିଲ କରିବା ପାଇଁ ଆହ୍ୱାନ ଦେଉଛନ୍ତି। ବିଶେଷ କରି ଯୁବଗୋଷ୍ଠିଙ୍କୁ ସାମିଲ କରିବା ଏହାର ମୂଖ୍ୟ ଉଦ୍ଦେଶ୍ୟ।
ସୂଚନାଯୋଗ୍ୟ ଯେ ଗତ ୨୦୦୦ ମସିହାରେ ପ୍ରଥମେ ମାଓ ସଂଗଠନ ପକ୍ଷରୁ ଏହି ପିପୁଲ୍ସ ଲିବରେସନ ଗରିଲା ଆର୍ମି ସ୍ଥାପନ କରାଯାଇଥିଲା। ଶତ୍ରୁ ସହ ମୁକାବିଲା କରିବା ବା ଶତ୍ରୁକୁ ଆକ୍ରମଣ କରିବା ଏହାର ମୂଖ୍ୟ କାର୍ଯ୍ୟ। ଗତ ଅକ୍ଟୋବରରେ ସ୍ୱାଭିମାନ ଅଞ୍ଚଳ ପଣସପୁଟଠାରେ ଏନକାଉଣ୍ଟରରେ ମାଓନେତ୍ରୀ ମୀନାଙ୍କ ମୃତ୍ୟୁ ଓ ଗତ ସୁନ୍ଦରପାଲ୍ଲୀଠାରେ ଏନକାଉଣ୍ଟର, ଗତ ନଭେମ୍ବରରେ ଏନକାଉଣ୍ଟରରେ ୫ ଜଣ ମାଓବାଦୀଙ୍କ ମୃତ୍ୟୁ ପରେ ମାଓ ସଂଗଠନକୁ ଶକ୍ତ ଧକ୍କା ଲାଗିଥିଲା। ଏହାର ପ୍ରତିଶୋଧ ନେବା ପାଇଁ ମାଓବାଦୀ ମାନେ ସୁଯୋଗ ଅପେକ୍ଷାରେ ରହିଛନ୍ତି। ଇତିମଧ୍ୟରେ ନୂତନ ଭାବେ ଦାୟିତ୍ୱ ନେଇଥିବା କେନ୍ଦ୍ରିୟ କମିଟିର ଆମ୍ବାଲା କେଶବ ରାଓଙ୍କ ନେତୃତ୍ୱରେ ସଂଗଠନ ସୁଦୃଢ଼ କରିବାକୁ ଚେଷ୍ଟା କରାଯାଉଛି। ତେବେ ସଂଗଠନର ସମସ୍ତ ଋଣନିତିକୁ ଉଚିତ ଜବାବ ଦେବା ସହ ଏହାକୁ ବିଫଳ କରିବାକୁ ପୁଲିସ୍‍ ପକ୍ଷରୁ ବ୍ୟାପକ ପଦକ୍ଷେପ ଗ୍ରହଣ କରାଯାଉଛି। ବିଭିନ୍ନ ସମୟରେ କୁମ୍ବିଂ ଅପରେସନ ସହ ତଦନ୍ତକୁ ବ୍ୟାପକ କରାଯାଉଛି। ଯାହାର ଫଳ ସ୍ୱରୂପ ପୂର୍ବପେକ୍ଷା ମାଓ ହିଂସା ରୋକିବାରେ ପୋଲିସ ସଫଳ ହୋଇଛି। ମାଓବାଦୀଙ୍କ ବନ୍ଦ ଓ ପ୍ରତିବାଦ ସପ୍ତାହରେ କୌଣସି ହିଂସାକୁ ରାକିବାକୁ ପୋଲିସ ପକ୍ଷରୁ ବ୍ୟାପକ କୁମ୍ବିଂ ଅପରେସନ କରାଯିବା ସହ ସହର ମଧ୍ୟକୁ ପ୍ରବେଶ କରୁଥିବା ଯାନବାହାନକୁ ଯାଞ୍ଚ କରାଯାଉଥିବା ମାଲକାନଗିରି ଆରକ୍ଷୀ ଅଧିକ୍ଷକ ଜଗମୋହନ ମୀନା ପ୍ରକାଶ କରିଛନ୍ତି।

Hot this week

କଟକର ସ୍ପେଶାଲ ସର୍କିଟ୍ ହାଉସ୍‌ର ନୂଆ ଆନେକ୍ସ ବିଲ୍‌ଡିଙ୍ଗ୍ ଭିଭିପ୍ରସ୍ତର ସ୍ଥାପନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର:ଆଜି ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ କଟକ ସହର ଗସ୍ତରେ...

ହାରିଲା ଭାରତ ,ଦକ୍ଷିଣ ଆଫ୍ରିକା ୫୧ ରନରେ ବିଜୟୀ

ନୂଆଦିଲ୍ଲୀ: ଭାରତ-ଦକ୍ଷିଣ ଆଫ୍ରିକା ମଧ୍ୟରେ ଚାଲିଥିବା ଦ୍ୱିତୀୟ ଟି-୨୦ ସିରିଜର ଆଜି...

ଚଣ୍ଡୀଗଡ଼ ଟି ଟ୍ୱେଣ୍ଟି- ହାରିଲା ଟିମ୍‌ ଇଣ୍ଡିଆ

ଚଣ୍ଡୀଗଡ - ଏଠାରେ ଚାଲିଥିବା ଭାରତ ଦକ୍ଷିଣ ଆଫ୍ରିକା ଦ୍ୱିତୀୟ ଟି...

କଥା ହେଲେ ମୋଦୀ, ଟ୍ରମ୍ପ – ବାଣିଜ୍ୟ ଚୁକ୍ତି ଉପରେ ଆଲୋଚନା

ନୂଆଦିଲ୍ଲୀ - ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସହ ଭାରତର ପ୍ରଧାନମନ୍ତ୍ରୀ...

Related Articles

Popular Categories