ତୈଳ ଦର ବୃଦ୍ଧି ପ୍ରତିବାଦରେ କଂଗ୍ରେସର ଭାରତ ବନ୍ଦ

0

କଟକ: ପେଟ୍ରୋଲ ଓ ଡିଜେଲ ଦରର ବୃଦ୍ଧି ପ୍ରତିବାଦରେ ସୋମବାର ଦିନ କଂଗ୍ରେସ ପକ୍ଷରୁ ଭାରତ ବନ୍ଦ ଡାକରା ଦିଆଯାଇଛି। ସକାଳ ୬ଟାରୁ ସାରା ରାଜ୍ୟରେ ଏହି ବନ୍ଦର ପ୍ରଭାବ ଦେଖିବାକୁ ମିଳିଛି। ରାଜ୍ୟର ବିଭିନ୍ନ ସ୍ଥାନରେ କଂଗ୍ରେସ କର୍ମୀମାନେ ଟାୟାର ଜାଳି ରାସ୍ତାରୋକ କରିଛନ୍ତି। ଜାତୀୟ ରାଜପଥରେ ଯାନବାହାନ ଚଳାଚଳ ସମ୍ପୁର୍ଣ୍ଣ ବନ୍ଦ ରହିଛି। ବିଭିନ୍ନ ଷ୍ଟେସନମାନଙ୍କରେ ରେଳଗାଡି ଅଟକି ରହିଛି। ଛାତ୍ରଛାତ୍ରୀଙ୍କ ସୁରକ୍ଷା ଦୃଷ୍ଟିରୁ ସରକାର ସ୍କୁଲ ଛୁଟି ଘୋଷଣା କରିଛନ୍ତି।
ତୈଳ ଦର ବୃଦ୍ଧି ପ୍ରତିବାଦରେ କଂଗ୍ରେସ ନେତା ମହମ୍ମଦ ମୋକିମଙ୍କ ନେତୃତ୍ୱରେ ଅନେକ କଂଗ୍ରେସ କର୍ମୀମାନେ ରେଳରୋକ କରିଛନ୍ତି। ବନ୍ଦ ଡାକରାରେ ଜରୁରୀକାଳୀନ ସେବାକୁ ବାଦ୍‍ ଦିଆଯାଇଛି। ସକାଳ ୬ଟାରୁ ଅପରାହ୍ନ ୩ଟା ପର୍ଯ୍ୟନ୍ତ ବନ୍ଦ ପାଳନ କରାଯିବ।

Leave A Reply