www.samajalive.in
Saturday, December 6, 2025
14.1 C
Bhubaneswar

ବାଲି ଚୋରା ଚାଲାଣ ବେଳେ ଚଢାଉ: ୮ଟି ବାଲି ବୋଝେଇ ଟ୍ରକ ସହ ୭୮ ହଜାର ଟଙ୍କା ଜୋରିମାନା ଆଦାୟ

ଭବାନୀପାଟଣା: ବେଆଇନ ଭାବେ ଚୋରାରେ ଭବାନୀପାଟଣା ସହରକୁ ପ୍ରତିଦିନ ବହୁ ସଂଖ୍ୟାର ଟ୍ରାକ୍ଟର ବାଲି ଆଣୁଥିବା ଓ କୌଣସି ରୟଲିଟି ନଦେବା ଫଳରେ ସରକାର ଲକ୍ଷ ଲକ୍ଷ ଟଙ୍କା ରାଜସ୍ୱ କ୍ଷତି ସହୁଥିବା ଖବର ପାଇ କଳାହାଣ୍ଡି( ଭବାନୀପାଟଣା) ତହସିଲଦାର କ୍ଷିରୋଦ ବିହାରୀ ଭାରତ ନାଗଙ୍କ ନେତୃତ୍ୱରେ ଶୁକ୍ରବାର ଅଚାନକ ଭାବେ ବିଭିନ୍ନ ଛକରେ ଛଢାଉ କରାଯାଇଛି। ଏହି ସମୟରେ ୮ଟି ବାଲି ବୋଝେଇ ଟ୍ରାକ୍ଟର ଜବତ କରିବା ସହିତ ସେମାନଙ୍କଠାରୁ ୭୮ ହଜାର ଟଙ୍କା ଜରିମାନା ଆଦାୟ କରାଯାଇଛି।
ଅଚାନକ ଏହି ଧରପକଡକୁ ନେଇ ଟ୍ରାକ୍ଟର ମାଲିକ ମହଲରେ କୋକୁଆ ଭୟ ଦେଖାଦେଇଛି । ଆଗାମୀ ଦିନରେ ଏହି ଧରପକଡ ଆହୁରି ଅଧିକ କଡାକଡି ହେବ ବୋଲି ତହସିଲଦାର ଶ୍ରୀ ନାଗ ପ୍ରକାଶ କରିଛନ୍ତି । ଏହି ଚଢ଼ାଉରେ ଅତିରିକ୍ତ ତହସିଲଦାର ଭୋଳାନାଥ ମାଝୀ, ସୁର୍ଦ୍ଦଶନ ରାଉତ,ସୁଶାନ୍ତ ମୁଣ୍ଡ ପ୍ରମ୍ମୁଖ ସହଯୋଗ କରିଥିଲେ ।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories