www.samajalive.in
Monday, December 8, 2025
27.1 C
Bhubaneswar

ବଡ଼ମ୍ବାରେ ମିଳିତ ମଞ୍ଚ ତରଫରୁ ଶାନ୍ତିପୂର୍ଣ୍ଣ ଭାରତ ବନ୍ଦ

ବଡ଼ମ୍ବା : କେନ୍ଦ୍ର ସରକାରଙ୍କ ନୂତନ କୃଷିନୀତି ଏବଂ ଶ୍ରମିକ ଆଇନ ପ୍ରତ୍ୟାହାର ଦାବିରେ ନବନିର୍ମାଣ କୃଷକ ସଂଗଠନ ଆହ୍ୱାନରେ ମିଳିତ ମଞ୍ଚ ତରଫରୁ କରାଯାଇଥିବା ଭାରତ ବଡ଼ମ୍ବାରେ ଶାନ୍ତିପୂର୍ଣ୍ଣ ଭାବେ ଶେଷ ହୋଇଛି। ଏହି ବନ୍ଦ ପାଳନକୁ ବ୍ଲକ କଂଗ୍ରେସ କମିଟି,ଏଆଇଟିୟୁସି,ସିପିଆଇ,ହିନ୍ଦ ମଜଦୁର ସଭା ଆଦି ବିଭିନ୍ନ ସଂଗଠନ ସମର୍ଥନ ଜଣାଇଥିଲେ। ନବନିର୍ମାଣ କୃଷକ ସଂଗଠନ ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ବିଚିତ୍ରାନନ୍ଦ ପଣ୍ଡା,ବ୍ଲକ କଂଗ୍ରେସ ସଭାପତି ଅମୀୟ ପଟ୍ଟନାୟକ,ବ୍ଲକ ଯୁବ କଂଗ୍ରେସ ସଭାପତି ବଳଭଦ୍ର ପ୍ରହରାଜ,ହିନ୍ଦ ମଜୁଦୁର ସଭାର ନେତା ଅଭିମନ୍ୟୁ ସାହୁ,କମ୍ୟୁନିଷ୍ଟ ନେତା ଦାମୋଦର ରଣା,ଏଆଇଟିୟୁସି ନେତା ଅଜୟକୁମାର ସାମନ୍ତରା ପ୍ରମୁଖ ଏହି ବନ୍ଦ ପାଳନର ନେତୃତ୍ୱ ନେଇଥିରେ। କେନ୍ଦ୍ରସରକାର କରିଥିବା ନୂତନ କୃଷିନୀତି ବିଲ ଏବଂ ସଂଶୋଧିତ ଶ୍ରମ ଆଇନ ଅନ୍ନଦାତା ଶ୍ରମଦାତାଙ୍କ ବିରୋଧୀ ବୋଲି ଆନ୍ଦୋଳନକାରୀ ଅଭିହିତ କରିବାସହ ଏହାର ତୁରନ୍ତ ପ୍ରତ୍ୟାହାର ଦାବି କରିଥିଲେ। ବନ୍ଦ ପାଳନକୁ ଦୃଷ୍ଟିରେ ରଖି ବଡ଼ମ୍ବା ସଦରମହକୁମାର ସମସ୍ତ ସରକାରୀ କାର୍ଯ୍ୟାଳୟ ବନ୍ଦ ରହିଥିଲା। ତେବେ ପିକେଟିଂ ମାଧ୍ୟମରେ ଆନ୍ଦୋଳନକାରୀମାନେ ସ୍ଥାନୀୟ ଷ୍ଟେଟବ୍ୟାଙ୍କ,ୟୁକୋ ବ୍ୟାଙ୍କ,କାନଡ଼ା ବ୍ୟାଙ୍କ ଏବଂ ପୋଷ୍ଟ ଅଫିସ ଶାଖା କାର୍ଯ୍ୟାଳୟକୁ ବନ୍ଦ କରିଥିଲେ। ସେହିଭଳି ମିଳିତ ମଞ୍ଚ ତରଫରୁ ଭାରତ ବନ୍ଦ ପାଳନ ଅବସରରେ ସ୍ଥାନୀୟ ହାଟବଜାର ଠାରୁ ଷ୍ଟେଟବ୍ୟାଙ୍କ ପର୍ଯ୍ୟନ୍ତ ଏକ ମଟର ସାଇକେଲ ଶୋଭାଯାତ୍ରା କରାଯାଇଥିଲା। ଅନୁଷ୍ଠିତ ଏହି ପ୍ରତିବାଦ ଶୋଭାଯାତ୍ରାରେ ନେତୃବର୍ଗଙ୍କ ସହିତ ରମେଶଚନ୍ଦ୍ର ଦାସ,ପଞ୍ଚାନନ ମହାନ୍ତି,ବଂଶୀଧର ମହାରଣା,ପ୍ରଫୁଲ୍ଲ ରାଉତ,ଦିଲିପକୁମାର ସାହୁ,ଅନାଦି ସାହୁ,ବୈକୁଣ୍ଠ ସାହୁ,ଗଦାଧର ବିଶ୍ୱାଳ ପ୍ରମୁଖ ବ୍ଲକ ଅନ୍ତର୍ଗତ ବିଭିନ୍ନ ଟ୍ରେଡ ୟୁନିଅନ ସଂଗଠନର ସଦସ୍ୟ ଯୋଗଦେଇଥିଲେ। ବନ୍ଦ ପାଳନ ଯୋଗୁଁ ଯାତ୍ରୀବାହି ବସ ଭାରିଯାନ ଚଳାଚଳ ସମ୍ପୂର୍ଣ୍ଣ ବନ୍ଦ ରହିଥିଲା। ମୋଟାମୋଟି ଏହି ଆନ୍ଦୋଳନ ଶାନ୍ତିପୂର୍ଣ୍ଣ ରହିଥିଲା।

Hot this week

ହୋଟେଲ ବୁକିଂ ନାଁରେ ଠକେଇ: ସାବଧାନ, ଠକମାନେ ଏମିତି ଫଶାଉଛନ୍ତି

ସମାଜ ଡିଜିଟାଲ ଡେସ୍କ: ନିକଟରେ, ପ୍ରୟାଗରାଜର କ୍ୟାଣ୍ଟ ପୁଲିସ ଷ୍ଟେସନ ଅଞ୍ଚଳରେ...

ପଲିଥିନ୍‌ କାରଖାନାରେ ନିଆଁ

କଟକ: ଆଜି କଟକ ଜଗତପୁରରେ ଭୟାବହ ଅଗ୍ନିକାଣ୍ଡ ଘଟିଛି। ଗୁଜରପୁରଠାରେ ଥିବା...

ସଂସଦରେ ‘ବନ୍ଦେ ମାତରମ୍‌ ବିତର୍କ’: କଂଗ୍ରେସକୁ ଟାର୍ଗେଟ

ନୂଆଦିଲ୍ଳୀ: ସୋମବାର ସଂସଦର ଶୀତକାଳୀନ ଅଧିବେଶନରେ ‘ବନ୍ଦେ ମାତରମ୍‌’ ଉପରେ ବିତର୍କ...

ମୁଖ୍ୟମନ୍ତ୍ରୀଙ୍କ ବାସଭବନ ମରାମତି ଖର୍ଚ୍ଚ ୫୦ ଲକ୍ଷ ଟଙ୍କା

ଭୁବନେଶ୍ଵର : ଆଜି ବିଧାନସଭାର ଶୀତ ଅଧିବେଶନର ଦଶମ ଦିନ। ଗୃହ...

କମ୍ବୋଡିଆ ସେନା ଉପରେ ଥାଇଲ୍ୟାଣ୍ଡର ଆକ୍ରମଣ

ସମାଜ ଲାଇଭ ଡ଼େସ୍କ : ଥାଇଲ୍ୟାଣ୍ଡ ଏହାର ପଡ଼ୋଶୀ ଦେଶ କମ୍ବୋଡିଆ...

Related Articles

Popular Categories