www.samajalive.in
Saturday, December 6, 2025
23.1 C
Bhubaneswar

ବନ ବିଭାଗ ହାତରୁ ଖସିଯାଉଥିଲା ଭ୍ୟାନ୍ : ରାସ୍ତା କଡକୁ ଓଲଟି ପଡିଲା

ଭଦ୍ରକ: ଭଦ୍ରକ ଜିଲ୍ଲା ଧାମନଗର ବ୍ଲକ ମଙ୍ଗଳପୁର ପେଟ୍ରୋଲ ପମ୍ପ ନିକଟରେ ଅଘଟଣ।  ବନ ବିଭାଗକୁ ଚକମା ଦେଇ ଖସିଯାଉଥିବାବେଳେ ରାସ୍ତାକଡ଼କୁ ଓଲଟି ପଡ଼ିଲା ଚୋରା କାଠ ବୋଝେଇ ପିକ୍‌ଅପ୍ ଭ୍ୟାନ୍ । ସୋମବାର ରାତିରେ ବନ ବିଭାଗର ଏକ ଟିମ୍ ସହିଦନଗରର ବାରୁଅ ଅଞ୍ଚଳ ପରିଦର୍ଶନ କରି ଧାମନଗରକୁ ଫେରୁଥିଲେ। ଏତିକିବେଳେ ଏକ ଚୋରା କାଠ ବୋଝେଇ ପିକଅପ୍ ଭ୍ୟାନ୍ ଦ୍ରୁତ ଗତିରେ ଭଦ୍ରକ ଆଡୁ ଧାମନଗରକୁ ଆସୁଥିଲା। ବନ ବିଭାଗ ମଙ୍ଗଳପୁର ପେଟ୍ରୋଲ ପମ୍ପ ନିକଟରେ ଉକ୍ତ ଗାଡିକୁ ଅଟକାଇବାକୁ ଚେଷ୍ଟା କରିଥିଲା। ହେଲେ ପିକଅପ୍ ଭ୍ୟାନଟି ବନ ବିଭାଗକୁ ଚକମା ଦେଇ ଖସିଯାଇଥିଲା। ବନ ବିଭାଗ କର୍ମଚାରୀମାନେ ଗାଡିଟିକୁ ଧରିବାକୁ ଉଦ୍ୟମ କରିଥିଲେ। ଗାଡିଟି ଦ୍ରୁତ ଗତିରେ ଧାମନଗର ଆଡକୁ ଯିବା ସମୟରେ ଭାରସାମ୍ୟ ହରାଇ ଓଲଟି ପଡିଥିଲା। ଦୁର୍ଘଟଣା ପରେ ଗାଡ଼ିର ଡ୍ରାଇଭର ଏବଂ ହେଲପରଙ୍କ ସମେତ ୩ ଜଣ ଫେରାର ହୋଇଯାଇଥିଲେ। ବନ ବିଭାଗ ଚୋର କାଠକୁ ଜବତ କରି ଘଟଣାର ତଦନ୍ତ କରୁଛି।

 

Hot this week

ଇଣ୍ଡିଗୋ ବିମାନ ଅଚଳାବସ୍ଥା : ଚିଠି ଲେଖିଲା କଂଗ୍ରେସ

ସମାଜ ଲାଇଭ ଡ଼େସ୍କ : ଇଣ୍ଡିଗୋ ବିମାନ ସେବାରେ ବ୍ୟାପକ ବାଧା...

ମୁମ୍ବଇ, ଦିଲ୍ଲୀ… ଆଜି ଏହି ସହରରେ ବି ଇଣ୍ଡିଗୋ ବିମାନ ଉଡାଣ ବାତିଲ

ସମାଜ ଡିଜିଟାଲ ଡେସ୍କ: ଦେଶର ସର୍ବବୃହତ ବିମାନ କମ୍ପାନୀ ଇଣ୍ଡିଗୋରେ ହୋଇଥିବା...

ଭାରତ-ଦକ୍ଷିଣ ଆଫ୍ରିକା ନିର୍ଣ୍ଣାୟକ ଦିନିକିଆ ଆଜି

ବିଶାଖାପାଟଣା : ଘରୋଇ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଦିନିକିଆ...

ରାଶିଫଳ: ଏହି ଦୁଇ ରାଶିଙ୍କୁ କର୍ମକ୍ଷେତ୍ରରୁ ଅପୂର୍ବ ସଫଳତା ମିଳିବ

ମେଷ: ଅଧ୍ୟାପନାର ପ୍ରସ୍ତୁତି ସ୍ବରୂପ ଅଧ୍ୟୟନରତ ହୋଇପାରନ୍ତି। କର୍ମକ୍ଷେତ୍ର ସହିତ ଅନ୍ୟାନ୍ୟ ବିଭିନ୍ନ...

ବଦଳିବ ପ୍ରଥମରୁ ଦ୍ବାଦଶ ପାଠ୍ୟପୁସ୍ତକ

ସ୍ଥାନିତ ହେବ ସ୍ଥାନୀୟ ପ୍ରସଙ୍ଗ ଭୁବନେଶ୍ବର : ଆଗାମୀ ଦିନରେ ପିଲା ଆଉ...

Related Articles

Popular Categories