ଭଦ୍ରକ ଶିବବିନ୍ଧାରେ ଅଟୋ ଓଲଟି ଜଣେ ମୃତ, ୪ ଆହତ

ଭୁବନେଶ୍ୱର (ସମାଜ ଡିଜିଟାଲ ଡେସ୍କ)- ଭଦ୍ରକ ଧାମନଗର ଅନ୍ତର୍ଗତ ଶିବବିନ୍ଧାରେ ଅଟୋ ଓଲଟି ଜଣେ ବ୍ୟକ୍ତିଙ୍କର ମୃତ୍ୟୁ ହୋଇଛି । ଏହି ଦୁର୍ଘଟଣାରେ ଅନ୍ୟ ୪ ଜଣ ଗୁରୁତର ହୋଇଛନ୍ତି । ଏକ ଯାତ୍ରୀବାହୀ ଅଟୋ ଭାରସାମ୍ୟ ହରାଇ ରାସ୍ତାକଡକୁ ଓଲଟି ପଡିଥିଲା । ଏଥିରେ ସେହି ସମୟରେ ୫ ଜଣ ଯାତ୍ରୀ ଥିଲେ । ଭଦ୍ରକରୁ ଅଟୋଟି ଧାମନଗର ଆସୁଥିଲା ।

ଦୁର୍ଘଟଣା ଖବର ପାଇ ଅଗ୍ନିଶମ ବାହିନୀ ଏବଂ ପୁଲିସ ଗୁରୁତରମାନଙ୍କୁ ଉଦ୍ଧାର କରି ଭଣ୍ଡାରିପୋଖରୀ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରିଥିଲେ । ଡାକ୍ତର ଜଣଙ୍କୁ ମୃତ ଘୋଷଣା କରିଥିବା ବେଳେ ଅନ୍ୟମାନଙ୍କର ଚିକିତ୍ସା ଜାରି ରହିଛି । ସମସ୍ତ ମୃତାହତ ଧାମନଗରର ବୋଲି ସୂଚନା ମିଳିଛି ।

Comments are closed.