www.samajalive.in
Sunday, December 7, 2025
26.1 C
Bhubaneswar

ଭୀମ ଆର୍ମିର ଭାରତ ବନ୍ଦ ଡାକରା : ଓଡିଶାରେ କାଁ ଭାଁ, ୟୁପିରେ ସ୍ଥିତି ଅଣାୟତ, ୩ ଗିରଫ

ନୂଆଦିଲ୍ଲୀ: ଭୀମ ଆର୍ମି ପକ୍ଷରୁ ରବିବାର ଭାରତ ବନ୍ଦ ଡାକରା ଦିଆଯାଇଛି। ଓଡିଶାରେ ଏହାର ବିଶେଷ ପ୍ରଭାବ ପଡି ନଥିବା ବେଳେ ରାଜ୍ୟ ବାହାରେ ବନ୍ଦର ପ୍ରଭାବ ଦେଖିବାକୁ ମିଳିଛି। ମିଡିଆ ରିପୋର୍ଟ ଅନୁଯାୟୀ, ଉତ୍ତରପ୍ରଦେଶ ଅଲିଗଢରେ ସ୍ଥିତି ଅଣାୟତ ହୋଇଛି। ରାଜପଥ ଅବରୋଧ କରିବା ସହ ବସ ଷ୍ଟାଣ୍ଟ ଏବଂ ରେଳ ଧାରଣା ଉପରେ ଆନ୍ଦୋଳନକାରୀମାନେ ଧାରଣା ଦେଇଛନ୍ତି। ଯାହା ଫଳରେ ଯାତୟାତା ବାଧାପ୍ରାପ୍ତ ହୋଇଛି। ମେରୁଟରେ ୩ ଜଣ ଆନ୍ଦୋଳନକାରୀଙ୍କୁ ପୁଲିସ ଉଠାଇ ନେଇ ହାଜତରେ ରଖିଛି।

ଉମରକୋଟ କୋତୱାଲିରେ ଧାରଣା ପ୍ରଦର୍ଶନ ଜାରି ରହିଥିବା ବେଳେ ଆନ୍ଦୋଳନକାରୀମାନେ ସରକାର ବିରୋଧୀ ନାରାବାଜି ଦେଇଛନ୍ତି। ଦିଲ୍ଲୀ ଗେଟ ଏବଂ ଉମରକୋଟ ଥାନା ଅନ୍ତର୍ଗତ ମୁସଲିମ ଅଞ୍ଚଳରେ ଦୋକାନ ବଜାର ବନ୍ଦ ରହିଛି। ମଧ୍ୟାହ୍ନ ସମୟରେ ସ୍ଥାନୀୟ ପରିବା ଦୋକାନୀମାନେ ମଧ୍ୟ ଏହି ବନ୍ଦ ଡାକରାରେ ସାମିଲ ହୋଇଥିଲେ। ଅଲିଗଢର ଶାହଜମାଲ ଇଦଗାହ ସମ୍ମୁଖରେ ସିଏଏ ଏବଂ ଏନଆରସି ବିରୋଧରେ ଆନ୍ଦୋଳନକାରୀମାନେ ବିକ୍ଷୋଭ ପ୍ରଦର୍ଶନ ଜାରି ରଖିଛନ୍ତି। ପ୍ରାୟ ୮ ହଜାର ଲୋକ ଏହି ଆନ୍ଦୋଳନରେ ସାମିଲ ହୋଇଛନ୍ତି। ସେହିପରି ବିହାରରେ ମଧ୍ୟ ଭାରତ ବନ୍ଦର ପ୍ରଭାବ ଦେଖିବାକୁ ମିଳିଛି।

- Advertisement -


ପଶ୍ଚିମ ଓଡିଶାର କେତେକ ଜିଲାର ବନ୍ଦର ପ୍ରଭାବ ପଡିଛି। ବନ୍ଦ ପ୍ରଭାବରେ ସମ୍ବଲପୁର କ୍ଷେତରାଜପୁର ଷ୍ଟେସନରେ ଭୀମ ସେନାର କର୍ମକର୍ତ୍ତା ପହଞ୍ଚି ସମ୍ବଲପୁର-ପୁରୀ ଇଣ୍ଟରସିଟି ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ। ତେଣୁ ଟ୍ରେନ ଚଳାଚଳ ପ୍ରାୟ ୧ ଘଣ୍ଟା ଧରି ବନ୍ଦ ରହିଥିଲା। ଆନ୍ଦୋଳନକାରୀମାନେ ଜାତୀୟ ଓ ରାଜ୍ୟ ରାଜପଥ ଅବରୋଧ କରିବା ଯୋଗୁଁ ସମ୍ବଲପୁରରୁ ରାଉରକେଲା, ଝାରସୁଗୁଡା, ସୁନ୍ଦରଗଡ଼, ଦେବଗଡ଼, କେନ୍ଦୁଝର, ବରଗଡ଼, ବଲାଙ୍ଗୀର, ସୋନପୁର ଆଦି ଜିଲ୍ଲାକୁ ଯାତ୍ରୀ ପରିବହନ ପ୍ରଭାବିତ ହୋଇଛି। ମାଲ ପରିବହନ କରୁଥିବା ଶହ ଶହ ଟ୍ରକ ଗୁଡିକ ରାସ୍ତା କଡରେ ଅଟକି ରହିଛି। ଦୋକାନ ବଜାର ବନ୍ଦ ରହିଥିବା ନେଇ ସୂଚନା ମିଳିଛି। ବରଗଡରେ ମଧ୍ୟ ଭାରତ ବନ୍ଦର ପ୍ରଭାବ ପରିଲକ୍ଷିତ ହୋଇଛି। ସମସ୍ତ ଦୋକାନବଜାର ବନ୍ଦ ରହିବା ସହ ଗମନାଗମନ ଏକ ପ୍ରକାର ଠପ୍ ହୋଇ ପଡ଼ିଛି । ବସ ଷ୍ଟାଣ୍ଡ ଗୁଡିକରେ ଗାଡି ମୋଟର ଅଟକି ରହିଥିବାରୁ ସାଧାରଣ ଜୀବନଯାତ୍ରା ପ୍ରଭାବିତ ହୋଇଛି। ବରଗଡ଼ ଗାନ୍ଧୀଛକରେ ଭୀମ ଆର୍ମି,ଆମ୍ବେଦକର ଯୁବାସଙ୍ଘ,ଏସସି,ଏସଟି ଧାର୍ମିକ ଅଳ୍ପ ସଂଖ୍ୟକ ମଞ୍ଚ, ଶୁଦ୍ରମୁକ୍ତି ଅଭିଯାନ,ବିରସାମୁଣ୍ଡ ସଂଘର୍ଷ ବାହିନୀ, ସମ୍ବିଧାନ ସୁରକ୍ଷା ମଞ୍ଚ ପ୍ରଭୃତି ସଂଗଠନର ବହୁ କର୍ମୀ ଗାନ୍ଧୀଛକରେ ବନ୍ଦ ପାଳନ କରିବା ସହିତ ପଥପ୍ରାନ୍ତ ସଭା କରିଛନ୍ତି। ବରଗଡ ସମେତ କଳାହାଣ୍ଡିର ଧର୍ମଗଡ ଏବଂ ରାୟଗଡାର କଲ୍ୟାଣସିଂହପୁର ବନ୍ଦ ପାଳନର ପ୍ରଭାବ ଦେଖିବାକୁ ମିଳିଛି।

Hot this week

ବାଇକକୁ ଧକ୍କା ଦେଲା ଟ୍ରାକ୍ଟର: ୨ ବନ୍ଧୁ ମୃତ, ଜଣେ ଗୁରୁତର

ବାଣପୁର: ବାଣପୁର ଥାନା ବେଙ୍ଗରାଜପଲ୍ଲୀ ନିକଟରେ ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣାରେ...

ମହିଳାଙ୍କ ହତ୍ୟାକୁ ନେଇ ଦୁଇ ଗାଁ ମୁହାଁମୁହିଁ

ମାଲକାନଗିରି: ମାଲକାନଗିରି ଜିଲ୍ଲା ପୋଟେରୁ ନଦୀରେ ଡୁଡୁମେଟଲା ନିକଟରୁ ଜଣେ ମହିଳାଙ୍କ...

ଚଳଚ୍ଚିତ୍ର ନିର୍ମାତା ବିକ୍ରମ ଭଟ୍ଟ ଗିରଫ

ସମାଜଲାଇଭ ଡେସ୍କ: ବଲିଉଡ ଚଳଚ୍ଚିତ୍ର ନିର୍ମାତା ବିକ୍ରମ ଭଟ୍ଟଙ୍କୁ ଗିରଫ କରିଛି...

ପୁଲିସ ଏସଆଇ ନିଯୁକ୍ତି ଦୁର୍ନୀତି: ବିହାରରୁ ଆଉ ଜଣେ ଗିରଫ

ସମାଜଲାଇଭ ଡେସ୍କ: ପୁଲିସ ଏସଆଇ ନିଯୁକ୍ତି ଦୁର୍ନୀତି ମାମଲାର ଅନ୍ତଃରାଜ୍ୟ ଲିଙ୍କ୍‌...

ଗୋଆ ନାଇଟ୍‌ କ୍ଲବ ଅଗ୍ନିକାଣ୍ଡ: ସାମ୍ନାକୁ ଆସିଲା ନିଆଁ ଲାଗିବା ସମୟର ଦୃଶ୍ୟ

ସମାଜଲାଇଭ ଡେସ୍କ: ଗୋଆ ନାଇଟ୍‌ କ୍ଲବ ଅଗ୍ନିକାଣ୍ଡ ସାରା ଦେଶବାସୀଙ୍କୁ ସ୍ତବ୍ଧ...

Related Articles

Popular Categories