www.samajalive.in
Sunday, December 7, 2025
16.1 C
Bhubaneswar

ଭିିଡ଼ ହିଂସାରେ ବିଶ୍ୱାସ କରୁଥିବା ବ୍ୟକ୍ତି ଦେଶପ୍ରେମୀ ହୋଇପାରିବେ ନାହିଁ: ଉପରାଷ୍ଟ୍ରପତି

ନୂଆଦିଲ୍ଲୀ: ଭିଡ଼ ହିଂସାରେ ବିଶ୍ୱାସ ରଖୁଥିବା ବ୍ୟକ୍ତିମାନେ ନିଜକୁ ଦେଶପ୍ରେମୀ କହିବା ଯୁକ୍ତିଯୁକ୍ତି ନୁହଁ ବୋଲି ଉପରାଷ୍ଟ୍ରପତି ଏମ୍‍ ଭେଙ୍କୟାନାଇଡ଼ୁ କହିଛନ୍ତି। ଏକ ସମ୍ବାଦ ସରବରାହ ସଂସ୍ଥାକୁ ସାକ୍ଷାତକାର ଦେଇ ଉପରାଷ୍ଟ୍ରପତି କହିଛନ୍ତି ଯେ ସମ୍ବିଧାନ କିମ୍ବା ଆଇନ୍‍ କିମ୍ବା ସରକାର ଚାହିଁଲେ ଏହାର ନିୟନ୍ତ୍ରଣ କରିପାରିବେ ନାହିଁ। ନିର୍ଭୟା ଘଟଣାର ଉଦାହରଣ ଦେଇ ସେ କହିଲେ ଯେ ଏହି ଲୋମହର୍ଷଣକାରୀ ଘଟଣା ପରେ ଦେଶରେ ନିର୍ଭୟା ଆଇନ୍‍ ପ୍ରଣୟନ ହେଲା, କିନ୍ତୁ ଅପରାଧ ହ୍ରାସ ପାଇଲା ନାହିଁ। ତେଣୁ ଯେତେଦିନ ପର୍ଯ୍ୟନ୍ତ ମାନସିକତାରେ ପରିବର୍ତ୍ତନ ନ ଆସିଛି କୌଣସି ଅପରାଧ କିମ୍ବା ସମସ୍ୟା ହ୍ରାସ ପାଇବ ନାହିଁ। ଆଇନ୍‍ ପ୍ରଣୟନ ନୁହେଁ ବରଂ ଦୁଃସ୍ଥ ମାନସିକତାର ହନନ ହିଁ ସୁସ୍ଥ ସମାଜ ଗଠନ ପାଇଁ ଆବଶ୍ୟକ। ସେହିପରି ଭିଡ଼ ହିଂସାକୁ ନେଇ ରାଜନୀତି କରାଯାଉଥିବାରୁ ଉପରାଷ୍ଟ୍ରପତି କ୍ଷୋଭ ପ୍ରକାଶ କରିଛନ୍ତି। କୌଣସି ହିଂସା କୌଣସି ଦଳର ଆଭିମୁଖ୍ୟ କିମ୍ବା ନୀତି ନୁହେଁ, ଏହା ସବୁ ଦଳୀୟ ଭାବନାରୁ ଊଦ୍ଧ୍ୱର୍ରେ ରହିବା ଉଚିତ ଓ ରାଜନୀତି ନ ହେବା ଆବଶ୍ୟକ ବୋଲି ସେ କହିଛନ୍ତି।

Hot this week

ଆଠଗଡ଼ର ବିଭିନ୍ନ ଶିକ୍ଷାନୁଷ୍ଠାନରେ ଡଃ ରାଧାନାଥ ଜୟନ୍ତୀ ପାଳିତ

ସମାଜ ନ୍ୟୁଜ ଡେସ୍କ- ଆଠଗଡର ସର୍ବପୁରାତନ ପିଏମଶ୍ରୀ ବିଶ୍ଵନାଥ ବିଦ୍ୟାପୀଠରେ ବିଶିଷ୍ଟ...

ଭୁବନେଶ୍ବରରେ ପହଞ୍ଚିଲେ ହାର୍ଦ୍ଦିକ ପାଣ୍ଡ୍ୟା, ସୁରକ୍ଷାରେ ବିମାନବନ୍ଦରରୁ ଗଲେ ହୋଟେଲ

ସମାଜ ନ୍ୟୁଜ ଡେସ୍କ- ଶନିବାର ରାତିରେ ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚିଛନ୍ତି...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

ସରକାର ସ୍ଥିର କଲେ ବିମାନ ଭଡ଼ା, ଇଣ୍ଡିଗୋ CEOଙ୍କୁ କାରଣ ଦର୍ଶାଅ ନୋଟିସ୍

ସମାଜ ନ୍ୟୁଜ ଡେସ୍କ- ଇଣ୍ଡିଗୋ ସଙ୍କଟକୁ ଦୃଷ୍ଟିରେ ରଖି, ଭାରତ ସରକାରଙ୍କ...

SSI ସ୍ପୋର୍ଟ୍ସ ଆୱାର୍ଡ; ଯୋଗ ଦେଲେ ବହୁ ଅଲିମ୍ପିଆଡ ଓ କିମ୍ବଦନ୍ତୀ ଖେଳାଳି

ସମାଜ ନ୍ୟୁଜ ଡେସ୍କ- SSI ଭୁବନେଶ୍ବର ପକ୍ଷରୁ ତୃତୀୟ ଥର ପାଇଁ...

Related Articles

Popular Categories