www.samajalive.in
Friday, December 12, 2025
19.1 C
Bhubaneswar

ମାଛ ବ୍ୟବସାୟୀଙ୍କୁ ଗଳାକାଟି ହତ୍ୟା

ଯାଜପୁର : ଯାଜପୁର ଟାଉନ ଥାନା ଅନ୍ତର୍ଗତ ଭେଲଙ୍ଗ ଗ୍ରାମର ଟୁଟୁନ ମଲ୍ଲିକ (୨୨) ନାମକ ଜଣେ ମାଛ ବ୍ୟବସାୟୀଙ୍କୁ ଗତକାଲି ରାତିରେ କେତେକ ଦୁର୍ବୁତ୍ତ ଗଳାକାଟି ହତ୍ୟା କରିଛନ୍ତି । ଏ ସଂପର୍କରେ ଖବର ପାଇ ଯାଜପୁର ପୁଲିସ ଘଟଣା ସ୍ଥଳରେ ପହଞ୍ଚି  ଯୁବକଙ୍କ ମୃତଦେହକୁ ଜବତ କରି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ବ୍ୟବଛେଦ କରାଇଛି। ଅନ୍ୟପକ୍ଷରେ ଆଜି  ସାଇଣ୍ଟିଫିକ ଦଳ ସମେତ ସନ୍ଧାନୀ କୁକୁର ଘଟଣା ସ୍ଥଳ ଅନୁଧ୍ୟାନ କରି ଫେରିଛନ୍ତି। ହେଲେ ପୁଲିସ ଏହି ଘଟଣାରେ ଅଦ୍ୟାବଧି  ତଦନ୍ତ କରି କାହାକୁ ଗିରଫ କରି ପାରିନଥିବା ଜଣାପଡ଼ିଛି।

ଜଣାଯାଇଛି ଯେ, ଗତକାଲି ରାତି ୮ଟା ସମୟରେ ଟୁଟୁନ ଏକ ସାଇକେଲ ଯୋଗେ ଭେଲଙ୍ଗ-ମୁଗୁପଦା  ରାସ୍ତା ଦେଇ ନିକଟସ୍ଥ ପେଟ୍ରୋଲ ପମ୍ପକୁ ପେଟ୍ରୋଲ ପାଇଁ ଯାଇଥିଲା। ଏହି ରାସ୍ତାର  ଭିମେଶ୍ଵର ମହାଦେବ ମନ୍ଦିର ଠାରୁ ମାତ୍ର ୧୦୦ ମିଟର ଦୂରରେ କେତେକ ଦୁର୍ବୁତ୍ତ ଟୁଟୁନକୁ ଅଟକାଇ ଏକ ଧାରୁଆ ଅସ୍ତ୍ର ସାହାଜ୍ୟରେ ତାର ତଣ୍ଟି କାଟି ହତ୍ୟା କରିଥିଲେ। ଏହି ହତ୍ୟାକାଣ୍ଡ ଘଟିବାର କିଛି ସମୟ ପରେ ସେହି ରାସ୍ତା ଦେଇ ଯାଉଥିବା ବାଟୋଇମାନେ ପ୍ରଥମେ ଏହାକୁ ଦେଖି ଗାଁ ଲୋକଙ୍କୁ ଖବର ଦେଇଥିଲେ । ଖବର ପାଇ ସ୍ଥାନୀୟ ଗ୍ରାମବାସୀ ଓ ତାଙ୍କ ପରିବାର ଲୋକେ ଘଟଣା ସ୍ଥଳରେ ପହଞ୍ଚିବା ବେଳକୁ ଟୁଟୁନ ରାସ୍ତା ଉପରେ ରକ୍ତ ଜୁଡୁବୁଡୁ ହୋଇ ପଡିଥିବାର ଦେଖିଥିଲେ। ତାଛଡା ମୃତ ଟୁଟୁନ୍ ର ମୋବାଇଲ  ଟର୍ଚ୍ଚଟି ଜଳୁଥିବା ଅବସ୍ଥାରେ ସେଠାରେ ପଡ଼ିଥିଲା। ସେହିପରି ସାଇକେଲଟି କିଛି ହାତ ଦୂରରେ ମଧ୍ୟ ପଡ଼ିଥିଲା। ଏ ସଂପର୍କରେ ସ୍ଥାନୀୟ ଲୋକେ ପୁଲିସକୁ ଖବର ଦେବାରୁ ପୁଲିସ ପଟଣା ସ୍ଥଳରେ ପହଞ୍ଚିଥିଲା।

- Advertisement -

ଏଠାରେ ଉଲ୍ଲେଖ ଯୋଗ୍ୟ ଯେ, ଟୁଟୁନ ଜଣେ ଭଲ ପିଲା ବୋଲି ସ୍ଥାନୀୟ ଅଞ୍ଚଳବାସୀଙ୍କ ଠାରୁ ଜଣାପଡ଼ିଛି। ତା ଛଡା ତାର କାହା ସହିତ ଶତ୍ରୁତା ନଥିଲା l ତେଣୁ ତୁଟୁନକୁ କିଏ ଓ କାହିଁକି ହତ୍ୟା କଲା ତାକୁ ନେଇ ଏବେ ସ୍ଥାନୀୟ ଅଞ୍ଚଳରେ ଜୋରଦାର ଚର୍ଚ୍ଚା ଚାଲିଛି। ଅନ୍ୟପକ୍ଷରେ ହତ୍ୟାକାଣ୍ଡ ଘଟିଥିବା ରାସ୍ତାଟି ନିଛାଟିଆ ଓ ଅନ୍ଧାର ଥିଲା ବୋଲି ଜଣାପଡ଼ିଛି। କାରଣ ଟୁଟୁନ. ଏହି ରାସ୍ତାରେ ଯାଉଥିବା ବେଳେ ନିଜ ମୋବାଇଲର ଟର୍ଚ୍ଚ ବ୍ୟବହାର କରିଥିଲା ବୋଲି ସ୍ପଷ୍ଟ ଜଣାପଡ଼ିଛି। ତେବେ ଅନ୍ଧାର ଓ ନିଛାଟିଆ ରାସ୍ତାର ସୁଯୋଗ ନେଇ ହତ୍ୟାକାରୀ ମାନେ ଟୁଟୁନକୁ ହତ୍ୟା କରିଥିବାର ଅନୁମାନ କରାଯାଉଛି। ଅନ୍ୟ ପକ୍ଷରେ ଏହି ହତ୍ୟାକାଣ୍ଡ ପଛରେ ଏକାଧିକ ବ୍ୟକ୍ତିଙ୍କ ସଂପୃକ୍ତି ଥିବାର ଅନୁମାନ କରାଯାଇଛି । ତେବେ ପୁଲିସ ଏଥିନେଇ ଏକ ମାମଲା ରୁଜୁ କରିବା ସହ ଆସାମୀ ମାନଙ୍କୁ ଖୁବ୍ ଶିଘ୍ର ଧରିବା ପାଇଁ  ଉଦ୍ୟମ ଜାରି ରଖିଛି।

Hot this week

୫୦ ବର୍ଷ ପରେ ବଡ ପରଦାକୁ ଆସିଲା ‘ସୋଲେ’

ଭୁବନେଶ୍ୱର:୫୦ ବର୍ଷ ପରେ ବଡ ପରଦାକୁ ଆସିଲା 'ସୋଲେ' ।ସିଲଭର ସ୍କ୍ରିନରେ...

ଦାମୀ କାର୍‌ରେ ବିଦ୍ୟାଳୟର ମଧ୍ୟାହ୍ନ ଭୋଜନ ଚୋରା ଚାଲାଣ- ଧରି ପକାଇଲେ ଗାଁ ଲୋକ

ଗୁରୁଡ଼ିଝାଟିଆ - ମଧ୍ୟାହ୍ନ ଭୋଜନ ଚାଉଳ ଚୋରା ଚାଲାଣ ବେଳେ ଧରିଲେ...

ନନ୍ଦନକାନନ ଥାନାର ପୂର୍ବତନ ଏସ୍ଆଇ ଅମିନ ଖାନ ଲାଞ୍ଚ ମାମଲାରେ ଦୋଷୀ ସାବ୍ୟସ୍ତ

ଭୁବନେଶ୍ୱର - ଭୁବନେଶ୍ୱରରେ ଥିବା ନନ୍ଦନକାନନ ଥାନା (ଅବସରପ୍ରାପ୍ତ) ପୂର୍ବତନ ପୋଲିସ...

ସୁନା ଓ ରୂପା ଦର ରେକର୍ଡ ଭାଙ୍ଗିଲା

ନୂଆଦିଲ୍ଲୀ- ପୁଣି ଥରେ ସୁନା ଏବଂ ରୂପା ସମସ୍ତ ରେକର୍ଡ ଭାଙ୍ଗିଛି।...

୬ ଦେଶରେ ବ୍ୟାନ ଫିଲ୍ମ ଧୁରନ୍ଧର

ମୁମ୍ବାଇ :ସାଉଦି ଆରବ ,ୟୂଏଇ ଓ କତାରରେ ବ୍ୟାନ ହେଲା ହିନ୍ଦୀ...

Related Articles

Popular Categories