www.samajalive.in
Monday, December 8, 2025
24.1 C
Bhubaneswar

ପ୍ରଦୀପ ଇଫେକ୍ଟ: ବଦଳିବ ଜିଲା ବିଜେଡି କର୍ମକର୍ତ୍ତା ତାଲିକା

ବ୍ରହ୍ମପୁର: ଗଞ୍ଜାମ ଜିଲା ବିଜେଡି କର୍ମକର୍ତ୍ତା ତାଲିକା ଘୋଷଣା ପୁଣି ଥରେ ଘୁଞ୍ଚିଛି। ଜିଲା ସଭାପତି ଡ.ରମେଶଚନ୍ଦ୍ର ଚ୍ୟାଉପଟ୍ଟନାୟକ କର୍ମକର୍ତ୍ତା ତାଲିକା ପ୍ରସ୍ତୁତ କରି ଅନୁମୋଦନ ନିମେନ୍ତ ବିଜେଡି ସୁପ୍ରିମୋଙ୍କ ନିକଟକୁ ପଠାଇଥିଲେ। କେବଳ ରାଜ୍ୟ ସଭାପତିଙ୍କ ମୋହର ବାଜିବାକୁ ବାକି ଥିଲା। ହେଲେ ଠିକ ସେହି ସମୟରେ ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀ ଠକେଇ ମାମଲାରେ ଗିରଫ ହୋଇ ଜେଲ ଯିବା ପରେ ଗଞ୍ଜାମ ଜିଲା ବିଜେଡି କର୍ମକର୍ତ୍ତା ତାଲିକା ଘୋଷଣାକୁ ଅଟକାଇ ଦିଆଯାଇଥିବା ସୂଚନା ମିଳିଛି।

ଜିଲା ସଭାପତିଙ୍କ ଦ୍ବାରା ପ୍ରସ୍ତୁତ ତାଲିକାରେ ଉପସଭାପତି, ସାଧାରଣ ସମ୍ପାଦକ, ସମ୍ପାଦକ ଏବଂ କୋଷାଧ୍ୟକ୍ଷ ସମେତ ୩୦ଜଣ ସ୍ଥାନ ପାଇଛନ୍ତି। ଗଞ୍ଜାମ ଜିଲାର ସବୁ ନିର୍ବାଚନମଣ୍ଡଳୀକୁ ଦୃଷ୍ଟିରେ ରଖି ଜିଲା ସଭାପତି ଚ୍ୟାଉବାବୁ ସମସ୍ତଙ୍କୁ ସୁହାଇବା ଭଳି ଏକ ସନ୍ତୁଳନ ତାଲିକା ପ୍ରସ୍ତୁତ କରିଥିବା କୁହାଯାଇଛି। ଏକଦା ଜିଲାରେ ଦବଦବା ରଖିଥିବା ବିଧାୟକ ପ୍ରଦୀପ ପାଣିଗ୍ରାହୀଙ୍କ କେତେକ ଅନୁଗତଙ୍କୁ ଏହି ତାଳିକାରେ କୁଆଡେ ସ୍ଥାନ ଦିଆଯାଇଥିଲା। ହେଲେ ପ୍ରଦୀପ ପାଣିଗ୍ରାହୀ ଠକେଇ ମାମଲାରେ ଗିରଫ ହୋଇ ଜେଲ ଯିବା ପରେ ତାଲିକାରେ ସ୍ଥାନ ପାଇଥିବା ତାଙ୍କ ଅନୁଗତଙ୍କୁ ନେଇ କୁଆଡେ ପ୍ରଶ୍ନ ଉଠିଛି।

- Advertisement -

ତାଲିକାରେ କୁଆଡେ ପ୍ରଦୀପଙ୍କ ୩ଜଣ ଅନୁଗତ ସ୍ଥାନ ପାଇଥିଲେ। କିନ୍ତୁ ଘଟଣାଚକ୍ର ବଦଳିଯିବାରୁ ତାଲିକାରୁ ପ୍ରଦୀପ ଅନୁଗତଙ୍କୁ ବାଦ୍ ଦେଇ ତାଙ୍କ ନିର୍ବାଚନମଣ୍ଡଳୀର ଆଉ କାହାକୁ ନିଆଯିବ ତାହା ଉପରେ ବିଚାରବିମର୍ଶ ଚାଲିଥିବା ସୂଚନା ମିଳିଛି।

ଅନ୍ୟପକ୍ଷରେ ତାଲିକା ପ୍ରସ୍ତୁତ କରି ଅନୁମୋଦନ ପାଇଁ ପଠାଯାଇଛି। ପରିବର୍ତ୍ତିତ ପରିସ୍ଥିତିରେ ତାଲିକାରେ କିଛି ଅଦଳବଦଳ କରାଯିବା ସମ୍ଭାବନା ରହିଛି। ଦଳୀୟ ହାଇକମାଣ୍ଡ ଯାହା ନିର୍ଦେଶ ଦେବେ ସେହି ଆଧାରରେ ତାଲିକା ପ୍ରସ୍ତୁତ ହେବ। ଭୁବନେଶ୍ବର ଯାଇ ଏହା ଉପରେ ଆଲୋଚନା କରିବା ପରେ ତାଲିକା ଘୋଷଣା କରାଯିବ ବୋଲି କହିଛନ୍ତି ଜିଲା ବିଜେଡି ସଭାପତି ରମେଶଚନ୍ଦ୍ର ଚ୍ୟାଉପଟ୍ଟନାୟକ।

Hot this week

ଶୀତଦିନରେ ଅଧିକ ନିଦ୍ରା କାହିଁକି ଲାଗେ: ଜାଣନ୍ତୁ କେତେ ଘଣ୍ଟା ଶୋଇବା ଜରୁରୀ

ସମାଜ ଡିଜିଟାଲ ଡେସ୍କ: ନିଦ୍ରା ଆମ ଶରୀର ପାଇଁ ଅତ୍ୟନ୍ତ ଜରୁରୀ...

ଟ୍ରମ୍ପଙ୍କ ନାମରେ ହେବ ହାଇଦରାବାଦର ସଡ଼କ

ହାଇଦରାବାଦ : ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ନାମରେ ହାଇଦରାବାଦର ଏକ...

ଓୱେସୀଙ୍କ ସହ ମେଣ୍ଟ ଯୋଜନାରେ ହୁମାୟୁନ

କଲକାତା : ପଶ୍ଚିମବଙ୍ଗ ମୁର୍ଶିଦାବାଦରେ ବାବ୍ରି ମସ୍‌ଜିଦ ନିର୍ମାଣ ପାଇଁ ଭିତ୍ତିପ୍ରସ୍ତର...

ଆଜି ବାରବାଟୀରେ ଦୁଇ ଦଳର ଅଭ୍ୟାସ

କଟକ: ବାରବାଟୀ ଷ୍ଟାଡିୟମ୍‌ରେ ମଙ୍ଗଳବାର ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ...

ମୋଦୀଙ୍କୁ ସାହାଯ୍ୟ ମାଗିଲେ ପାକ୍ ମହିଳା

ନୂଆଦିଲ୍ଲୀ : ଜଣେ ପାକିସ୍ତାନୀ ମହିଳାଙ୍କ ସ୍ବାମୀ ଦିଲ୍ଲୀରେ ଦ୍ବିତୀୟ ବିବାହ...

Related Articles

Popular Categories